ଦେଶ ବିଦେଶ

ନାଇଜେରିଆର ସମସ୍ତ କ୍ଷମତା ହାସଲ କଲା ସେନା, ରାଷ୍ଟ୍ରପତିଙ୍କୁ କଲା ବନ୍ଦୀ

ଆଫ୍ରିକୀୟ ଦେଶ ନାଇଜେରିଆରେ ସେନାର କ୍ଷମତା ଦଖଲ । ରାଷ୍ଟ୍ରପତିଙ୍କୁ ଗାଦିଚ୍ୟୁତ କରି କ୍ଷମତା ଦଖଲ କରିଛି ସେନା । ଏଥିସହ ରାଷ୍ଟ୍ରପତି ମହମ୍ମଦ ବାଜୁମଙ୍କୁ ବନ୍ଦୀ କରାଯାଇଛି । କ୍ଷମତା ଦାଖଲ ପରେ ଦେଶର ସବୁ ଶିକ୍ଷାନୁଷ୍ଠାନକୁ ସସପେଣ୍ଡ କରାଯାଇଛି । ଶେଷଥର ପାଇଁ ୧୯୯୩ରେ କ୍ଷମତା ଦଖଲ କରିଥିଲା ସେନା । ଏପଟେ ସେନାର କ୍ଷମତା ଦଖଲକୁ ବହୁ ପାଶ୍ଚାତ୍ୟ ଦେଶ ନିନ୍ଦା କରିଛି । ଆର୍ଥିକ ସହାୟତା ବନ୍ଦ କରିବାକୁ ଆମେରିକା ଚେତାବନୀ ଦେଇଛି ।

ସୂଚନା ଅନୁସାରେ ବୁଧବାର ପଶ୍ଚିମ ଆଫ୍ରିକୀୟ ଦେଶ ନାଇଜରରେ ଏକ ଆକ୍ରମଣ କରାଯାଇଛି । ସେନା ଅଧିକାରୀମାନେ ଦେଶ ଉପରେ ସେମାନଙ୍କର ଶାସନ ଘୋଷଣା କରିବା ସହ ବର୍ତ୍ତମାନର ରାଷ୍ଟ୍ରପତି ମହମ୍ମଦ ବାଜୁମଙ୍କୁ ବନ୍ଦୀ କରି ନେଇଛନ୍ତି। ସେନା ଅଧିକାରୀମାନେ ଲାଇଭ ଟିଭିରେ ଆସି ନୂଆ ନିଜାମର ଘୋଷଣା କରିଥିଲେ। ରାଷ୍ଟ୍ରପତିଙ୍କ ଗିରଫଦାରୀରେ ତାଙ୍କର ନିଜସ୍ୱ ଅଙ୍ଗରକ୍ଷୀ ସାମିଲ ଥିଲେ । ନାଇଜରରେ ଏହି ଘଟଣାକୁ ଦୁନିଆର ଅନେକ ଦେଶ ନିନ୍ଦା କରିଛନ୍ତି।

ବିବିସି ଖବର ଅନୁସାରେ, ନାଇଜରର ସାମରିକ ଅଧିକାରୀ ଘୋଷଣା କରିଛନ୍ତି ଯେ ଦେଶର ସମ୍ବିଧାନ, ସମସ୍ତ ଅନୁଷ୍ଠାନ ବନ୍ଦ ରହିଛି, ଦେଶର ସୀମା ମଧ୍ୟ ବନ୍ଦ ରହିଛି ଏବଂ ବାହାର ଦେଶରୁ କୌଣସି ପ୍ରକାର ପ୍ରବେଶ ସମ୍ଭବ ହେବ ନାହିଁ। ଗତ ବୁଧବାରଠାରୁ ରାଷ୍ଟ୍ରପତିଙ୍କୁ ବନ୍ଦୀ କରାଯାଇଛି । ରାଷ୍ଟ୍ରପତିଙ୍କୁ ବନ୍ଦୀ କରାଯାଇଥିବା ଖବର ପରଠାରୁ ତାଙ୍କ ସମର୍ଥକମାନେ ରାଷ୍ଟ୍ରିୟ ଭବନ ନିକଟରେ ଏକାଠି ହୋଇଥିଲେ, ରିପୋର୍ଟରେ କୁହାଯାଇଛି ଯେ ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷୀମାନେ ହିଁ ତାଙ୍କୁ ବନ୍ଦୀ କରି ନେଇଛନ୍ତି ।

୨୦୨୧ ମସିହାରେ ମହମ୍ମଦ ବାଜୁମ ନାଇଜରର ରାଷ୍ଟ୍ରପତି ହୋଇଥିଲେ। ନିର୍ବାଚନରେ ବିଜୟ ପରେ, ସିଂହାସନ ଗ୍ରହଣ କରିବା ପୂର୍ବରୁ ହିଁ ଆକ୍ରମଣ ପାଇଁ ଉଦ୍ୟମ ହୋଇଥିଲା । ୧୯୬୦ ମସିହା ପରଠାରୁ ଏହି ଦେଶ ଚାରିଥର ସାମରିକ ଶାସନ ଅଧୀନରେ ରହିଛି। ନାଇଜରର ରାଷ୍ଟ୍ରପତି ବାଜୁମ ପାଶ୍ଚାତ୍ୟ ଦେଶଗୁଡିକର ସମର୍ଥନ ହାସଲ କରିଥିଲେ। ସେ ସବୁବେଳେ ନାଇଜରରେ ଉପସ୍ଥିତ ଅଲ କାଏଦା ଏବଂ ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲେ।

ପଶ୍ଚିମ ଆଫ୍ରିକା ଦେଶରେ ହୋଇଥିବା ଏହି ଉତ୍ତେଜନା ପରେ ବିଭିନ୍ନ ଦେଶରୁ ପ୍ରତିକ୍ରିୟା ଆସିଛି । ଆମେରିକାର ବିଦେଶ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ସେନାର ଏହି କାର୍ଯ୍ୟକୁ ନିନ୍ଦା କରିଛନ୍ତି ଏବଂ ରାଷ୍ଟ୍ରପତି ମହମ୍ମଦ ବାଜୁମଙ୍କୁ ସମର୍ଥନ ଜଣାଇଛନ୍ତି । ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟରେସ ମଧ୍ୟ ମହମ୍ମଦ ବାଜୁମଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବାକୁ କହିଛନ୍ତି।

ସେନା ପକ୍ଷରୁ ଟିଭିରେ ଦେଖାଯାଇଥିବା ଆକ୍ରମଣର ଘୋଷଣା କରିଥିବା କର୍ଣ୍ଣେଲ ମେଜର ଆମଦୋଓ ଆବ୍ରାମେନ କହିଛନ୍ତି ଯେ ବର୍ତ୍ତମାନର ସରକାର ଶେଷ କରିବାକୁ ସେନା ନିଷ୍ପତ୍ତି ନେଇଛି । ଦେଶରେ ଏପରି ପରିସ୍ଥିତି ସୃଷ୍ଟି ହେବା ପରେ ଆମେ ଏହି ପଦକ୍ଷେପ ନେଇଛୁ । ଦେଶରେ ସମସ୍ତ ଅନୁଷ୍ଠାନ ବନ୍ଦ ରହିଛି, କେବଳ କ୍ୟାବିନେଟର ଲୋକମାନେ ଦେଶର ପ୍ରମୁଖ ନିଷ୍ପତ୍ତି ନେବେ । ଦେଶର ବାହ୍ୟ ଅଂଶୀଦାରମାନେ ଆମର ଆଭ୍ୟନ୍ତରୀଣ କାର୍ଯ୍ୟରେ ହସ୍ତକ୍ଷେପ ନକରିବାକୁ ନିବେଦନ କରାଯାଇଛି। ତେବେ ଏହି ମାମଲା ଆଗକୁ କେଉଁ ରୂପ ନେଉଛି ତାହା କହିବା ମୁସ୍କିଲ କିନ୍ତୁ ଏହି ଆକ୍ରମଣକୁ ନେଇ ଅନ୍ୟ ସମସ୍ତ ଦେଶ ଘୋର ନିନ୍ଦା କରିଛନ୍ତି ।

KNews Bureau

Recent Posts

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

7 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

20 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

29 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

33 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

1 hour ago