ଗୋଟେ ମୁହୂର୍ତ୍ତ ପାଇଁ ବିଚଳିତ କରିପାରେ ଏହି ଫଟୋ, ପିଲାମାନଙ୍କ ଖାଦ୍ୟ ଥାଳିରେ କୁକୁରର ବି ରହିଛି ଭାଗ

କାନପୁର : କେନ୍ଦ୍ର ସରକାର ପିଲାମାନଙ୍କ ପାଇଁ ସବୁଠାରୁ ଭଲ ଖାଇବା ଉପଲବ୍ଧ କରାଇବା ପାଇଁ ବିଭିନ୍ନ ଯୋଜନା କରୁଥିଲେ ମଧ୍ୟ ପିଲାମାନଙ୍କୁ ମିଳୁଥିବା ଖାଇବା ଦେଖିଲେ ଆପଣଙ୍କ ଲୋମଟାଙ୍କୁରି ଉଠିବ । ଘାଟମପୁର ର ପରିଷଦୀୟ ବିଦ୍ୟାଳୟରେ ପିଲା ମାନଙ୍କୁ ଦିଆଯାଉଥିବା ମଧ୍ୟାନ୍ନ ଭୋଜନରେ ବେପରୁଆ ନୀତି ଦେଖିବାକୁ ମିଳିଛି ।

ଅମୋର ଗାଁ ସ୍ଥିତ ପ୍ରାଥମିକ ବିଦ୍ୟାଳୟରେ ଯେଉଁଠାରେ ପିଲାଙ୍କୁ କ୍ଷୀର ନାରେ ପାଣି ପିଇବାକୁ ଦିଆଯାଉଛି । ଅନ୍ୟପଟେ ଖାଦ୍ୟ ପରଶିବା ପରେ ପିଲାଙ୍କ ମଧ୍ୟରେ କୁକୁର ମଧ୍ୟ ମୁହଁ ମାରୁଥିବା ଦେଖିବାକୁ ମିଳୁଛି । ବୁଧବାର ମଧ୍ୟାନ୍ନ ଭୋଜନ ମିଲ୍ ଚାଟ୍ ଅନୁସାରେ ପିଲାଙ୍କ ଖାଦ୍ୟ ସହିତ ୧୫୦ ଗ୍ରାମର କ୍ଷୀର ପ୍ରତି ପିଲାଙ୍କୁ ଦିଆଯିବାର ଆଦେଶ ଅଛି ।

ଯେଉଁ ପାତ୍ରରେ କ୍ଷୀର ରଖାଯାଇଥିଲା ସେହି ପାତ୍ରରେ କ୍ଷୀର ବଦଳରେ ପାଣି ଭରି ରହିଥିବା ଦେଖିବାକୁ ମିଳିଥିଲା । ପିଲାମାନେ ଧାଡିରେ ବସି ଖାଦ୍ୟ ଖାଉଥିବା ସମୟରେ ଏକ କୁକୁର ମଧ୍ୟ ଥାଳିରେ ମୁହଁ ମାରି ଝାମ୍ପିନେବା ପାଇଁ ବୁଲୁଥିଲା । ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଦୀପା ସିଂ ସ୍ବୀକାର କରିଛନ୍ତି କି ସ୍କୁଲ ପରିସର ମଧ୍ୟରେ ବେଳେବେଳେ ଖାଇବା ଲୋଭରେ କୁକୁରମାନେ ଚାଲିଆସିଥାନ୍ତି । ଏବଂ ପିଲା ମାନଙ୍କ ପାଖରେ ବୁଲାବୁଲି କରିଥାନ୍ତି ।

ବୁଧବାର ଦିନ ସ୍କୁଲ୍ ରେ ସମୁଦାୟ ୮୨ ଜଣ ପିଲା ଉପସ୍ଥିତ ରହିଥିଲେ । ଲମ୍ବା ଲାଇନ୍ ମଝିରେ କୁକୁର ପଶିଆସିଥିଲା । ବୈଷୟିକ ଶିକ୍ଷା ଅଧିକାରୀ ପ୍ରବୀଣ ମଣି ତ୍ରୀପାଠି କହିଛନ୍ତି, କି ଯେଉଁ ସ୍କୁଲମାନଙ୍କରେ ନିମ୍ନ ମାନର ଖାଦ୍ୟ ପ୍ରସ୍ତୁତ ହେଉଥିବା ନେଇ କୌଣସି ଅଭିଯୋଗ ଆସେ ସେ ତୁରନ୍ତ ସେଠାରେ ଯାଇ ପହଁଚିବା ସହିତ ଯାଞ୍ଚ କରିଥାନ୍ତି । ଏହା ସହ ସେ କହିଛନ୍ତି ଅମୋର ଗାଁର ବିଦ୍ୟାଳୟରେ ଯଦି ପାଣି ପରି କ୍ଷୀର ପିଲାମାନଙ୍କୁ ପିଇବା ପାଇଁ ଦିଆଯାଉଛି ଏବଂ ପିଲାମାନେ କୁକୁର ମାନଙ୍କ ମଧ୍ୟରେ ବସି ଖାଦ୍ୟ ଗ୍ରହଣ କରୁଛନ୍ତି ତେବେ ସେ ଏହାର ଯାଞ୍ଚ କରି ଦୋଷୀ ବିରୋଧରେ ଉଚିତ୍ କାର‌୍ୟ୍ୟନୁଷ୍ଠାନ ଗ୍ରହଣ କରିବେ ।

Sonalisa

Recent Posts

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

15 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

21 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

35 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago