ସ୍ପେଶାଲ

ପୂଜାଘରେ କରନ୍ତୁ ନାହିଁ ଏହି ସବୁ ଭୁଲ, ନଚେତ ଭୋଗିବାକୁ ପଡିବ ବହୁ ଅସୁବିଧା

ଭଗବାନକୁ ପୂଜା କରିବା ପାଇଁ ପ୍ରାୟତଃ ସମସ୍ତଙ୍କ ଘରେ ଏକ ପୂଜାଘର ଥାଏ । ଯାହାଦ୍ୱାରା ଭଗବାନଙ୍କୁ ପ୍ରତିଦିନ ସହଜରେ ଉପାସନା କରାଯାଇପାରିବ ଏବଂ ଘରେ ଥିବା ସକରାତ୍ମକ ଶକ୍ତି ବଜାୟ ରହିବ । କିନ୍ତୁ ଅନେକ ଥର ପୂଜାଘର ସହ ଜଡିତ ଭୁଲ୍ ଯୋଗୁଁ ଆମର ଅନେକ କ୍ଷତି ହୋଇଥାଏ । ଏହି ଭୁଲ ଯୋଗୁଁ ଭଗବାନ କ୍ରୋଧିତ ହୋଇଯାଆନ୍ତି ଯାହାଫଳରେ ପରିବାରରେ ବହୁ ଅସୁବିଧା ହୋଇଥାଏ । ଧର୍ମ,ବାସ୍ତୁ ଶାସ୍ତ୍ର ଏବଂ ଜ୍ୟୋତିଷରେ ଏପରି କିଛି ଜିନିଷ ପୂଜାଘରେ ରଖିବାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ତେବେ ଆସନ୍ତୁ ଜାଣିବା ପୂଜାଘରେ କେଉଁ ଗୁରୁତ୍ୱପୂର୍ଣ୍ଣ ଜିନିଷ ସବୁବେଳେ ଧ୍ୟାନରେ ରଖିବା ଉଚିତ୍?

ଏହି ସବୁ କଥା ପ୍ରତି ଧ୍ୟାନ ଦିଅନ୍ତୁ

– ସନାତନ ଧର୍ମରେ ଚାଉଳକୁ ବହୁତ ଶୁଭ ବୋଲି ବିଶ୍ୱାସ କରାଯାଏ । ଏହା ପୂଜା ପାଠ ଠାରୁ ଆରମ୍ଭ କରି ପ୍ରତ୍ୟକ ଶୁଭ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ । କିନ୍ତୁ ମନେ ରଖନ୍ତୁ ଯେ ପୂଜାରେ କେବେ ହେଲେ ଭଙ୍ଗା ଚାଉଳ ବ୍ୟବହାର କରନ୍ତୁ ନାହିଁ । ଏପରି କରିବା ଦ୍ୱାରା ବହୁତ ଅଶୁଭ ଅଟେ ।

– ପୂଜାଘରେ ଭଗବାନଙ୍କ ମୂର୍ତ୍ତି କିମ୍ବା ଫଟୋକୁ ମୁହାଁମୁହିଁ ରଖନ୍ତୁ ନାହିଁ । ଏପରି କରିବା ଦ୍ୱାରା ଘରେ କଳହ ସୃଷ୍ଟି ହୋଇଥାଏ । ଏହାସହ ଭଗବାନଙ୍କ ମୂର୍ତ୍ତୀ ସର୍ବଦା ଅଯୁଗ୍ମ ସଂଖ୍ୟା ୧,୩,୫,ଏବଂ ୭ ରହିବା ଉଚିତ । ଯୁଗ୍ମ ସଂଖ୍ୟାରେ ମୂର୍ତ୍ତି ରଖିବା ଉଚିତ ନୁହେଁ ।

– ଯଦି ଘରେ ଶିବଲିଙ୍ଗ ଏବଂ ହନୁମାନ ମୂର୍ତ୍ତିଙ୍କୁ ଏକାସଙ୍ଗରେ ରଖିଛନ୍ତି ,ତେବେ ମନେରଖନ୍ତୁ ଯେ ହନୁମାନଙ୍କର ମୂର୍ତ୍ତି ଶିବଲିଙ୍ଗଠାରୁ ବଡ ହେବା ଉଚିତ ନୁହେଁ, କାରଣ ଭଗବାନ ହନୁମାନ ଶିବଙ୍କର ଏକ ଅବତାର ଅଟେ ।

– ସେହିପରି ଶିବଲିଙ୍ଗ ନିଜ ଆଙ୍ଗୁଠି ଠାରୁ ବଡ ରଖନ୍ତୁ ନାହିଁ । ଘରେ କେବେବି ଏହାଠାରୁ ବଡ଼ ଶିବଲିଙ୍ଗ ରଖିବା ଉଚିତ୍ ନୁହେଁ ।

– ଘରେ ଦେବତାମାନଙ୍କର ଫଟୋ କିମ୍ବା ପ୍ରତିମା ଏପରି ହେବା ଉଚିତ ଯେଉଁଥିରେ ସେମାନେ ହସୁଥିବେ। ସେମାନଙ୍କର ଉଗ୍ର ରୂପ ଫଟୋ ରଖିବା ଦ୍ୱାରା ଜୀବନରେ ଅନେକ ଅସୁବିଧା       ଆସିଥାଏ ।

– ସେହିପରି ପୂଜା ଘରେ ଦୀପ ସବୁବେଳେ ଭଗବାନଙ୍କ ସାମ୍ନାରେ ରଖନ୍ତୁ ।

– ପୂଜା କରିବା ସମୟରେ ପୂର୍ବରୁ ପୂଜାରେ ଲାଗିଥିବା ସମସ୍ତ ମଉଳିଥିବା ଫୁଲକୁ ବାହାର କରିଦେବା ଦରକାର।

– ପୂଜା ଗୃହକୁ ସର୍ବଦା ପରିଷ୍କାର ରଖିବା ଉଚିତ । ଯଦି ପୂଜା ଗୃହକୁ ମଇଳା ରଖାଯାଏ ତେବେ ଘରେ ଦାରିଦ୍ର‌୍ୟ ଆସିଥାଏ ।

– ପୂଜା ଘରେ ଭଗବାନ ଙ୍କ ପ୍ରତିମା ସହ କୌଣସି ପୂର୍ବଜ ଓ ଗୁରୁ ଙ୍କ ଫଟୋ ରଖିବା ଅଶୁଭ । ଯାହା ଆପଣଙ୍କ ପରିବାର ଉପରକୁ ଏକ ନାକର୍ତ୍ମକ ଶକ୍ତି ର କୁ ପ୍ରଭାବ ପଡ଼ିବ ।

– ଆପଣଙ୍କ ପୂଜା ଘର ର ରଙ୍ଗ ଅନ୍ୟ ଘର ର ରଙ୍ଗ ଠାରୁ ଅଲଗା କରନ୍ତୁ । ପୂଜା ଘର ର ରଙ୍ଗ କଳା, ନୀଳ ଓ ଧଳା ରଙ୍ଗର କରନ୍ତୁ ନାହିଁ । ଏହା ଅଶୁଭ ହୋଇଥାଏ ।

Barsha

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

11 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

13 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

19 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

28 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

28 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

46 mins ago