ପିପିଲିରେ ଗୋଷ୍ଠୀ ସଂଘର୍ଷ, ସମିତି ସଭ୍ୟଙ୍କ ସମେତ ଦୁଇ ଗୁରୁତର

ପିପିଲିରେ ଗୋଷ୍ଠୀ ସଂଘର୍ଷ, ୨ ଗୁରୁତର ଆହତ । ପୁରୀ ଜିଲ୍ଲା ପିପିଲିର ସହଜପୁର ପଞ୍ଚାୟତରେ ରାଜନୈତିକ ହିଂସା । ଦୁଇ ଗୋଷ୍ଠୀ ମଧ୍ୟରେ ଆକ୍ରମଣ । ଏଥିରେ ମଙ୍ଗଳପୁର ପଞ୍ଚାୟତ ସମିତି ସଭ୍ୟ ଗଦାଧର ପରିଡାଙ୍କ ସମେତ ଅନ୍ୟ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଗଦାଧରଙ୍କ ଡାହାଣ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଅନ୍ୟ ଜଣଙ୍କ ହାତ ଏବଂ କାନ୍ଧ ଭାଙ୍ଗିଛି । ଗୁରୁତର ଅବସ୍ଥାରେ ସେମାନଙ୍କୁ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି ।

ପିପିଲି (କେନ୍ୟୁଜ): ପିପିଲିରେ ଗୋଷ୍ଠୀ ସଂଘର୍ଷ, ୨ ଗୁରୁତର ଆହତ । ପୁରୀ ଜିଲ୍ଲା ପିପିଲିର ସହଜପୁର ପଞ୍ଚାୟତରେ ରାଜନୈତିକ ହିଂସା ।  ଦୁଇ ଗୋଷ୍ଠୀ ମଧ୍ୟରେ ଆକ୍ରମଣ । ଏଥିରେ ମଙ୍ଗଳପୁର ପଞ୍ଚାୟତ ସମିତି ସଭ୍ୟ ଗଦାଧର ପରିଡାଙ୍କ ସମେତ ଅନ୍ୟ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଗଦାଧରଙ୍କ ଡାହାଣ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଅନ୍ୟ ଜଣଙ୍କ ହାତ ଏବଂ କାନ୍ଧ ଭାଙ୍ଗିଛି ।  ଗୁରୁତର ଅବସ୍ଥାରେ ସେମାନଙ୍କୁ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି ।

ଗତକାଲି ରାତିରେ ବିଜେପି ସମିତି ସଭ୍ଯ ଗଦାଧରଙ୍କ ସମେତ କିଛି କର୍ମୀ ବାଇକ ଯୋଗେ ସହଜପୁର ପଞ୍ଚାୟତର ସୁବୁଦ୍ଧିପଡା ଦେଇ ଯାଉଥିବା ବେଳେ ସେଠାରେ ଉପସ୍ଥିତ କିଛି ଲୋକ ମରଣାନ୍ତକ ଆକ୍ରମଣ କରିଥିଲେ । ତେବେ ଘଟଣାକୁ ଦୀର୍ଘ ସମୟ ବିତିଯାଇଥିଲେ ବି ପୋଲିସ ଘଟଣାସ୍ଥଭଳରେ ପହଂଚି ନଥିବା ବିଜେପି ପକ୍ଷରୁ ଅଭିଯୋଗ ହୋଇଛି ।  ଘଟଣାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ବିଜେପିର ବିଧାୟକ ପ୍ରାର୍ଥୀ ତଥା ଜିଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ପିପିଲି ଥାନାରେ ଉପସ୍ଥିତ ଥିବାବେଳେ ବିଜେପି କର୍ମୀମାନେ ପିପିଲି ଥାନାକୁ ଘେରାଉ କରିଥିଲେ ।  ଘଟଣାସ୍ଥଳରୋ ପୋଲିସ ପହଞ୍ଚି ବୁଝାସୁଝା କରିଛି ।

Leave A Reply

Your email address will not be published.