Below header

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୩ତମ ସମାବର୍ତ୍ତନ ଉତ୍ସବ, ଯୋଗ ଦେଲେ ରାଜ୍ୟପାଳ

ବ୍ରହ୍ମପୁର(କେନ୍ୟୁଜ୍) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୩ତମ ସମାବର୍ତ୍ତନ ଉତ୍ସବ ଆଜି ମହାସମାରୋହରେ ବିଜୁପଟ୍ଟନାୟକ ଅଡ଼ିଟୋରିୟମ୍‌ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବେ ମହାମହିମ ରାଜ୍ୟପାଳ ଗଣେଶୀ ଲାଲ୍ ଯୋଗ ଦେଇ ଉତ୍ସବର ଶୁଭାରମ୍ଭ କରିଥିଲେ । ଇନ୍ଦିରା ଗାନ୍ଧୀ ମୁକ୍ତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ନାଗେଶ୍ୱର ରାଓ ଏହି ସମାବର୍ତ୍ତନଉତ୍ସବରେ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ରାଜେନ୍ଦ୍ର ପ୍ରଦାସ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

rajyapalଏହି ଉତ୍ସବରେ ୫ଜଣଙ୍କୁ ଡ଼ିଲିଟ୍, ଜଣଙ୍କୁ ଡ଼ିଏସସି,୮୩ଜଣଙ୍କୁ ପିଏଚଡ଼ି ଏବଂ ବିଭିନ୍ନ ବିଭାଗରେ ପ୍ରଥମ ସ୍ଥାନ ହାସଲ କରିଥିବା ୩୨ଜଣ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଥିଲା । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ଓଡ଼ିଶାର ଏକ ନମ୍ବର ବିଶ୍ୱବିଦ୍ୟାଳୟ ରୂପେ ଗଢ଼ି ତୋଳିବାରେ ଛାତ୍ରଛାତ୍ରୀଙ୍କ ଭୂମିକା ବେଶ ରହିଛି ।

sapathତେଣୁ ଛାତ୍ରଛାତ୍ରୀ ମାନେ ନିଜର ବିଶ୍ୱବିଦ୍ୟାଳୟକୁ ସଫଳତାର ଶୀର୍ଷ ସ୍ଥାନରେ ପହଞ୍ଚାଇବାକୁ ହେଲେ ସେମାନେ ସର୍ବଦା ଅଦମ୍ୟ ପରିଶ୍ରମ କରିବା ଆବଶ୍ୟକ ବୋଲି ମହାମହିମ ରାଜ୍ୟପାଳ ଛାତ୍ରଛାତ୍ରୀଙ୍କୁ ଉପଦେଶ ପ୍ରଦାନ କରିବା ସହିତ ସମସ୍ତ ଡ଼ିଗ୍ରୀ ଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ଶପଥ ପାଠ ମଧ୍ୟ କରିଥିଲେ । ଏହି ଉତ୍ସବରେ ବିଶ୍ୱବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ,କର୍ମଚାରୀ,ଅଧ୍ୟାପକ ଓ ଅଧ୍ୟାପିକା ମାନେ ଉପସ୍ଥିତ ରହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.