ଦେଶ ବିଦେଶ

ତେଲେଙ୍ଗାନାବାସୀଙ୍କୁ ଧମକ ଦେଲେ ମୁଖ୍ୟମନ୍ତ୍ରୀ, ଲକ୍‌ ଡାଉନ୍‌ ପାଳନ କର ନହେଲେ ସୁଟ୍‌-ଏଟ୍‌-ସାଇଟ୍‌ ଅର୍ଡର ଦେବି

ହାଇଦ୍ରାବାଦ : ଏବେ ସାରା ଦେଶରେ ଲକଡାଉନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନ ପାଇଁ ଲକଡାଉନ ଘୋଷଣା କରି ଦେଶବାସୀଙ୍କୁ ଘରୁ ନବାହାରିବାକୁ ଅନୁରୋଧ କରିଛନ୍ତି। କିନ୍ତୁ ଅନେକ ଲୋକ ଏହି ଲକଡାଉନକୁ ନ ମାନି ଘରୁ ବାହାରକୁ ଆସି ଯାଉଛନ୍ତି । ଆଉ କିଛି ଲୋକ ତ ରାସ୍ତାରେ ବୁଲିବା ବନ୍ଦ କରୁ ନାହାନ୍ତି। ତେବେ ଏହାରି ଭିତରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ର ଶେଖର ରାଓ ଲୋକଙ୍କୁ କଡ଼ା ଚେତାବନୀ ଦେଇଇଛନ୍ତି। କହିଛନ୍ତି, ଯଦି ଲକ୍‌ଡାଉନ୍‌କୁ ପାଳନ ନକରିବେ ତେବେ ମୁଁ ପୋଲିସ୍‌କୁ ଦେଖିଲା ମାତ୍ରେ ଗୁଳି ମାରିବାକୁ ନର୍ଦ୍ଦେଶ ଦେବି ।
ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଲକ୍ଡାଉନ୍ ନିୟମ ଉଲ୍ଲଂଘନକାରୀଙ୍କ ପାଇଁ କଠୋର ହୋଇଛନ୍ତି। ସେ କହିଛନ୍ତି ଲୋକମାନେ ପରିସ୍ଥିତି ଏଭଳି ନକରନ୍ତୁ କି ଆମକୁ କର୍ଫ୍ୟୁ ଲଗାଇବାକୁ ପଡ଼ିବ କିମ୍ବା ସୁଟ୍‌-ଏଟ୍‌-ସାଇଟ୍‌ ଅର୍ଡର ଦେବାକୁ ପଡ଼ିବ । ମୁଁ ଲୋକମାନଙ୍କୁ ନିବେଦନ କରୁଛି ସେମାନେ ଏଭଳି ପରିସ୍ଥିତି ସୃଷ୍ଟି କରନ୍ତୁ ନାହିଁ । ଲୋକମାନଙ୍କ ହିତ ପାଇଁ ଏବଂ ଜନସାଧାରଣଙ୍କ ସୁବିଧା ପାଇଁ ରାଜ୍ୟରେ ନିୟୋଜିତ ହୋଇଥିବା ପୁଲିସ୍କୁ ଅନେକ ଲୋକ ସହଯୋଗ କରୁ ନାହାନ୍ତି। ଏଥିପାଇଁ ଆବଶ୍ୟକ ପଡ଼ିଲେ କେନ୍ଦ୍ରରୁ ସେନା ମଗାଯିବ ବୋଲି ସେ କହିଛନ୍ତି।

Pritiparna

Recent Posts

କମାଲ ଦେଖାଇଲା ପୋଲିସ, ଆନ୍ତଃ ରାଜ୍ୟ ଡକାୟତ ଦଳଙ୍କୁ କଲା ଗିରଫ

ରାୟଗଡା (କେନ୍ୟୁଜ): ଦିନକୁ ଦିନ ବଢ଼ି ଚାଲିଛି ଲୁଟ୍‌ ଓ ଡକାୟତି ମାମଲା । ଡକାୟତମାନେ ଲୁଟ କରିବା ପାଇଁ…

14 mins ago

ସାମାନ୍ୟ ବଢିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଭୁବନେଶ୍ୱରରେ କ’ଣ ରହିଛି ତୈଳ ଦର

ଭୁବନେଶ୍ୱରରେ ସାମାନ୍ୟ ବଢିଲା ପେଟ୍ରୋଲ ଦାମ । ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୬ ପଇସା ରହିଛି…

41 mins ago

କମିଲା ସୁନା ଦର, ନଜର ପକାନ୍ତୁ ଆଜିର ମୂଲ୍ୟ ଉପରେ

ଆଜି ସୁନା ଦର ଟିକେ ହ୍ରାସ ପାଇଛି । ସୁନା କିଣିବାକୁ ଚାହୁଁଥିଲେ ପ୍ରଥମେ ଜାଣନ୍ତୁ ଦାମ । ଆଜି…

49 mins ago

ସରକାର ଗଢ଼ିବାକୁ ଇଣ୍ଡିଆ ମେଣ୍ଟର ଯୋଜନା: ବୈଠକରେ ସବୁ ଦଳକୁ ସାମିଲ ହେବାକୁ ଖଡଗେଙ୍କ ଆହ୍ୱାନ

ନୂଆଦିଲ୍ଲୀ : ନିର୍ବାଚନ ଫଳାଫଳ ଆସିବା ପରେ ଦିଲ୍ଲୀରେ ନୂଆ ସରକାର ଗଢିବା ପାଇଁ କସରତ ଜୋରଦାର ହୋଇଛି ।…

58 mins ago

ଆଜି ସାବିତ୍ରୀ ଅମାବାସ୍ୟା, ସ୍ୱାମୀଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରି ଓଷା ପାଳୁଛନ୍ତି ସଧବା ମହିଳା

ଭୁବନେଶ୍ୱର (କେନ୍ୟୁଜ): ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟା ।  ଜ୍ୟେଷ୍ଠ ଅମାବାସ୍ୟା ଦିନ ସାବିତ୍ରୀ ଓଷା ପାଳନ କରାଯାଇଥାଏ । …

1 hour ago

୧ ଲକ୍ଷ ଟଙ୍କାର ଗ୍ୟାରେଣ୍ଟି କାର୍ଡ ପ୍ରତିଶ୍ରୁତି: ୟୁପି କଂଗ୍ରେସ କାର୍ଯ୍ୟାଳୟ ଆଗରେ ମହିଳାଙ୍କ ଲମ୍ବାଧାଡ଼ି

ନୂଆଦିଲ୍ଲୀ : ବଢିଲା ଇଣ୍ଡିଆ ମେଣ୍ଟର ଅଡୁଆ । ଲୋକସଭା ନିର୍ବାଚନରେ ଉତ୍ତର ପ୍ରଦେଶରେ ଇଣ୍ଡିଆ ମେଣ୍ଟକୁ ଅପ୍ରତ୍ୟାଶିତ ସଫଳତା…

2 hours ago