ଗୋଟେ ମୁହୂର୍ତ୍ତ ପାଇଁ ବିଚଳିତ କରିପାରେ ଏହି ଫଟୋ, ପିଲାମାନଙ୍କ ଖାଦ୍ୟ ଥାଳିରେ କୁକୁରର ବି ରହିଛି ଭାଗ

କାନପୁର : କେନ୍ଦ୍ର ସରକାର ପିଲାମାନଙ୍କ ପାଇଁ ସବୁଠାରୁ ଭଲ ଖାଇବା ଉପଲବ୍ଧ କରାଇବା ପାଇଁ ବିଭିନ୍ନ ଯୋଜନା କରୁଥିଲେ ମଧ୍ୟ ପିଲାମାନଙ୍କୁ ମିଳୁଥିବା ଖାଇବା ଦେଖିଲେ ଆପଣଙ୍କ ଲୋମଟାଙ୍କୁରି ଉଠିବ । ଘାଟମପୁର ର ପରିଷଦୀୟ ବିଦ୍ୟାଳୟରେ ପିଲା ମାନଙ୍କୁ ଦିଆଯାଉଥିବା ମଧ୍ୟାନ୍ନ ଭୋଜନରେ ବେପରୁଆ ନୀତି ଦେଖିବାକୁ ମିଳିଛି ।

dogଅମୋର ଗାଁ ସ୍ଥିତ ପ୍ରାଥମିକ ବିଦ୍ୟାଳୟରେ ଯେଉଁଠାରେ ପିଲାଙ୍କୁ କ୍ଷୀର ନାରେ ପାଣି ପିଇବାକୁ ଦିଆଯାଉଛି । ଅନ୍ୟପଟେ ଖାଦ୍ୟ ପରଶିବା ପରେ ପିଲାଙ୍କ ମଧ୍ୟରେ କୁକୁର ମଧ୍ୟ ମୁହଁ ମାରୁଥିବା ଦେଖିବାକୁ ମିଳୁଛି । ବୁଧବାର ମଧ୍ୟାନ୍ନ ଭୋଜନ ମିଲ୍ ଚାଟ୍ ଅନୁସାରେ ପିଲାଙ୍କ ଖାଦ୍ୟ ସହିତ ୧୫୦ ଗ୍ରାମର କ୍ଷୀର ପ୍ରତି ପିଲାଙ୍କୁ ଦିଆଯିବାର ଆଦେଶ ଅଛି ।

ଯେଉଁ ପାତ୍ରରେ କ୍ଷୀର ରଖାଯାଇଥିଲା ସେହି ପାତ୍ରରେ କ୍ଷୀର ବଦଳରେ ପାଣି ଭରି ରହିଥିବା ଦେଖିବାକୁ ମିଳିଥିଲା । ପିଲାମାନେ ଧାଡିରେ ବସି ଖାଦ୍ୟ ଖାଉଥିବା ସମୟରେ ଏକ କୁକୁର ମଧ୍ୟ ଥାଳିରେ ମୁହଁ ମାରି ଝାମ୍ପିନେବା ପାଇଁ ବୁଲୁଥିଲା । ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଦୀପା ସିଂ ସ୍ବୀକାର କରିଛନ୍ତି କି ସ୍କୁଲ ପରିସର ମଧ୍ୟରେ ବେଳେବେଳେ ଖାଇବା ଲୋଭରେ କୁକୁରମାନେ ଚାଲିଆସିଥାନ୍ତି । ଏବଂ ପିଲା ମାନଙ୍କ ପାଖରେ ବୁଲାବୁଲି କରିଥାନ୍ତି ।

dog1ବୁଧବାର ଦିନ ସ୍କୁଲ୍ ରେ ସମୁଦାୟ ୮୨ ଜଣ ପିଲା ଉପସ୍ଥିତ ରହିଥିଲେ । ଲମ୍ବା ଲାଇନ୍ ମଝିରେ କୁକୁର ପଶିଆସିଥିଲା । ବୈଷୟିକ ଶିକ୍ଷା ଅଧିକାରୀ ପ୍ରବୀଣ ମଣି ତ୍ରୀପାଠି କହିଛନ୍ତି, କି ଯେଉଁ ସ୍କୁଲମାନଙ୍କରେ ନିମ୍ନ ମାନର ଖାଦ୍ୟ ପ୍ରସ୍ତୁତ ହେଉଥିବା ନେଇ କୌଣସି ଅଭିଯୋଗ ଆସେ ସେ ତୁରନ୍ତ ସେଠାରେ ଯାଇ ପହଁଚିବା ସହିତ ଯାଞ୍ଚ କରିଥାନ୍ତି । ଏହା ସହ ସେ କହିଛନ୍ତି ଅମୋର ଗାଁର ବିଦ୍ୟାଳୟରେ ଯଦି ପାଣି ପରି କ୍ଷୀର ପିଲାମାନଙ୍କୁ ପିଇବା ପାଇଁ ଦିଆଯାଉଛି ଏବଂ ପିଲାମାନେ କୁକୁର ମାନଙ୍କ ମଧ୍ୟରେ ବସି ଖାଦ୍ୟ ଗ୍ରହଣ କରୁଛନ୍ତି ତେବେ ସେ ଏହାର ଯାଞ୍ଚ କରି ଦୋଷୀ ବିରୋଧରେ ଉଚିତ୍ କାର‌୍ୟ୍ୟନୁଷ୍ଠାନ ଗ୍ରହଣ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.