ଧନ ଏବଂ ସ୍ତ୍ରୀ ମଧ୍ୟରୁ କାହାକୁ ବାଛିବା ଉଚିତ? ଜାଣନ୍ତୁ କଣ କହେ ଚାଣକ୍ୟଙ୍କ ନୀତି

ଚନ୍ଦ୍ରଗୁପ୍ତଙ୍କୁ ଜଣେ ସାଧାରଣ ମଣିଷରୁ ଦେଶର ସବୁଠାରୁ ବହ ଶକ୍ତିଶାଳୀ ରାଜା କରିବାରେ ଯେଉଁ ମହାନ ଆଚାର‌୍ୟ୍ୟଙ୍କ ହାତ ରହିଛି ସେ ହେଉଛନ୍ତି ଚାଣକ୍ୟ।

ଧନ ବିଷୟରେ କଣ ରହିଛି ଚାଣକ୍ୟଙ୍କର ବିଚାର

କୌଟିଲ୍ୟ ଏବଂ ଚାଣକ୍ୟ ସବୁ ବିଷୟରେ ବିଦ୍ବାନ ଥିଲେ କିନ୍ତୁ ଅର୍ଥଶାସ୍ତ୍ରରେ ସେମାନେ ବହୁତ ନିପୁଣ ଥିଲେ। ଏହି କାରଣ ଯୋଗୁଁ ତାଙ୍କ ନିତୀକୁ ବହୁତ ଗୁରୁତ୍ବ ଦିଆଯାଉଥିଲା। ଚାଣକ୍ୟ ସବୁବେଳେ ଧନ ସଞ୍ଚୟ କରିବାର ପରାମର୍ଶ ଦେଉଥିଲେ। ନନ୍ଦ ବଂଶଙ୍କର ଅଯଥା ଖର୍ଚ୍ଚ ଏବଂ ବିଳାସିତାକୁ ଦେଖି ଚାଣକ୍ୟଙ୍କୁ କ୍ରୋଧ ଆସୁଥିଲା।

ଆସନ୍ତୁ ତାଙ୍କର ଶ୍ଳୋକ ବିଷୟରେ ଜାଣିବା

ଆଜି ଆମେ ଯେଉଁ ଶ୍ଳୋକ ବିଷୟରେ କହିବାକୁ ଯାଉଛୁ ତାହାକୁ ପଢ଼ି ଏବଂ ତାହାର ଅର୍ଥ ଜାଣି ଲୋକମାନେ ଏହା ଜାଣି ପାରିବେ ଯେ ଚାଣକ୍ୟଙ୍କର ମହିଳାଙ୍କୁ ନେଇ କଣ ଭାବନା ଥିଲା। ସ୍ତ୍ରୀ ଏବଂ ଧନ ମଧ୍ୟରୁ ପୁରୁଷ କାହାକୁ ବାଛିବ, ସେହି ପ୍ରଶ୍ନର ଉତ୍ତର ଆପଣଙ୍କୁ ଚାଣକ୍ୟଙ୍କର ଏହି ଶ୍ଳୋକରେ ଅଛି।

आपदार्थे धनं रक्षेच्छ्रीमतां कुत आपदः।

कदाचिच्चलते लक्ष्मीःसंचितोऽपिविनश्यति।।

ଶ୍ଳୋକର ଅର୍ଥ ହେଉଛି

gold coinଧନର ରକ୍ଷା କରିବା ଉଚିତ ଏବଂ ତାହାର ସଞ୍ଚୟ କରିବା ଉଚିତ କାରଣ ଏହା ଏକ ଏମିତି ଜିନିଷ ଅସୁବିଧା ସମୟରେ କାମରେ ଆସିଥାଏ। କିନ୍ତୁ ଯେତେବେଳେ ସ୍ତ୍ରୀ କିମ୍ବା ଧନକୁ ବାଛିବାକୁ କୁହାଯିବ ତେବେ ସବୁବେଳେ ସ୍ତ୍ରୀକୁ ହିଁ ବାଛିବା ଉଚିତ। ଏହାର କାରଣ ହେଉଛି ସ୍ତ୍ରୀ ଆପଣଙ୍କର ଧର୍ମ,ସଂସ୍କାର ଏବଂ ପରିବାରକୁ ରକ୍ଷା କରିଥାଏ। କୌଣସି କାମ ସ୍ତ୍ରୀ ବିନା ପୂରା ହୋଇପାରିବ ନାହିଁ। ଏହା ସହିତ ଆପଣଙ୍କ ଗ୍ରୁହସ୍ଥ ଜୀବନ ମଧ୍ୟ ତାଙ୍କ ବିନା ଅଧୂରା ଅଟେ। ଚାଣକ୍ୟ କହିଛନ୍ତି ଯେ ଯେତେବେଳେ ଆତ୍ମାକୁ ରକ୍ଷା କରିବାକୁ ସମୟ ଆସିଥାଏ ତେବେ ଏହି ଦୁଇଟିକୁ ଛାଡି ଅଧ୍ୟାତ୍ମ୍ୟରେ ବିଲୀନ ହୋଇଯିବା ଉଚିତ।

ଏହା ସହ ପଢ଼ନ୍ତୁ : ଗଣ୍ଠି ପକାଇ ରଖନ୍ତୁ ଚାଣକ୍ୟ କହିଥିବା ଏହି ୧୦ କଥା, ଜୀବନରେ ରହିବନି ଦୁଃଖ

ଆଶ୍ରମ ବ୍ୟବସ୍ଥାରେ ମଧ୍ୟ ସମର୍ଥନ

ଚାଣକ୍ୟଙ୍କର ଏହି ଶ୍ଳୋକରୁ ଏହା ପ୍ରମାଣିତ ହୁଏ ଯେ ସ୍ତ୍ରୀ ମାନଙ୍କୁ ମଧ୍ୟ ପୁରୁଷଙ୍କର ସମକକ୍ଷ ହେବା ଉଚିତ। ତାଙ୍କ ଇଜ୍ଜତକୁ ମଧ୍ୟ ସମ୍ମାନ ଦେବା ଆବଶ୍ୟକ। ତାଙ୍କ ଲେଖାରୁ ଏହା ଜଣା ପଡୁଥିଲା ଯେ ସେ ଆଶ୍ରମ ବ୍ୟବସ୍ଥାରେ ମଧ୍ୟ ବିଶ୍ବାସ ରଖୁଥିଲେ।

Leave A Reply

Your email address will not be published.