ଦେଶ ବିଦେଶ

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିଲେନି ଭାଉଜ, ଅନ୍ତିମ ସଂସ୍କାର ସମୟରେ ହିଁ ବୁଜିଦେଲେ ଆଖି

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପରିବାର ଉପରେ ଦୁଃଖର ପାହାଡ ଲଦି ପଡିଛି। ପହିଲି ରଜ ଅର୍ଥାତ ଗତ ୧୪ ତାରିଖରେ ନିଜ ଘରେ ତାଙ୍କର ମୃତ ଶବ ମିଳିଥିଲା। ତାଙ୍କ ଅନୁପସ୍ଥିତିକୁ ଅନେକ ଲୋକ ବିଶ୍ୱାସ କରିପାରୁନାହାନ୍ତି। ବଲିଉଡ ସମେତ ସାଧାରଣ ଲୋକଙ୍କୁ ମଧ୍ୟ ବହୁତ ବଡ ଝଟକା ଲାଗିଛି। ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ତାଙ୍କ ପରିବାର। ସୁଶାନ୍ତଙ୍କ ମୃତ୍ୟୁ ଖବର ଶୁଣି ବହୁତ ଭାଙ୍ଗି ପଡିଥିବା ତାଙ୍କର ସର୍ମ୍ପକୀୟ ଭାଉଜଙ୍କର ବିହାରରେ ଅକସ୍ମାତ ମୃତ୍ୟୁ ଘଟିଛି। ଟାଇମ୍ସ ଅଫ ଇଣ୍ଡିଆ ରିପୋର୍ଟ ଅନୁଯାୟୀ ଯେଉଁ ସମୟରେ ସୁଶାନ୍ତ ସିଂହ ରାଜପୁତଙ୍କ ଅନ୍ତିମ ସଂସ୍କାର କରାଯାଉଥିଲା ସେହି ସମୟରେ ହିଁ ତାଙ୍କ ଭାଉଜଙ୍କର ମଧ୍ୟ ମୃତ୍ୟୁ ହୋଇଗଲା।

ମିଡିଆ ରିପୋର୍ଟ ଅନୁଯାୟୀ ସୁଶାନ୍ତ ସିଂହ ରାଜପୁତଙ୍କ ଭାଉଜ ସୁଧାଦେବୀ ଅଭିନେତାଙ୍କ ଏପରି ଅକସ୍ମାତ ମୃତ୍ୟୁକୁ ସହ୍ୟ କରିପାରିଲେନି। ତାଙ୍କୁ ବହୁତ ଝଟକା ଲାଗିଥିଲା ଏବଂ ସେ ବହୁତ ଅବସାଦରେ ଥିଲେ। ଏହାସହିତ ଏହା କୁହାଯାଉଛି ଯେ ସୁଶାନ୍ତଙ୍କ ଅସମୟରେ ନିଧନ ଖବର ଶୁଣିବା ପରେ ସୁଧା ଦେବୀ ଖାଇବା ପିଇବା ବନ୍ଦ କରିଦେଇଥିଲେ। ଯେତେବେଳେ ସୁଶାନ୍ତଙ୍କ ବାପା ତାଙ୍କୁ ପୁଅର ମୃତ୍ୟୁ ଖବର ଜଣାଇଲେ ସେତେବେଳେ ସେ ବିଲକୁଲ ଭାଙ୍ଗି ପଡିଥିଲେ। ତେବେ ହଠାତ ଦୁଇ ଦୁଇଟି ଅଘଟଣ ଘଟିବା ପରେ ଲାଗୁଛି ଯେପରି ସୁଶାନ୍ତଙ୍କ ପରିବାରରେ ଦୁଃଖର ପାହାଡ ଲଦି ପଡିଛି।

ସେହିପରି ସୁଶାନ୍ତଙ୍କ ଅନ୍ତିମ ସଂସ୍କାରରେ ପରିବାର ବ୍ୟତୀତ କୃତି ସାନନ, ରିୟା ଚକ୍ରବର୍ତ୍ତୀ, ଶ୍ରଦ୍ଧା କପୁର ଏବଂ ବରୁଣ ଶର୍ମା ଭଳି ଅନେକ କଳାକାର ସାମିଲ ହୋଇଥିଲେ।

Pritiparna

Recent Posts

ଅଧା ବଗି ଛାଡ଼ି ଦୁଇ କିଲୋମିଟର ଚାଲିଗଲା ମାଲଗାଡ଼ି

ଜଳେଶ୍ୱର : ଅଧା ବଗି ଛାଡ଼ି ଦୁଇ କିଲୋମିଟର ଚାଲିଗଲା ମାଲଗାଡ଼ି । ଦକ୍ଷିଣ-ପୂର୍ବ ରେଳ ପଥର ବାଲେଶ୍ବର ଜିଲ୍ଲା…

18 seconds ago

ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଟିମ ବିଜେପି ଭେଟିଲେ ରାଜ୍ୟପାଳଙ୍କୁ, ସରକାର ଗଠନ ଦାବି କଲେ

କେନ୍ୟୁଜ (ବ୍ୟୁରୋ) : ଓଡ଼ିଶାରେ ସରକାର ଗଠନ କରିବାକୁ ବିଜେପି ରାଜ୍ୟପାଳଙ୍କ ନିକଟରେ ଦାବି କରିଛି । ଆଜି ରାଜ୍ୟ…

43 mins ago

ଗରମ ସହି ନପାରି ପୋଖରୀକୁ ଗାଧୋଇବାକୁ ଯାଇଥିଲେ, ଚାଲିଗଲା ବୃଦ୍ଧଙ୍କ ଜୀବନ

ଆନନ୍ଦପୁର(କେନ୍ୟୁଜ୍‌): ଅସହ୍ୟ କଲା ଗରମ ଗୁଳୁଗୁଳି । ପୋଖରୀକୁ ଗାଧୋଇବାକୁ ଯାଇଥିଲେ ବୃଦ୍ଧ । ଗୋଡ଼ ଖସିଗଲା ପାଣିରେ ବୁଡି…

1 hour ago

ସୁରକ୍ଷିତ ଦେଶ ଯେଉଁଠି ସ୍କୁଲ ହେଉ କି ସପିଂ ମଲ୍‌ ପିଲାମାନେ ଏକା ଯାଆନ୍ତି

ସାଧାରଣତ ଯେତେବେଳେ ପିଲାମାନେ ବିଦ୍ୟାଳୟକୁ ଯାଆନ୍ତି, ଲୋକମାନେ ସେମାନଙ୍କର ସୁରକ୍ଷା ପାଇଁ ଚିନ୍ତିତ ହୁଅନ୍ତି । ଆମେ ସେମାନଙ୍କୁ ଏକୁଟିଆ…

2 hours ago

ଦିଲ୍ଲୀରେ ବିଦ୍ୟୁତ ସଙ୍କଟ, ଦିନ ୨ ଟାରୁ ନାହିଁ କରେଣ୍ଟ

ଡହ ଡହ ଖରାରେ ଜଳୁଛି ସାରା ଦେଶ । ଗୁଳୁଗୁଳି ସାଙ୍ଗକୁ ଅସହ୍ୟ ତାତି । କିନ୍ତୁ ଏହାରି ଭିତରେ…

2 hours ago

ଶିଶୁ ମନ୍ଦିର ଗୁରୁଜୀରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ମୋହନ ମାଝିଙ୍କ ରାଜନୈତିକ ଜୀବନ ଯାତ୍ରା

(କେନ୍ୟୁଜ) : ଉଠିଲା ପରଦା । ହଟିଲା ସସପେନସ । ସାମ୍ନାକୁ ଆସିଲା ଓଡିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ।…

3 hours ago