ଦେଶ ବିଦେଶ

IAS କ୍ୟାଡରକୁ ନେଇ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ମଧ୍ୟରେ ମତଭେଦ! ପ୍ରତିକ୍ରିୟା ରଖିଲେ ମମତା ବାନାର୍ଜୀ; ଜାଣନ୍ତୁ କେଉଁ ନିୟମରେ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ମୋଦି ସରକାର

କେନ୍ଦ୍ର ସରକାର IAS କ୍ୟାଡର ନିୟମ ୧୯୫୪ରେ ସଂଶୋଧନ କରିବାକୁ ପ୍ରସ୍ତାବ ଦେଇଛନ୍ତି, ଯାହାକୁ ନେଇ କେନ୍ଦ୍ର ଏବଂ ରାଜ୍ୟଗୁଡ଼ିକ ମଧ୍ୟରେ ମତଭେଦ ପରିସ୍ଥିତି ସୃଷ୍ଟି ହୋଇଛି। ବାସ୍ତବରେ, ଆଇଏଏସ୍ ଅଧିକାରୀମାନଙ୍କର କେନ୍ଦ୍ରୀୟ ଡେପୁଟେସନ ପାଇଁ କେନ୍ଦ୍ର ସମସ୍ତ ରାଜ୍ୟକୁ ସେମାନଙ୍କ ତାଲିକା ପଠାଇବାକୁ ନିର୍ଦ୍ଦେଶ ଦେଇଛି। କିନ୍ତୁ ଏହି ପ୍ରସ୍ତାବ ଉପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆପତ୍ତି ଉଠାଇଛନ୍ତି। କୁହାଯାଉଛି ଯେ କେନ୍ଦ୍ର ସରକାର ଏହି ସଂଶୋଧନକୁ ୩୧ ଜାନୁଆରୀରୁ ଆରମ୍ଭ ହେବାକୁ ଥିବା ସଂସଦର ଆଗାମୀ ଅଧିବେଶନରେ ଉପସ୍ଥାପନ କରି ପାରନ୍ତି, ଯେଉଁଥି ପାଇଁ କେନ୍ଦ୍ର ୨୫ ଜାନୁଆରୀ ପୂର୍ବରୁ ରାଜ୍ୟଗୁଡ଼ିକୁ ସେମାନଙ୍କ ପ୍ରତିକ୍ରିୟା ଲୋଡିଛି।

କ’ଣ ଏହି କ୍ୟାଡର ନିୟମ

IAS (କ୍ୟାଡର) ନିୟମ ୧୯୫୪ ମୁତାବକ, ଏହା ଅଧୀନରେ ଆସୁଥିବା ଅଧିକାରୀମାନଙ୍କର ନିଯୁକ୍ତି କେନ୍ଦ୍ର ଦ୍ୱାରା ହୋଇଥାଏ, କିନ୍ତୁ ରାଜ୍ୟ କ୍ୟାଡର ଆବଣ୍ଟିତ ହେବା ପରେ ସେମାନେ ରାଜ୍ୟ ସରକାରଙ୍କ ଅଧୀନରେ ଆସୁଛନ୍ତି। ଆଇଏଏସ୍ କ୍ୟାଡର ନିୟମ ଅନୁସାରେ, ଜଣେ ଆଇଏଏସ୍ ଅଧିକାରୀଙ୍କୁ ସଂପୃକ୍ତ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ସହମତି ପରେ ହିଁ କେନ୍ଦ୍ର କିମ୍ବା କୌଣସି ରାଜ୍ୟ ସରକାରଙ୍କ ଅଧୀନରେ ସେବା ପାଇଁ ଡେପୁଟେସନ କରାଯାଇ ପାରିବ।

ସଂଶୋଧନ କ’ଣ

The Personnel Ministry ପ୍ରସ୍ତାବରେ କହିଛି ଯେ କେନ୍ଦ୍ରର ଆବଶ୍ୟକତା ହିସାବରେ ଡେପୁଟେସନ ପାଇଁ ଅଧିକାରୀମାନଙ୍କ ସଂଖ୍ୟା ପର୍ଯ୍ୟାପ୍ତ ନୁହେଁ। ଏଭଳି ପରିସ୍ଥିତିରେ କେନ୍ଦ୍ର ନିୟମରେ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦେଇଛି, ଯାହା ଅନୁସାରେ ସମସ୍ତ ରାଜ୍ୟ ସରକାର ବର୍ତ୍ତମାନର ନିୟମ ଅଧୀନରେ ସ୍ଥିର ହୋଇଥିବା କେନ୍ଦ୍ରୀୟ ଡେପୁଟେସନ ରିଜର୍ଭର ସୀମା ପର୍ଯ୍ୟନ୍ତ ବିଭିନ୍ନ ସ୍ତରର ଯୋଗ୍ୟ ଅଧିକାରୀଙ୍କ ଉପଲବ୍ଧତାକୁ କେନ୍ଦ୍ର ସରକାରଙ୍କୁ ଦେବେ।

ନୂଆ ପ୍ରସ୍ତାବରେ କେନ୍ଦ୍ର ସରକାରରେ ଡେପୁଟେସନରେ ପଠାଯିବାକୁ ଥିବା ଅଧିକାରୀମାନଙ୍କର ପ୍ରକୃତ ସଂଖ୍ୟା, କେନ୍ଦ୍ର ସଂପୃକ୍ତ ରାଜ୍ୟ ସରକାରଙ୍କ ସହିତ ପରାମର୍ଶ କରିବା ପରେ ହିଁ ସ୍ଥିର କରିବ। ଏହା ମୁତାବକ, ଯଦି ଏହି ଆଲୋଚନାରେ କୌଣସି ପ୍ରକାରର ଅସହମତି ପ୍ରକାଶ ପାଏ, ତ ଏହାର ନିଷ୍ପତ୍ତି କେନ୍ଦ୍ର ସରକାର ନେବେ, ଯାହା ପରେ ରାଜ୍ୟ ସରକାରମାନେ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ନିର୍ଣ୍ଣୟକୁ ଲାଗୁ କରିବେ।

ଏବେ ଯେଉଁ ନିୟମ ଅଛି, ସେଥିରେ ରାଜ୍ୟ ସରକାରମାନଙ୍କର ଅସହମତି ସ୍ଥିତିରେ ନିଷ୍ପତ୍ତି ନେବା ପାଇଁ ସମୟ ସୀମା ନିର୍ଦ୍ଧାରିତ ହୋଇ ନାହିଁ। ନିୟମ ପରିବର୍ତ୍ତନ କରିବାର ପ୍ରସ୍ତାବ ୨୦ ଡିସେମ୍ବର, ୨୦୨୧ରେ ସମସ୍ତ ରାଜ୍ୟ ସରକାରଙ୍କ ମୁଖ୍ୟ ସଚିବଙ୍କ ନିକଟକୁ ପଠା ଯାଇଥିଲା, ଯାହା ଉପରେ ସେମାନଙ୍କୁ ୨୫ ଜାନୁଆରୀ, ୨୦୨୨ ସୁଦ୍ଧା ଉତ୍ତର ଦେବାକୁ ପଡିବ। ଏଥିପାଇଁ କେନ୍ଦ୍ର ରାଜ୍ୟଗୁଡ଼ିକୁ ରିମାଇଣ୍ଡର ପଠାଇଛି। କହି ରଖୁଛୁ ଯେ ଏହାର ଉତ୍ତରରେ ଅନେକ ରାଜ୍ୟ ନିଜର ପ୍ରତିକ୍ରିୟା ଦେଇଛନ୍ତି। ପଶ୍ଚିମବଙ୍ଗ ମଧ୍ୟ ଏଥିରେ ସାମିଲ ଅଛି। ମମତା ସରକାର ଏହି ପ୍ରସ୍ତାବ ଉପରେ ନିଜର ଅସହମତି ପ୍ରକାଶ କରିଛନ୍ତି।

ମମତା ବାନାର୍ଜୀଙ୍କ ଆପତ୍ତି: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏହି ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଆପତ୍ତି ଜଣାଇଛନ୍ତି। ମମତା କେନ୍ଦ୍ରକୁ ଅନୁରୋଧ କରିଛନ୍ତି କି, ଏହି ନିଷ୍ପତ୍ତି ପ୍ରତ୍ୟାହାର କରି ନିଆଯାଉ। ମମତା ସରକାର କହିଛନ୍ତି, ନିୟମରେ ପରିବର୍ତ୍ତନ ହେଲେ ରାଜ୍ୟଗୁଡ଼ିକରେ ପ୍ରଶାସନିକ ବ୍ୟବସ୍ଥା ପ୍ରଭାବିତ ହେବ।

Roshni

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

16 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

18 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

25 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

33 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

33 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

51 mins ago