ଦେଶ ବିଦେଶ

ଗିରଫ ହୋଇଥିବା ତାମିଲନାଡୁ ଶକ୍ତି ମନ୍ତ୍ରୀଙ୍କର ହେବ ବାଇପାସ୍‌ ସର୍ଜରୀ, ଡାକ୍ତର ଦେଲେ ପରାମର୍ଶ

ମନି ଲଣ୍ଡରିଂ ମାମଲାରେ ତାମିଲନାଡ଼ୁର ଶକ୍ତି ମନ୍ତ୍ରୀ ଭି. ସେନଥିଲ୍‌ ବାଲାଜୀଙ୍କୁ ଆଜି ସକାଳେ ଗିରଫ କରିଛି ଇଡି। ଗିରଫ ହେବା ପରେ ଶକ୍ତିମନ୍ତ୍ରୀଙ୍କର ହାଇଡ୍ରାମା ଦେଖିବାକୁ ମିଳିଥିଲା । କ୍ୟାସ୍‌ ଫର ଜବ୍‌ ସ୍କାମରେ ମନ୍ତ୍ରୀଙ୍କୁ ଇଡି ଗିରଫ କରିବା ପରେ ହଠାତ୍‌ ଛାତି ଯନ୍ତ୍ରଣା ଅଭିଯୋଗ କରିବା ସହ ମନ୍ତ୍ରୀ ଗାଡ଼ିରେ କାନ୍ଦି କାନ୍ଦି ଗଡ଼ିଗଲେ। ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଥିପାଇଁ ବର୍ତ୍ତମାନ ମନ୍ତ୍ରୀଙ୍କର ବାଇପାସ୍ ସର୍ଜରୀ କରିବାକୁ ହେବ ବୋଲି ଡାକ୍ତର କହିଛନ୍ତି । ତାଙ୍କର କରୋନାରୀ ଆଞ୍ଜିଓଗ୍ରାମ ପରୀକ୍ଷା ହସ୍ପିଟାଲରେ କରାଯାଇଥିଲା, ପରେ ବାଇପାସ୍ ସର୍ଜରୀ ପାଇଁ ପରାମର୍ଶ ଦିଆଯାଇଛି।

ଖବର ମୁତାବକ, ଗତକାଲି ଇଡି ସେନଥିଲ୍‌ ବାଲାଜୀଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ସେହି ସମୟରେ ମନ୍ତ୍ରୀ ନିଜ ବାସଭବନରେ ଉପସ୍ଥିତ ଥିଲେ। ଅପରାହ୍ନରେ ଗିରଫଦାରୀ ହେବା ନେଇ ମନ୍ତ୍ରୀ ଆଭାସ ପାଇବା ପରେ ଛାତି ଯନ୍ତ୍ରଣା ଅଭିଯୋଗ କରିଥିଲେ। ଏହାପରେ ତାଙ୍କୁ ଚେନ୍ନାଇର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏଥିପାଇଁ ହସପିଟାଲରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

କାର ପଛ ସିଟରେ ବସିଥିବା ଶକ୍ତି ମନ୍ତ୍ରୀ ନିଜର ସମର୍ଥକଙ୍କୁ ଏକତ୍ରିତ ଦେଖି କାନ୍ଦିବାକୁ ଲାଗିଥିଲେ । ଏହାସହିତ ଡିଏମକେ ସାଂସଦ ଏବଂ ଅଭିବକ୍ତା ଏନଆର ଏଲଙ୍ଗୋ କହିଛନ୍ତି, ସେନଥିଲ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ଡାକ୍ତର ତାଙ୍କର ଯାଞ୍ଚ କରୁଛନ୍ତି । ଆଇସିୟୁରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତରୀ ଟିମ୍‌ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି। ସେଠାରେ ରାପିଡ ଆକ୍ସନ ଫୋର୍ସଙ୍କୁ ମୁତୟନ କରାଯାଇଛି।

ତାମିଲନାଡୁ ସ୍ବାସ୍ଥ୍ୟମନ୍ତ୍ରୀ ଏମ ସୁବ୍ରମଣ୍ୟମ ଏବଂ ଖେଳ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଶକ୍ତିମନ୍ତ୍ରୀ ଦେଖିବାକୁ ପାଇଁ ହସପିଟାଲରେ ପହଞ୍ଚିଛନ୍ତି ।

ପୂର୍ବରୁ ଏଆଇଡିଏମ୍‌କେ ଥିବା ବାଲାଜୀ ୨୦୧୧ରୁ ୨୦୧୫ ମଧ୍ୟରେ ବାଲାଜୀ ପରିବହନ ମନ୍ତ୍ରୀ ଥିଲେ। ସେତେବେଳେ ତାଙ୍କ ନାଁରେ ଦୁର୍ନୀତି କରିଥିବା ନେଇ ଅଭିଯୋଗ ହୋଇଥିଲା।

Swagatika

Recent Posts

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

18 mins ago

ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ, ଆଜି ଓ ଆସନ୍ତାକାଲି ଶପଥ ନେବେ

ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…

19 mins ago

ବିହାର: ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ନବନିର୍ମିତ ବ୍ରିଜ୍‌, ୧୨ କୋଟି ଟଙ୍କା ବ୍ୟୟରେ ହୋଇଥିଲା ତିଆରି

ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍‌ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍‌ ମଙ୍ଗଳବାର ଭୁଶୁଡ଼ି…

23 mins ago

ନଦୀରେ ଗାଧୋଇବା ସମୟରେ ବୁଡି ତିନି ନାବାଳକ ମୃତ, ନାବାଳକ ସମସ୍ତେ ଗୋଟିଏ ପରିବାରର

କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…

29 mins ago

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଉତ୍ସବମୁଖର ଶ୍ରୀକ୍ଷେତ୍ର

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…

32 mins ago

ସାଇକେଲ ବ୍ୟବହାର କରିବା ପାଇଁ ସମସ୍ତଙ୍କୁ ଅପିଲ୍‌ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…

44 mins ago