ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିଲେନି ଭାଉଜ, ଅନ୍ତିମ ସଂସ୍କାର ସମୟରେ ହିଁ ବୁଜିଦେଲେ ଆଖି

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପରିବାର ଉପରେ ଦୁଃଖର ପାହାଡ ଲଦି ପଡିଛି। ପହିଲି ରଜ ଅର୍ଥାତ ଗତ ୧୪ ତାରିଖରେ ନିଜ ଘରେ ତାଙ୍କର ମୃତ ଶବ ମିଳିଥିଲା। ତାଙ୍କ ଅନୁପସ୍ଥିତିକୁ ଅନେକ ଲୋକ ବିଶ୍ୱାସ କରିପାରୁନାହାନ୍ତି। ବଲିଉଡ ସମେତ ସାଧାରଣ ଲୋକଙ୍କୁ ମଧ୍ୟ ବହୁତ ବଡ ଝଟକା ଲାଗିଛି। ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ତାଙ୍କ ପରିବାର। ସୁଶାନ୍ତଙ୍କ ମୃତ୍ୟୁ ଖବର ଶୁଣି ବହୁତ ଭାଙ୍ଗି ପଡିଥିବା ତାଙ୍କର ସର୍ମ୍ପକୀୟ ଭାଉଜଙ୍କର ବିହାରରେ ଅକସ୍ମାତ ମୃତ୍ୟୁ ଘଟିଛି। ଟାଇମ୍ସ ଅଫ ଇଣ୍ଡିଆ ରିପୋର୍ଟ ଅନୁଯାୟୀ ଯେଉଁ ସମୟରେ ସୁଶାନ୍ତ ସିଂହ ରାଜପୁତଙ୍କ ଅନ୍ତିମ ସଂସ୍କାର କରାଯାଉଥିଲା ସେହି ସମୟରେ ହିଁ ତାଙ୍କ ଭାଉଜଙ୍କର ମଧ୍ୟ ମୃତ୍ୟୁ ହୋଇଗଲା।

sushantaaମିଡିଆ ରିପୋର୍ଟ ଅନୁଯାୟୀ ସୁଶାନ୍ତ ସିଂହ ରାଜପୁତଙ୍କ ଭାଉଜ ସୁଧାଦେବୀ ଅଭିନେତାଙ୍କ ଏପରି ଅକସ୍ମାତ ମୃତ୍ୟୁକୁ ସହ୍ୟ କରିପାରିଲେନି। ତାଙ୍କୁ ବହୁତ ଝଟକା ଲାଗିଥିଲା ଏବଂ ସେ ବହୁତ ଅବସାଦରେ ଥିଲେ। ଏହାସହିତ ଏହା କୁହାଯାଉଛି ଯେ ସୁଶାନ୍ତଙ୍କ ଅସମୟରେ ନିଧନ ଖବର ଶୁଣିବା ପରେ ସୁଧା ଦେବୀ ଖାଇବା ପିଇବା ବନ୍ଦ କରିଦେଇଥିଲେ। ଯେତେବେଳେ ସୁଶାନ୍ତଙ୍କ ବାପା ତାଙ୍କୁ ପୁଅର ମୃତ୍ୟୁ ଖବର ଜଣାଇଲେ ସେତେବେଳେ ସେ ବିଲକୁଲ ଭାଙ୍ଗି ପଡିଥିଲେ। ତେବେ ହଠାତ ଦୁଇ ଦୁଇଟି ଅଘଟଣ ଘଟିବା ପରେ ଲାଗୁଛି ଯେପରି ସୁଶାନ୍ତଙ୍କ ପରିବାରରେ ଦୁଃଖର ପାହାଡ ଲଦି ପଡିଛି।

ସେହିପରି ସୁଶାନ୍ତଙ୍କ ଅନ୍ତିମ ସଂସ୍କାରରେ ପରିବାର ବ୍ୟତୀତ କୃତି ସାନନ, ରିୟା ଚକ୍ରବର୍ତ୍ତୀ, ଶ୍ରଦ୍ଧା କପୁର ଏବଂ ବରୁଣ ଶର୍ମା ଭଳି ଅନେକ କଳାକାର ସାମିଲ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.