ଉତ୍କଳ ବିଶ୍ୱବିଦ୍ୟାଳୟର ନିର୍ବାଚନ ବାତିଲ, କର୍ତ୍ତୃପକ୍ଷ କହିଲେ କ୍ୟାମ୍ପସ ଅଶାନ୍ତ ଅଛି

ଭୁବନେଶ୍ବର (କେନ୍ୟୁଜ୍) : ଉତ୍କଳ ବିଶ୍ୱବିଦ୍ୟାଳୟର ନିର୍ବାଚନ ବାତିଲ । କ୍ୟାମ୍ପସରେ ବାରମ୍ବାର ଉତ୍ତେଜନା ଲାଗି ରହୁଥିବାରୁ ନିର୍ବାଚନ ବାତିଲ ପାଇଁ ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ । ଗତକାଲି ଅନୁଷ୍ଠିତ ହୋଇଥିବା ପିଜି କାଉନସିଲ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ତେବେ ଏପରି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ । କର୍ତ୍ତୃପକ୍ଷ ମନମାନି କରି ଏହି ପଦକ୍ଷେପ ନେଇଥିବା ଅଭିଯୋଗ ହୋଇଛି । ଉତ୍ତ୍ୟକ୍ତ ଛାତ୍ରମାନେ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୋଡାଜଳା କରିଥିଲେ । ସହିଦ ନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ଆନ୍ଦୋଳନ ହଟିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.