Below header

ବ୍ରହ୍ମପୁର ମହାନଗର ନିଗମ ସହ ୬୫ ପୌର ସଂସ୍ଥା ନିର୍ବାଚିତ ପରିଷଦର କାର୍ଯ୍ୟକାଳ ଶେଷ : ପ୍ରଶାସକ ଭାବେ ଜିଲ୍ଲାପାଳ, ଏଡିଏମ ଓ ସବ କଲେକ୍ଟର ନିଯୁକ୍ତ

ବ୍ରହ୍ମପୁର (କେନ୍ୟୁଜ୍) : ମହାନଗର ନିଗମ ସମେତ ରାଜ୍ୟର ୬୬ଟି ପୌର ସଂସ୍ଥା ନିର୍ବାଚିତ ପରିଷଦର କାର୍ଯ୍ୟକାଳ ସରିଥିବା ବେଳେ ଏସବୁର ପରିଚାଳନା ପାଇଁ ପ୍ରଶାସକ ନିଯୁକ୍ତ ହୋଇଛନ୍ତି । ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ଏଡିଏମ, ଉପ ଜିଲ୍ଲାପାଳଙ୍କୁ ପୌର ସଂସ୍ଥା ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ବ୍ରହ୍ମପୁର ମହାନଗର ନିଗମ ଦାୟିତ୍ୱରେ ରହିବେ ଗଞ୍ଜାମ ଜିଲ୍ଲାପାଳ । ନବରଙ୍ଗପୁର, ନୟାଗଡ଼, ଗଜପତି, ଢେଙ୍କାନାଳ, ଭଦ୍ରକରେ ଜିଲ୍ଲାପାଳଙ୍କୁ ପୌର ପ୍ରଶାସକ ଭାବେ ନିଯୁକ୍ତି ଦିଆଯାଇଛି । ସଂପୃକ୍ତ ପୌର ସଂସ୍ଥାର ନିର୍ବାଚିତ କାଉନସିଲରଙ୍କ ପ୍ରଥମ ବୈଠକ ନ ବସିବା ଯାଏ ସେମାନେ ଦାୟିତ୍ୱ ତୁଲାଇବେ ବୋଲି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଛି । ବ୍ରହ୍ମପୁର ମହାନଗର ନିଗମ ସମେତ ୬୬ଟି ପୌର ସଂସ୍ଥା ନିର୍ବାଚିତ ପରିଷଦର କାର୍ଯ୍ୟକାଳ ଶେଷ ହୋଇଛି । ଅନ୍ୟପଟେ ଏବେ ପୌର ନିର୍ବାଚନର ସମ୍ଭାବନା ନାହିଁ । ନିର୍ବାଚନ ପ୍ରସ୍ତୁତି ପାଇଁ ପାଖାପାଖି ୪ ମାସ ସମୟ ଲାଗିବ । ଆସନ୍ତା ଡିସେମ୍ବରରେ ଆଉ ୨୦ଟି ପୌର ସଂସ୍ଥା ନିର୍ବାଚିତ ପରିଷଦର କାର୍ଯ୍ୟକାଳ ସରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.