ଦେଶ ବିଦେଶ

ତେହରିକ୍-ଏ-ହୁରିୟତକୁ ବ୍ୟାନ୍‌ କଲେ କେନ୍ଦ୍ର ସରକାର, ସୂଚନା ଦେଲେ ଗୃହମନ୍ତ୍ରୀ ଅମିତ ଶାହା

କେନ୍ଦ୍ର ସରକାର ଜମ୍ମୁ କଶ୍ମୀରରେ ତେହରିକ୍-ଏ-ହୁରିୟତ ସଂଗଠନକୁ ଏକ ବେଆଇନ ସଂଗଠନ ଭାବେ ଘୋଷଣା କରିବା ସହିତ ପ୍ରତିବନ୍ଧକ ଲଗାଇଛନ୍ତି । କେନ୍ଦ୍ର ସରକାର UAPA ଅଧିନରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଭାରତ ସରକାରଙ୍କ ଏହି ପଦକ୍ଷେପ ଉପରେ ଗୃହ ମନ୍ତ୍ରୀ ଅମିତ ଶାହା ରବିବାର ସୋସିଆଲ ମିଡିଆ ‘ଏକ୍ସ’ରେ ସୂଚନା ଦେଇଛନ୍ତି ।

ଖବର ମୁତାବକ, ଜମ୍ମୁ-କଶ୍ମୀରର ବିଚ୍ଛିନ୍ନତାବାଦୀ ସଂଗଠନ ହେଉଛି ତେହରିକ୍-ଏ-ହୁରିୟତ। ଏହି ସଂଗଠନ ଦେଶ ବରୋଧୀ କାର୍ଯ୍ୟକଳାପ କରିବାରୁ ଏହାକୁ ବ୍ୟାନ୍ କରାଯାଇଛି । ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଲେଖିଛନ୍ତି, ଜମ୍ମୁ-କଶ୍ମୀରକୁ ଭାରତରୁ ପୃଥକ୍ କରିବା ଏବଂ ଇସ୍ଲାମିକ ନିୟମ ପ୍ରତିଷ୍ଠା ନିଷେଧ କାର୍ଯ୍ୟରେ ଏହି ସଂଗଠନ ଜଡ଼ିତ ରହିଛି । ଏହି ଗୋଷ୍ଠୀ ଭାରତ ବିରୋଧୀ ପ୍ରଚାର ପ୍ରସାର କରୁଛି ଏବଂ ଜମ୍ମୁ-କଶ୍ମୀରରେ ବିଚ୍ଛିନ୍ନତାକୁ ପ୍ରୋତ୍ସାହିତ କରିବା ପାଇଁ ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରଖିଛି ।

ଭାରତ ସରକାର ନୋଟିଫିକେସନ ଜାରି କରି କହିଛନ୍ତି, ତେହରିକ୍-ଏ-ହୁରିୟତ ସଂଗଠନ ବିଚ୍ଛିନ୍ନତାବାଦୀ ବିଚାରଧାରାକୁ ସଂପ୍ରସାରିତ କରୁଛି । ଏମାନେ ଆତଙ୍କବାଦୀକୁ ଶ୍ରଦ୍ଧାଞ୍ଜଳି ଦିଅନ୍ତି ଏବଂ ପଥରଫିଙ୍ଗାକୁ ପ୍ରୋତ୍ସାହନ ଦିଅନ୍ତି । ଏହି ସଂଗଠନ ଭାରତୀୟ ଆଇନ ବ୍ୟବସ୍ଥାକୁ ପାଳନ କରେ ନାହିଁ ।

ସୂଚନାଯୋଗ୍ୟ, ଏହାପୂର୍ବରୁ ଡିସେମ୍ବର ୨୭ ତାରିଖ ଗୃହ ମନ୍ତ୍ରଣାଳୟ ମୁସଲିମ ଲିଗ ଉପରେ ପ୍ରତିବନ୍ଧକ ଲଗାଇଥିଲା । କେନ୍ଦ୍ର ଏହି ସଙ୍ଗଠନ ଉପରେ ୫ ବର୍ଷ ପାଇଁ ପ୍ରତିବନ୍ଧକ ଲଗାଇଛି । ସଙ୍ଗଠନର ସଦସ୍ୟମାନେ ଜମ୍ମୁ ଓ କାଶ୍ମୀରରେ ବିଚ୍ଛିନ୍ନତା ସମ୍ବନ୍ଧୀୟ କାର୍ଯ୍ୟକଳାପରେ ସାମିଲ ଅଛନ୍ତି । ଏହାର ନେତା ଏବଂ ସଦସ୍ୟମାନେ ଆତଙ୍କବାଦୀଙ୍କୁ ସମର୍ଥନ କରି ସୁରକ୍ଷା ବାହିନୀ ଉପରେ ଲଗାତାର ପଥର ମାଡ଼ କରିବା ସହିତ ଅନ୍ୟାନ୍ୟ କାର୍ଯ୍ୟକଳାପରେ ସମ୍ପୃକ୍ତ ଅଛନ୍ତି ।

Under the Unlawful Activities Prevention Act (UAPA) ଅଧୀନରେ କେନ୍ଦ୍ର ସରକାର କୌଣସି ସଙ୍ଗଠନକୁ ‘ବେଆଇନ’ କିମ୍ବା ‘ଆତଙ୍କବାଦୀ’ ସଙ୍ଗଠନ ଘୋଷଣା କରିପାରନ୍ତି, ଯାହାକୁ ସାଧାରଣ ଭାଷାରେ ‘ପ୍ରତିବନ୍ଧକ’ କୁହାଯାଏ । ଗୃହ ମନ୍ତ୍ରଣାଳୟ ମୁତାବକ, ବର୍ତ୍ତମାନ ସମୟରେ ଦେଶରେ ୪୨ଟି ସଙ୍ଗଠନକୁ ଆତଙ୍କୀ ସଙ୍ଗଠନ ଘୋଷଣା କରାଯାଇଛି । ଅର୍ଥାତ୍‌ ସେଗୁଡ଼ିକ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏଥିରେ କିଛି ଖଲିସ୍ତାନୀ ସଙ୍ଗଠନ, ଲସ୍କର-ଏ-ତୋଏବା, ଜୈଶ୍‌-ଏ-ମହମ୍ମଦ, ଲିଟ୍ଟେ ଏବଂ ଅଲ୍‌କାଏଦା ଭଳି ସଙ୍ଗଠନ ସାମିଲ ରହିଛି ।

Swagatika

Recent Posts

ପ୍ରଧାନମନ୍ତ୍ରୀ ମୋଦିଙ୍କ ଟିମ୍ ରେ ୭୨ ଜଣ ମନ୍ତ୍ରୀ, ୩୦ କ୍ୟାବିନେଟ, ୫ ଜଣ ରାଷ୍ଟ୍ରପାହ୍ୟା ସ୍ବାଧୀନ ଓ ୩୬ ରାଷ୍ଟ୍ର ପାହ୍ୟା ମନ୍ତ୍ରୀ

ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ୭୨ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ଏମାନଙ୍କ ମଧ୍ଯରେ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ ରହିଥିବା…

51 mins ago

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ପଡ଼ୋଶୀ ରାଷ୍ଟ୍ର ନେତାଙ୍କ ସହ ସେଲିବ୍ରିଟି ଓ ଶିଳ୍ପପତିଙ୍କ ଗହଳି, ଶାହାରୁଖ, ରଜନୀକାନ୍ତ, ଅକ୍ଷୟ,ଅମ୍ବାନୀ ଓ ଆଦାନୀ

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ସେଲିବ୍ରିଟିଙ୍କ ଗହଳି। ଶାହାରୁଖ ଖାନ, ରଜନୀକାନ୍ତ, ଅକ୍ଷୟ କୁମାର ସାମିଲ ହୋଇଥିଲେ। ଅନୀଲ କପୁର,…

59 mins ago

‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ ଉଦଯାପିତ, ଯୋଗଦେଲେ ବଲିଉଡର ଖ୍ୟାତନାମା ନିର୍ଦ୍ଦେଶକ ଅମିତ ରାଏଙ୍କ ସହ ବିଶିଷ୍ଟ ଲେଖିକା ଡକ୍ଟର ପ୍ରତିଭା ରାୟ

ଭୁବନେଶ୍ୱର : ଭୁବନେଶ୍ୱର ଜୟଦେବ ଭବନଠାରେ ଆୟୋଜିତ ‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଛି । ଶେଷ…

1 hour ago

ମୋଦିଙ୍କ ନୂଆ ଟିମରେ ଓଡ଼ିଶାର ୩ ସାଂସଦ, ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ବିନୀ ବୈଷ୍ଣବ

ମୋଦିଙ୍କ ନୂଆ ଟିମରେ ଓଡ଼ିଶାର ୩ ସାଂସଦ । ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ବିନୀ ବୈଷ୍ଣବ ।…

2 hours ago

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩ୟ ଇନିଂସ ଆରମ୍ଭ, ଶପଥ ନେଲେ ପ୍ରଧାନମନ୍ତ୍ରୀଙ୍କ ସହ ଟିମ୍‌ କ୍ୟାବିନେଟ୍‌, ଓଡିଶାକୁ ୩ କ୍ୟାବିନେଟ ମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩ୟ ଇନିଂସ ଆରମ୍ଭ …

3 hours ago

ବସ୍‌ ରେ ଯାତ୍ରା ସମୟରେ ଖସି ପଡ଼ୁଥିଲେ ଯାତ୍ରୀ, ସୁପରମ୍ୟାନ୍‌ ଭାବେ ଜୀବନ ରକ୍ଷା କଲେ କଣ୍ଡକ୍ଟର

ଯଦି ଆପଣ ଚଳଚ୍ଚିତ୍ରରେ 'ସ୍ପାଇଡରମ୍ୟାନ୍' ଦେଖିଥିବେ, ତେବେ ଆପଣ ବୋଧହୁଏ ଜାଣିଥିବେ ଷଷ୍ଠ ଇନ୍ଦ୍ରୀୟ (sixth sence) କ’ଣ କୁହାଯାଏ…

5 hours ago