ରାଜ୍ୟ

ମାଂସ ଖାଇବା ପାଇଁ ବରଯାତ୍ରୀ କଲେ ଝଗଡ଼ା, ଶେଷରେ ବାହା ହେଲାନି କନ୍ୟା

ସମ୍ବଲପୁର(କେନ୍ୟୁଜ୍):  ଖାସି ମାଂସ ପାଇଁ ଭାଙ୍ଗିଗଲା ବାହାଘର । ଶିଶୁପାଳ ହୋଇ ଫେରିଲା ବର । ଏପରି ଏକ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ସହର ଧମା ଅଞ୍ଚଳରେ। ଧମା ଅଞ୍ଚଳର ଜଣେ ଯୁବତୀଙ୍କ ବାହାଘର ସୁନ୍ଦରଗଡ଼ ଜିଲ୍ଲାର ଜଣେ ଯୁବକଙ୍କ ସହ ସ୍ଥିର ହୋଇଥିଲା । ସମ୍ବଲପୁରର ଏକ ବିବାହ ମଣ୍ଡପରେ ଚାଲିଥିଲା ବାହାଘର । ବାଜା, ରୋଷଣୀ ସହ କନ୍ୟା ଘରେ ପହଞ୍ଚିଥିଲେ ବରଯାତ୍ରୀ। ଆରମ୍ଭ ହୋଇଥିଲା ଖିଆପିଆ। ହେଲେ ମାଂସ ଅଧାରୁ ସରି ଯାଇଥିବାରୁ ଆରମ୍ଭ ହୋଇଯାଇଥିଲା ଝଗଡ଼ା।

କନ୍ୟା ଘର ଲୋକ ଏକ ଢାବାରୁ ମାଂସ ଆଣି ଖାଇବାକୁ ଦେଇଥିଲେ। ହେଲେ ବର ପକ୍ଷ ନ ମାନିବାରୁ ଝିଅର ବାପା ଓ ମାମୁ ବରପକ୍ଷଙ୍କ ହାତଗୋଡ଼ ଧରି ନେହୁରା ହୋଇଥିଲେ । ଏପରି ଘଟଣା ଦେଖି ବାହା ହେବାକୁ ରୋକଠୋକ୍‌ ମନା କରିଦେଇଥିଲା କନ୍ୟା। ଆଉ ଶିଶୁପାଳ ହୋଇ ଘରକୁ ଫେରିଥିଲା ବର। ସମ୍ବଲପୁରରେ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।

KNews Bureau

Recent Posts

କୁଏତ ଅଗ୍ନିକାଣ୍ଡ: ଭୁବନେଶ୍ବରରେ ପହଞ୍ଚିଲା ମୃତକଙ୍କ ପାର୍ଥିକ ଶରୀର, ୪ ଲକ୍ଷ ଟଙ୍କା ସହୟତା ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ବର (କେନ୍ୟୁଜ): କୁଏତ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଦୁଇ ଓଡ଼ିଆଙ୍କ ପାର୍ଥିକ ଶରୀର ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିଛି । ଶ୍ରଦ୍ଧାଞ୍ଜଳି…

2 mins ago

ଯାନ୍ତ୍ରିକ ତ୍ରୁଟି ପାଇଁ ଚିଲିକା ମଝିରେ ଫସିଲା ଡଙ୍ଗା, ୨୦ରୁ ଅଧିକ ଯାତ୍ରୀ ହନ୍ତସନ୍ତ

ବ୍ରହ୍ମଗିରି (କେନ୍ୟୁଜ): ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା । ସାତପଡ଼ା ଭିତରେ ଅଟକି ରହିଛନ୍ତି ଯାତ୍ରୀ । ଡଙ୍ଗାଟି…

20 mins ago

ଦୋକାନୀ ଉପରକୁ ତତଲା ଚା’ହାଣ୍ଡି ଢାଳି ଦେଲେ ଦୁର୍ବୃତ୍ତ

ସାଲେପୁର (କେନ୍ୟୁଜ): ଚା' ଦୋକାନୀଙ୍କ ଉପରକୁ ତତଲା ଚା'ହାଣ୍ଡି ଢାଳି ଦେଲେ ଦୁର୍ବୃତ୍ତ । ଏଭଳି ଏକ ଅଭାବନୀୟ ଘଟଣା…

35 mins ago

ଆଜିଠୁ ମାଛଧରା ଆରମ୍ଭ, ୬୧ ଦିନ ପରେ ହଟିଲା କଟକଣା

ପାରାଦୀପ (କେନ୍ୟୁଜ): ନଦୀ ମୁହାଣ ଏବଂ ସମୁଦ୍ରରେ ମାଛଧରା ଉପରେ ଥିବା ୬୧ ଦିନର କଟକଣା ଶେଷ ହୋଇଛି । …

39 mins ago

ରଜ ମଉଜରେ ଶଶିକାନ୍ତଙ୍କ ବନାରସ ପାନର ମଜା ନିଆରା

କାକଟପୁର(କେନ୍ୟୁଜ):ମଉଜ ମଜଲିସ୍,ହସ ଉଲ୍ଲାସ । ରଜ ଆସିଲେ ସମସ୍ତେ ଖୋଜନ୍ତି ପୋଡ଼ପିଠା, ଦୋଳି ଖେଳ ଓ ରଜ ପାନ ।…

1 hour ago

ରଜକୁ ନେଇ ଚଳଚଞ୍ଚଳ ରେଶମ ସହର ବ୍ରହ୍ମପୁର, ରଜ ଦୋଳି ଖେଳିଲେ ଦୃଷ୍ଟିବାଧିତ ଛାତ୍ରୀ

ବ୍ରହ୍ମପୁର (କେନ୍ୟୁଜ): ଓଡ଼ିଶାର ଗଣ ପର୍ବ ହେଉଛି ରଜ ପର୍ବ । ରଜକୁ ନେଇ ଉତ୍ସବ ମୁଖର ହୋଇଉଠିଛି ରେଶମ…

2 hours ago