ତ୍ରୁଟିକୁ ସୁଧାରିଛି ଇସ୍ରୋ, ଚନ୍ଦ୍ରୟାନ-୨ ପାଇଁ ଆରମ୍ଭ ହୋଇଛି କାଉଣ୍ଟ ଡାଉନ୍‌

ଚନ୍ଦ୍ରୟାନ-୨ ଅଭିଯାନ ପାଇଁ ପ୍ରସ୍ତୁତି ସରିଛି। ଆରମ୍ଭ ହୋଇ ସାରିଛି ୨୦ ଘଣ୍ଟିଆ କାଉଣ୍ଟ ଡାଉନ୍‌। କାଲି ରାତିରେ ସଫଳତାପୂର୍ଣ୍ଣ ଭାବେ ସରିଛି ଆବଶ୍ୟକ ଲଞ୍ଚ ରିହରସଲ। ପ୍ରଥମ ଉଦ୍ୟମ ବେଳେ, ଯେଉଁ ତ୍ରୁଟି ଦେଖା ଦେଇଥିଲା ସେଥିରେ ସୁଧାର ଅଣାଯାଇଥିବା ସୂଚନା ଦେଇଛନ୍ତି ଇସ୍ରୋ ଅଧ୍ୟକ୍ଷ କେ.ଶିବନ। ଆସନ୍ତକାଲି ଅପରାହ୍ନ ୨ଟା ୪୩ ମିନିଟ୍‌ରେ ଜିଏସ୍‌ଏଲ୍‌ଭି ଏମ୍‌କେ ଥ୍ରୀର ଉତ୍‌କ୍ଷେପଣ ହେବ।

ଜୁଲାଇ ୧୫ରେ ପ୍ରଥମ ଉଦ୍ୟମ ହୋଇଥିଲା। ଧାର୍ଯ୍ୟ ସମୟ ଥିଲା ଭୋର ୨ଟା ୫୧। କିନ୍ତୁ ୫୬ ମିନିଟ୍‌ ପୂର୍ବରୁ ତ୍ରୁଟି ପରିଲକ୍ଷିତ ହୋଇଥିଲା। କ୍ରାୟୋଜେନିକ ଷ୍ଟେଜ୍‌ରେ ଲିକେଜ୍‌ ଥିବା ଜଣା ପଡିଥିଲା। ତୁରନ୍ତ ଅଭିଯାନକୁ ବାତିଲ କରାଯାଇଥିଲା। ବର୍ତ୍ତମାନ ତ୍ରୁଟିରେ ସୁଧାର ଆସିଛି।… ଏହି ପ୍ରକଳ୍ପ ପାଇଁ ସମୁଦାୟ ୯୭୮କୋଟିର ବ୍ୟୟ ବରାଦ ହୋଇଛି। ଚନ୍ଦ୍ରଯାନ-୨ ପାଇଁ ୬୦୩ କୋଟି ଓ ଜିଏସଏଲଭି ଏମକେ- ୩ ରକେଟ ପାଇଁ ୩୭୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଚନ୍ଦ୍ରାୟାନ-୨। ବିଶ୍ୱର ପ୍ରଥମ ସ୍ପେସ୍‌ ମିଶନ, ଯାହା ଚନ୍ଦ୍ରର ଦକ୍ଷିଣ ଧ୍ରୁବରେ ଅବତରଣ କରିବ। ଭାରତର ନିଜସ୍ୱ ଜ୍ଞାନ କୌଶଳ ଜରିଆରେ ଚନ୍ଦ୍ରରେ ଅବତରଣ କରିବ ଲ୍ୟାଣ୍ଡର। ଚନ୍ଦ୍ରରେ ଅବତରଣ କରିବାରେ ଭାରତ ହେବ ଚତୁର୍ଥ ଦେଶ।

ଆହୁରି ପଢନ୍ତୁ: ରାଜ୍ୟପାଳ ଭାବେ ବୁଧବାର ଶପଥ ନେବେ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ, ଆନ୍ଧ୍ର ସହ ତେଲେଙ୍ଗାନାର ତୁଲାଇବେ ଦାୟିତ୍ବ

GSLV Mk-III ଜରିଆରେ ସ୍ପେସ୍‌କ୍ରାଫ୍ଟ ଚନ୍ଦ୍ରାଯାନ -୨ କକ୍ଷ ପଥରେ ପହଞ୍ଚିବ। GSLV Mk-III ରକେଟ୍‌ ସଂପୂର୍ଣ୍ଣ ଭାବେ ଭାରତରେ ନିର୍ମିତ। ଇସ୍ରୋ ବୈଜ୍ଞାନିକ ଏହାର ଡାକ ନାଁ ଫ୍ୟାଟ୍‌ ବଏ ରଖିଛନ୍ତି। ମିଡିଆରେ ବାହୁବଳି ନାଁରେ ଲୋକପ୍ରିୟ ହୋଇଛି। ରକେଟର ତିନିଟି ଷ୍ଟେଜ୍‌। ପ୍ରଥମ ଷ୍ଟେଜ୍‌ ସଲିଡ ରକେଟ୍‌ ବୁଷ୍ଟର, ଦ୍ୱିତୀୟ ଷ୍ଟେଜ୍‌ ଲିକ୍ୟୁଡ୍‌ ଷ୍ଟେଜ୍‌ ଓ ତୃତୀୟ, କ୍ରାୟୋଜେନିକ ଅପର ଷ୍ଟେଜ୍‌।

ଆହୁରି ପଢନ୍ତୁ: ୧୮ବର୍ଷ ପୂର୍ବେ କିଡନାପ ହୋଇଥିବା ପିଲାକୁ ଖୋଜିଆଣିଲା ଫେସ ଆପ

ରକେଟ ଉତ୍‌କ୍ଷେପଣର ୧୬ ମିନିଟ ପରେ ପୃଥିବୀର ପାର୍କିଂ କକ୍ଷରେ ପହଞ୍ଚିବ, ମହାକାଶ ଯାନ। ପୃଥିବୀର କକ୍ଷ ପଥ ଚାରିପଟେ ବୁଲି ବୁଲି ଏହା ଧିରେ ଧିରେ ଉପରକୁ ଉଠିବ, ଏହାପରେ ଚନ୍ଦ୍ରର କକ୍ଷ ପଥରେ ପ୍ରବେଶ କରିବ। ଅରବିଟର ଚନ୍ଦ୍ରର କକ୍ଷପଥରେ ପହଞ୍ଚିିବା ପରେ, ସେଥିରୁ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ ଲ୍ୟାଣ୍ଡର ବିକ୍ରମ। ୧୪୭୧ କିଲୋଗ୍ରାମର ଲ୍ୟାଣ୍ଡର ମଞ୍ଜିନସ C ଏବଂ ସିମ୍ପିଲିୟସ N, ଏ ଦୁଇଟି ଗର୍ତ୍ତର ମଧ୍ୟବର୍ତ୍ତି ଅଂଚଳରେ ଅବତରଣ କରିବ।

ଏହାର କାର୍ଯ୍ୟାକଳ ଗୋଟିଏ ଲୁନାର ଡେ, ଅର୍ଥାତ ୧୪ ଦିନ। ବିକ୍ରମ ଭିତରୁ ବାହାରି ଚନ୍ଦ୍ରପୃଷ୍ଟରେ ଅନୁଧ୍ୟାନ କରି ରୋଭର ପ୍ରଜ୍ଞାନ। ଛଅ ଚକିଆ ଏହି ରୋଭର ୫ଶହ ମିଟର ଯାଇ ପାରିବ। ରୋଭର ଚନ୍ଦ୍ରପୃଷ୍ଠରେ ମାଗ୍ନେସିୟମ, କାଲସିୟମ, ଆଇରନ ଭଳି ଉପାଦାନର ସନ୍ଧାନ ପାଇଁ ଚନ୍ଦ୍ରପୃଷ୍ଠରେ ଥିବା ଶିଳାର ଫଟୋ ଉଠାଇବ। ଚନ୍ଦ୍ରର ଅନ୍ଧକାର ପାର୍ଶ୍ୱକୁ ମଧ୍ୟ ଏହି ମିସନ ଅଧ୍ୟୟନ କରିବ। ସେପଟେ ଅର୍ବିଟର କିନ୍ତୁ ପ୍ରାୟ ଏକ ବର୍ଷ ଯାଏ ଚନ୍ଦ୍ର କକ୍ଷ ପଥ ଚାରିପଟେ ।

KNews Bureau

Recent Posts

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

10 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

21 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

34 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

37 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

57 mins ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago