ମାତ୍ର ୧୮୨ ଟଙ୍କାରେ ଖାଆନ୍ତୁ delicious roasted husband , ଜାଣନ୍ତୁ କେଉଁଠି ଏହି ରେଷ୍ଟୋରାଣ୍ଟ

Delicious roasted husband କେବେ ଖାଇଛନ୍ତି । ଯଦି ଖାଇନାହାଁନ୍ତି ତେବେ ଆଜି ଆମେ ଏକ ରେଷ୍ଟୋରାଣ୍ଟର ଠିକଣା କହିବୁ ଯେଉଁଠି ଆପଣ ଖାଇପାରିବେ ଏହି ନିଆରା ଖାଦ୍ୟ । ଆଉ ଏହି ରେଷ୍ଟୋରାଣ୍ଟରେ ମିଳୁଥିବା ସମସ୍ତ ଖାଦ୍ୟ ମଧ୍ୟରେ ଏହା ହେଉଛି ଏକ ସ୍ପେଶାଲ୍ ଡିସ୍ । ଆଉ ଏହି ଡିସର ମୂଲ୍ୟ ହେଉଛି ୧୮୨ ଟଙ୍କା ।

ତେବେ ଏହି ରେଷ୍ଟୁରାଣ୍ଟଟି ଭାରତରେ ନୁହେଁ ବରଂ ପଡୋଶୀ ଦେଶ ଚୀନରେ ଅଛି । ଯାହାର ମେନ୍ୟୁକାର୍ଡ ଏବେ ସୋସିଆଲ୍ ମିଡିଆରେ ଭାଇାରାଲ୍ ହେବାରେ ଲାଗିଛି । ଏହି ମେନ୍ୟୁକାର୍ଡକୁ ପ୍ରସିଦ୍ଧ ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା ନିଜ ଟୁଇଟର ପେଜରେ ସେୟାର୍ କରିଛନ୍ତି । ଆଉ ଥଟ୍ଟାରେ ଲେଖିଛନ୍ତି ଏହି ରେଷ୍ଟୋରାଣ୍ଟକୁ ଯିବା ପୂର୍ବରୁ ଦୁଇ ଥର ଚିନ୍ତା କରିବି । କାରଣ ମୁଁ ଚାହୁଁନି ତାଙ୍କ ମୁଣ୍ଡରେ କୌଣସି କ୍ରିଏଟିଭ୍ ଚିନ୍ତା ଆସୁ ।

ଅନ୍ୟପଟେ ଆନନ୍ଦ ମହିନ୍ଦ୍ରାଙ୍କ ଏହି ଟୁଇଟ୍ ପରେ ୟୁଜର୍ସ ଏହାର ମଜାକ୍ ଉଡାଇବାରେ ଲାଗିଛନ୍ତି । କିନ୍ତୁ ପ୍ରଶ୍ନ ଉଠୁଛି କଣ ସତରେ ସେମିତି କିଛି ଖାଦ୍ୟ ସେଠାରେ ମିଳୁଛି କି ? କିଛି ଲୋକଙ୍କ କହିବା ଅନୁଯାୟୀ ଚାଇନିଜ୍ ଭାଷାର ଅନୁବାଦନ କରିବାକୁ ଯାଇ ଏହି ଡିସର ନାଁ ଏପରି ହୋଇଯାଇଛି । ତେବେ ଜଣେ ୟୁଜର କହିଛନ୍ତି କଣ ଜଣେ ସ୍ତ୍ରୀ ପ୍ରତିଦିନ ନିଜ ସ୍ବାମୀଙ୍କୁ ରୋଷ୍ଟ କରୁନି କି ?

Leave A Reply

Your email address will not be published.