Below header

ତେଲେଙ୍ଗାନାବାସୀଙ୍କୁ ଧମକ ଦେଲେ ମୁଖ୍ୟମନ୍ତ୍ରୀ, ଲକ୍‌ ଡାଉନ୍‌ ପାଳନ କର ନହେଲେ ସୁଟ୍‌-ଏଟ୍‌-ସାଇଟ୍‌ ଅର୍ଡର ଦେବି

ହାଇଦ୍ରାବାଦ : ଏବେ ସାରା ଦେଶରେ ଲକଡାଉନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନ ପାଇଁ ଲକଡାଉନ ଘୋଷଣା କରି ଦେଶବାସୀଙ୍କୁ ଘରୁ ନବାହାରିବାକୁ ଅନୁରୋଧ କରିଛନ୍ତି। କିନ୍ତୁ ଅନେକ ଲୋକ ଏହି ଲକଡାଉନକୁ ନ ମାନି ଘରୁ ବାହାରକୁ ଆସି ଯାଉଛନ୍ତି । ଆଉ କିଛି ଲୋକ ତ ରାସ୍ତାରେ ବୁଲିବା ବନ୍ଦ କରୁ ନାହାନ୍ତି। ତେବେ ଏହାରି ଭିତରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ର ଶେଖର ରାଓ ଲୋକଙ୍କୁ କଡ଼ା ଚେତାବନୀ ଦେଇଇଛନ୍ତି। କହିଛନ୍ତି, ଯଦି ଲକ୍‌ଡାଉନ୍‌କୁ ପାଳନ ନକରିବେ ତେବେ ମୁଁ ପୋଲିସ୍‌କୁ ଦେଖିଲା ମାତ୍ରେ ଗୁଳି ମାରିବାକୁ ନର୍ଦ୍ଦେଶ ଦେବି ।
ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଲକ୍ଡାଉନ୍ ନିୟମ ଉଲ୍ଲଂଘନକାରୀଙ୍କ ପାଇଁ କଠୋର ହୋଇଛନ୍ତି। ସେ କହିଛନ୍ତି ଲୋକମାନେ ପରିସ୍ଥିତି ଏଭଳି ନକରନ୍ତୁ କି ଆମକୁ କର୍ଫ୍ୟୁ ଲଗାଇବାକୁ ପଡ଼ିବ କିମ୍ବା ସୁଟ୍‌-ଏଟ୍‌-ସାଇଟ୍‌ ଅର୍ଡର ଦେବାକୁ ପଡ଼ିବ । ମୁଁ ଲୋକମାନଙ୍କୁ ନିବେଦନ କରୁଛି ସେମାନେ ଏଭଳି ପରିସ୍ଥିତି ସୃଷ୍ଟି କରନ୍ତୁ ନାହିଁ । ଲୋକମାନଙ୍କ ହିତ ପାଇଁ ଏବଂ ଜନସାଧାରଣଙ୍କ ସୁବିଧା ପାଇଁ ରାଜ୍ୟରେ ନିୟୋଜିତ ହୋଇଥିବା ପୁଲିସ୍କୁ ଅନେକ ଲୋକ ସହଯୋଗ କରୁ ନାହାନ୍ତି। ଏଥିପାଇଁ ଆବଶ୍ୟକ ପଡ଼ିଲେ କେନ୍ଦ୍ରରୁ ସେନା ମଗାଯିବ ବୋଲି ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.