Categories: ରାଜ୍ୟ

ରାଜ୍ୟପାଳ ଭାବେ ବୁଧବାର ଶପଥ ନେବେ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ, ଆନ୍ଧ୍ର ସହ ତେଲେଙ୍ଗାନାର ତୁଲାଇବେ ଦାୟିତ୍ବ

ଆନ୍ଧ୍ରପ୍ରଦେଶର ୨୩ତମ ରାଜ୍ୟପାଳ ଭାବେ ବୁଧବାର ଶପଥ ନେବେ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ । ବର୍ତ୍ତମାନର ରାଜ୍ୟପାଳ ଇ.ଏସ୍‌.ଏଲ.ନରସିଂମାଙ୍କ ସ୍ଥାନରେ ସେ ଦାୟିତ୍ୱ ନେବେ । ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ବିଶ୍ୱଭୂଷଣ । ଆଇନ, ରାଜସ୍ୱ, ଗ୍ରାମ୍ୟ ଉନ୍ନୟନ ଆଦି ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ହେଲେ ୨୦୦୯ ପରଠାରୁ ସେ ଆଉ ବିଧାନସଭାକୁ ଆସି ନାହାନ୍ତି। ପ୍ରତ୍ୟକ୍ଷ ନିର୍ବାଚନଠାରୁ ଦୂରେଇ ରହିଥିଲେ ବିଶ୍ୱଭୂଷଣ । ବର୍ତ୍ତମାନ ତାଙ୍କୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ଦାୟିତ୍ୱ ମିଳିଛି। ଏହା ସହ ତାଙ୍କୁ ତେଲେଙ୍ଗାନାର ଅତିରିକ୍ତ ରାଜ୍ୟପାଳ ଦାୟିତ୍ବ ମିଳିଛି।

ଆହୁରି ପଢନ୍ତୁ:ଜମିଜମା ବିବାଦକୁ କେନ୍ଦ୍ର କରି ଦାଦାକୁ ଠେଙ୍ଗାରେ ପିଟିଲା ପୁତୁରା, ଭିଡିଓ ହେଲା ଭାଇରାଲ

ଶପଥ ଗ୍ରହଣ ପାଇଁ ବିଶ୍ୱଭୂଷଣ ହରିଚନ୍ଦନ ମଙ୍ଗଳବାର ଆନ୍ଧ୍ରପ୍ରଦେଶ ଯିବେ । ତାଙ୍କ ନିକଟକୁ ଏବେ ଶୁଭେଚ୍ଛାର ସୁଅ ଛୁଟୁଛି । ବିଶ୍ୱଭୂଷଣଙ୍କୁ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ତାଙ୍କ ବାସଭବନରେ ଭେଟି ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ବରିଷ୍ଠ ବିଜେପି ନେତା କେ.ଭି.ସିଂଦେଓ ମଧ୍ୟ ଫୁଲ ତୋଡ଼ା ଦେଇ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।ମୋଦି ସରକାରର ପ୍ରଥମ ପାଳିରେ ଓଡ଼ିିଶାରୁ ଦ୍ରୋପଦୀ ମୁର୍ମୁଙ୍କୁ ଝାଡଖଣ୍ଡ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା । ଏବେ ମୋଦିଙ୍କ ଦ୍ୱିତୀୟ ଇନିଂସରେ ବିଶ୍ୱଭୂଷଣଙ୍କୁ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି ।

KNews Bureau

Recent Posts

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

3 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

23 mins ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

1 hour ago

ବାଲେଶ୍ଵରରେ କୋହଳ ହେଲା କର୍ଫ୍ୟୁ କଟକଣା, ଇଣ୍ଟରନେଟ୍ ସେବା ଉପଲବ୍ଧ

ବାଲେଶ୍ୱର : ବାଲେଶ୍ଵରରେ ସ୍ଵାଭାବିକ ହେଉଛି ସ୍ଥିତି । ଆଜିଠୁ ଆହୁରି କୋହଳ ହୋଇଛି କଟକଣା । ଟାଉନ୍ ଥାନା…

1 hour ago

ସାଇବର ଠକେଇର ଶିକାର ହେଲେ ଉଚ୍ଚ ଶିକ୍ଷିତା ମହିଳା ଅଧିକାରୀ, ହରାଇଲେ ୩ ଲକ୍ଷ ୩୯ହଜାର

ଭୁବନେଶ୍ୱର: ଅନେକ ସମୟରେ ଜନସାଧାରଣ ସାଇବର ଠକେଇର ଶିକାର ହେଉଥିବା ନଜର ଆସିଛି । ଚୋର ଠାରୁ ପୋଲିସ ଯେତେ ଚାଲାକ୍‌…

2 hours ago

କମିଲା ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ କେତେ ରହିଛି ଆଜିର ଦାମ୍

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

2 hours ago