Below header

ଜାତିସଂଘ ମହାଧିବେଶନରେ ପାକିସ୍ତାନ ଉପରେ ବର୍ଷିଲେ ସୁଷମା ସ୍ୱରାଜ, କହିଲେ ଆତଙ୍କବାଦୀଙ୍କୁ ସମ୍ମାନୀତ କରୁଛି ପାକିସ୍ତାନ

ନୂଆଦିଲ୍ଲୀ (କେନ୍ୟୁଜ୍) : ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ। ଜାତିସଂଘର ୭୩ ତମ ମହାସଭାରେ, ଆତଙ୍କବାଦ ପ୍ରସଙ୍ଗ ଉଠାଇ କହିଥିଲେ ଭାରତ ବହୁ ଦଶନ୍ଦୀ ଧରି ଆତଙ୍କବାଦର ମାଡ଼ ସହୁଛି। ଭାରତକୁ ପଡ଼ୋଶୀ ଦେଶରୁ ହିଁ ଆତଙ୍କବାଦ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଗୋଟିଏ ପଟେ ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଛି ଅନ୍ୟପଟେ ଏହାକୁ ମନା କରୁଛି । ଓସାମା ବିନ ଲାଦେନକୁ ପାକିସ୍ତାନ ଲୁଚାଇଥିଲା।

sushamaଆମେରିକା ସେନା ଓସମାକୁ ପାକିସ୍ତାନ ମାଟିରେ ହିଁ ମାରିଲେ। ତଥାପି ଏହାକୁ ନେଇ ପାକିସ୍ତାନରୁ ଅନୁତାପ ନାହିଁ। ପାକିସ୍ତାନ ସହ ଆଲୋଚନା ଚାହୁଁଛି ଭାରତ। କିନ୍ତୁ ଯେବେ ବି ଆଲୋଚନା ହେଉଛି, ପାକିସ୍ତାନ ଏପରି କିଛି କାମ କରୁଛି ଯାହା ଫଳରେ ଆଲୋଚାନାରେ ବାଧା ସୃଷ୍ଟି ହେଉଛି। ଏହା କହି ସୁଷମା ସ୍ୱରାଜ ପଠାନକୋଟ୍ ଏୟାରବେସ୍ ଆକ୍ରମଣ ସହ ନିକଟରେ ତିନି ଜାମ୍ମୁ ଓ କାଶ୍ମୀର ପୋଲିସ କର୍ମଚାରୀଙ୍କ ହତ୍ୟା କଥା ଉଠାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.