ସନ୍ଧ୍ୟାରେ ବର୍ଷିବ ମେଘ, ୪ ଜିଲ୍ଲାକୁ ଘଡଘଡି ସହ ବର୍ଷାର ଆକଳନ କଲା ଆଞ୍ଚଳିକ ପାଣିପାଗ ବିଭାଗ

କେନ୍ୟୁଜ୍(ବ୍ୟୁରୋ):  ପୁଣି ବର୍ଷିବ ମେଘ। ରାଜ୍ୟର ୪ ଜିଲ୍ଲାରେ ଆଜି ସନ୍ଧ୍ୟାରେ ବର୍ଷା ହେବାର ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଏହା ସହିତ ବଜ୍ରପାତ ଓ ଘଡଘଡି ସହିତ ବର୍ଷା ହେବାର ସମ୍ଭାବନା ରହିଥିବାର ଆକଳନ କରିଛି ପାଣିପାଗ ବିଭାଗ। ଏହି ଜିଲ୍ଲାଗୁଡିକ ହେଲା ମାଲକାନଗିରି, ଗଞ୍ଜାମ,ଗଜପତି ଓ କୋରାପୁଟ। ଏହି  ସବୁ ଜିଲ୍ଲା ମାନଙ୍କରେ ସନ୍ଧ୍ୟା ୭.୪୫ ସୁଦ୍ଧା ଘଡଘଡି ସହ ବର୍ଷା ହେବ ବୋଲି ସୂଚନା ଦେଇଛି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.