ଜାତିସଂଘ ମହାଧିବେଶନରେ ପାକିସ୍ତାନ ଉପରେ ବର୍ଷିଲେ ସୁଷମା ସ୍ୱରାଜ, କହିଲେ ଆତଙ୍କବାଦୀଙ୍କୁ ସମ୍ମାନୀତ କରୁଛି ପାକିସ୍ତାନ

ନୂଆଦିଲ୍ଲୀ (କେନ୍ୟୁଜ୍) : ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ। ଜାତିସଂଘର ୭୩ ତମ ମହାସଭାରେ, ଆତଙ୍କବାଦ ପ୍ରସଙ୍ଗ ଉଠାଇ କହିଥିଲେ ଭାରତ ବହୁ ଦଶନ୍ଦୀ ଧରି ଆତଙ୍କବାଦର ମାଡ଼ ସହୁଛି। ଭାରତକୁ ପଡ଼ୋଶୀ ଦେଶରୁ ହିଁ ଆତଙ୍କବାଦ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଗୋଟିଏ ପଟେ ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଛି ଅନ୍ୟପଟେ ଏହାକୁ ମନା କରୁଛି । ଓସାମା ବିନ ଲାଦେନକୁ ପାକିସ୍ତାନ ଲୁଚାଇଥିଲା।

ଆମେରିକା ସେନା ଓସମାକୁ ପାକିସ୍ତାନ ମାଟିରେ ହିଁ ମାରିଲେ। ତଥାପି ଏହାକୁ ନେଇ ପାକିସ୍ତାନରୁ ଅନୁତାପ ନାହିଁ। ପାକିସ୍ତାନ ସହ ଆଲୋଚନା ଚାହୁଁଛି ଭାରତ। କିନ୍ତୁ ଯେବେ ବି ଆଲୋଚନା ହେଉଛି, ପାକିସ୍ତାନ ଏପରି କିଛି କାମ କରୁଛି ଯାହା ଫଳରେ ଆଲୋଚାନାରେ ବାଧା ସୃଷ୍ଟି ହେଉଛି। ଏହା କହି ସୁଷମା ସ୍ୱରାଜ ପଠାନକୋଟ୍ ଏୟାରବେସ୍ ଆକ୍ରମଣ ସହ ନିକଟରେ ତିନି ଜାମ୍ମୁ ଓ କାଶ୍ମୀର ପୋଲିସ କର୍ମଚାରୀଙ୍କ ହତ୍ୟା କଥା ଉଠାଇଥିଲେ।

KNews Bureau

Recent Posts

ଜୁଆଣି ଖାଇବାର ଉପକାରିତା, ୟୁରିକ୍‌ ଏସିଡ୍‌ ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ମିଳିବ ମୁକ୍ତି

ଆଜିର ପରିବର୍ତ୍ତିତ ଲାଇଫ୍‌ ଷ୍ଟାଇଲ୍‌ରେ, ଯୁବକ ଠାରୁ ମଧ୍ୟମ ବୟସ୍କର ଲୋକ ସମସ୍ତେ ଅନେକ ପ୍ରକାରର ରୋଗର ଶିକାର ହେଉଛନ୍ତି…

2 mins ago

ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଇଥିବା ମୁଖ୍ୟ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ଦେହାନ୍ତ, ଦୁଃଖ ବ୍ୟକ୍ତ କଲେ ସିଏମ୍‌ ଯୋଗୀ

ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଇଥିବା ମୁଖ୍ୟ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ୯୦ ବର୍ଷ ବୟସରେ ଦେହାନ୍ତ ହୋଇଛି…

9 mins ago

ଅଲାରନାଥଙ୍କ ଅଣସର ଦର୍ଶନ କରିବେ ଭକ୍ତ, ଏବେ ଠାରୁ ଛୁଟିଲାଣି ଭକ୍ତଙ୍କ ସୁଅ

ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…

23 mins ago

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

29 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

59 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

1 hour ago