ଦେଶ ବିଦେଶ

ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ସହଯୋଗ କରିବ ବ୍ରିଟେନ, ନରେନ୍ଦ୍ର ମୋଦି-ବୋରିସଙ୍କ ମଧ୍ୟରେ ଫ୍ରି ଟ୍ରେଡ୍‌ ନେଇ ଆଲୋଚନା

କେନ୍ୟୁଜ୍(ବ୍ୟୁରୋ): ଆହୁରି ସୁଦୃଢ ହେବ ଭାରତ-ବ୍ରିଟେନ୍‌ ସମ୍ପର୍କ । ଆଜି ପିଏମ୍‌ ନରେନ୍ଦ୍ର ମୋଦି-ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ବେଳେ ଅନେକ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏଥିସହ ରୋଡ୍‌ମ୍ୟାପ ୨୦୩୦ ଲଞ୍ଚ ହୋଇଛି । ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ନେଇ ଉଭୟ ନେତାଙ୍କ ମଧ୍ୟରେ ସହମତି ହୋଇଛି । ଦୁଇ ଦେଶ ମଧ୍ୟରେ ଫ୍ରି ଟ୍ରେଡ୍‌ ନେଇ ମଧ୍ୟ ଆଲୋଚନା ହୋଇଛି । ହାଇଡ୍ରୋଜେନ୍‌ ମିଶନ୍‌ରେ ସାମିଲ ହେବାକୁ ବୋରିସ ଜନ୍‌ସନ୍‌ଙ୍କୁ ଆହ୍ଵାନ୍‌ କରିଛନ୍ତି ପିଏମ୍‌ ମୋଦି । ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ ମୋଦିଙ୍କୁ ଭଲ ବନ୍ଧୁ ବୋଲି କହିଛନ୍ତି । ଏପଟେ ୟୁକ୍ରେନ୍‌-ରୁଷ ଯୁଦ୍ଧ ପ୍ରସଙ୍ଗରେ ଆଲୋଚନା ମାଧ୍ୟମରେ ଶାନ୍ତି ସ୍ଥାପନ କରିବାକୁ ଅପିଲ୍‌ କରିଛନ୍ତି ପିଏମ୍‌ ମୋଦି ।

ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତର ଆଜି ଦ୍ୱିତୀୟ ଦିନରେ ଦିଲ୍ଲୀ ହାଇଦ୍ରାବାଦ ହାଉସ୍‌ରେ ଦୁଇ ଦେଶର ପ୍ରତିନିଧି ମଣ୍ଡଳୀ ଆଲୋଚନା ହୋଇଥିଲା । ଆଜି ସକାଳେ ରାଷ୍ଟ୍ରପତି ଭବନରେ ଜନ୍‌ସନ୍‌ଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ପିଏମ୍‌ ମୋଦି । ରାଷ୍ଟ୍ରପତି ଭବନରେ ତାଙ୍କୁ ଗାର୍ଡ ଅଫ୍‌ ଅନର୍‌ ଦିଆଯାଇଥିଲା । ପରେ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ଜନସନ୍‌ । ସ୍ୱାଗତ ପାଇଁ ମୋଦିଙ୍କୁ ଧନ୍ୟବାଦ ଜଣାଇଥିଲେ ଜନ୍‌ସନ୍‌ । କହିଛନ୍ତି, ଅମିତାଭ ବଚ୍ଚନ ଓ ତେନ୍ଦୁଲକରଙ୍କ ଭଳି ସେ ଅନୁଭବ କରିଛନ୍ତି ।

KNews Bureau

Recent Posts

ରାଜ୍ୟରେ ଅସ୍ୱାଭାବିକ ମୃତ୍ୟର କାରଣ ପାଇଁ ପୋଷ୍ଟମୋର୍ଟମ ରିପୋର୍ଟକୁ ଅପେକ୍ଷା କରିବାକୁ ପଡ଼ିବ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର (କେନ୍ୟୁଜ୍‌): ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅସ୍ୱାଭାବିକ ମୃତ୍ୟକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା । ମୃତ୍ୟୁର କାରଣ ଜାଣିବାକୁ…

10 mins ago

କାକଟପୁରରେ ଭୋଟ ଦେଲେ ୧୧୧ବର୍ଷର ବୃଦ୍ଧ, ଭାବପ୍ରବଣ ହୋଇ କାନ୍ଦିପକାଇଲେ

କାକଟପୁର(କେନ୍ୟୁଜ୍‌): ଆଜି ଶେଷ ପର୍ଯ୍ୟାୟରେ କାକଟପୁର ନିର୍ବାଚନ ମଣ୍ଡଳୀରେ ୨୮୦ଟି ବୁଥରେ ଭୋଟ ଗ୍ରହଣ କାର୍ଯ୍ୟ ଚାଲୁରହିଛି । ଏହି…

21 mins ago

ବାଇକରେ ଟଙ୍କା ଭତ୍ତି ବ୍ୟାଗ୍‌ ରଖି ଆଖୁ ରସ ପିଉଥିଲେ, କିନ୍ତୁ ପିଇସାରି ମୁହଁ ବୁଲାଇବାବେଳକୁ ଟଙ୍କା ଗାୟବ

ଗଞ୍ଜାମ (କେନ୍ୟୁଜ) : ଆଖୁ ରସ ପିଉଥିଲେ ଏପଟେ ଲୁଟିନେଇ ଚାଲିଗଲେ । ହଁ ଆଜ୍ଞା ଆଖୁ ରସ ପିଉଥିବା…

38 mins ago

CBSE ୧୦ମ ଏବଂ ୧୨ଶ ସପ୍ଲିମେଣ୍ଟାରୀ ପରୀକ୍ଷା : ରେଜିଷ୍ଟ୍ରେସନ ଆରମ୍ଭ, ଜୁଲାଇ ୧୫ରେ ପରୀକ୍ଷା, ଜାଣନ୍ତୁ କେମିତି କରିବେ ଆବେଦନ

ସିବିଏସଇ ୧୦ମ ଏବଂ ୧୨ଶ ସପ୍ଲିମେଣ୍ଟାରୀ ପରୀକ୍ଷା ଆସନ୍ତା ୧୫ ଜୁଲାଇରୁ ଆରମ୍ଭ ହେବ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା…

48 mins ago

କେନ୍ଦ୍ର କର୍ମଚାରୀଙ୍କୁ ବଡ ଉପହାର, ଡିଏ ପରେ ଏବେ ଗ୍ରାଚ୍ୟୁଟିରେ ୨୫% ବୃଦ୍ଧି

କେନ୍ଦ୍ର କର୍ମଚାରୀଙ୍କ ପାଇଁ ବଡ ଆଶ୍ବସ୍ତିକର ଖବର । କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ାଯିବା ପରେ ସେମାନଙ୍କୁ ଆଉ ଏକ…

56 mins ago

ଦିଲ୍ଲୀ: ମେଟ୍ରୋ ଥାନାରେ ଭୟାବହ ଅଗ୍ନିକାଣ୍ଡ, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ଜଳିଗଲା ବିଲ୍ଡିଂ

ଦିଲ୍ଲୀର କାଶ୍ମୀରୀ ଗେଟ୍ ମେଟ୍ରୋ ଥାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣା ମେ’ ୩୧ ତାରିଖ ରାତିରେ…

1 hour ago