ପାଖେଇ ଆସୁଛି ଐତିହାସିକ ମୁହୂର୍ତ୍ତ, ଚନ୍ଦ୍ରପୃଷ୍ଠର ଆହୁରି ନିକଟତର ହେଉଛି ଲ୍ୟାଣ୍ଡର ବିକ୍ରମ

ନୂଆଦିଲ୍ଲୀ(କେନ୍ୟୁଜ୍) : ପାଖେଇ ଆସୁଛି ଐତିହାସିକ ମୁହୂର୍ତ୍ତ। ଚନ୍ଦ୍ରପୃଷ୍ଠର ଆହୁରି ନିକଟତର ହେଉଛି ଲ୍ୟାଣ୍ଡର ବିକ୍ରମ। ସମୟ ପାଖେଇ ଆସିବା ସହ ସମସ୍ତଙ୍କ ହୃଦ୍‌ସ୍ପନ୍ଦନ ବଢିଛି। ଇତିହାସ ସୃଷ୍ଟି କରିବା ଅପେକ୍ଷାରେ ଇସ୍ରୋ। ଆଜି ରାତି ଗୋଟାଏରୁ ଦୁଇଟା ମଧ୍ୟରେ ଚନ୍ଦ୍ରପୃଷ୍ଠରେ ଅବତରଣ ଆରମ୍ଭ କରିବ ଲ୍ୟାଣ୍ଡର। ଚନ୍ଦ୍ରଯାନ-୨ର ଲ୍ୟାଣ୍ଡିଂ ଦେଖିବେ ଓଡ଼ିଆ ପୁଅ,ଝିଅ । ବେଙ୍ଗାଲୁରୁ ଇସ୍ରୋ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡିଂ ଦେଖିବେ ଝାରସୁଗୁଡ଼ା ବନ୍ଧବାହାଲ ଡିଏଭି ସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ର ଚିନ୍ମୟ ଚୌଧୁରୀ ଓ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଡିଏଭି ପବ୍ଲିକ ସ୍କୁଲର ଛାତ୍ରୀ ଶରଣ୍ୟା ନନ୍ଦ। ଚନ୍ଦ୍ର ପୃଷ୍ଠରେ ଲ୍ୟାଣ୍ଡର ଅବତରଣ କରାଇବାରେ ଭାରତ ହେବ ବିଶ୍ୱର ଚତୁର୍ଥ ଦେଶ। ଏଥିସହ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାରେ ଭାରତ ହେବ ପ୍ରଥମ ଦେଶ । ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପରେ ଲ୍ୟାଣ୍ଡର ବିକ୍ରମ ଠାରୁ ଅଲଗା ହେବ ରୋଭର ପ୍ରଜ୍ଞା। ଏହା ପରେ ୬ ପାଦ ବିଶିଷ୍ଟ ପ୍ରଜ୍ଞା ଚନ୍ଦ୍ର ପୃଷ୍ଠରେ ଗତି କରିବା ସହ ଇସ୍ରୋକୁ ସୂଚନା ପ୍ରଦାନ ଆରମ୍ଭ କରିବ। ସାରା ବିଶ୍ୱ ଏହି ଐତିହାସିକ ମୁହୂର୍ତ୍ତକୁ ଅପେକ୍ଷା କରିଛି। ରୋଭର ଚନ୍ଦ୍ରପୃଷ୍ଠରେ ମାଗ୍ନେସିୟମ, କାଲସିୟମ, ଆଇରନ ଭଳି ଉପାଦାନର ସନ୍ଧାନ ପାଇଁ ଚନ୍ଦ୍ରପୃଷ୍ଠରେ ଥିବା ଶିଳାର ଫଟୋ ଉଠାଇବ। ଚନ୍ଦ୍ରର ଅନ୍ଧକାର ପାର୍ଶ୍ୱକୁ ମଧ୍ୟ ଏହି ମିସନ ଅଧ୍ୟୟନ କରିବ। ସେପଟେ ଅର୍ବିଟର କିନ୍ତୁ ପ୍ରାୟ ଏକ ବର୍ଷ ଯାଏ ଚନ୍ଦ୍ର କକ୍ଷ ପଥ ଚାରିପଟେ ବୁଲିବ। ଚନ୍ଦ୍ରଯାନ-୨ ପାଇଁ ୬୦୩ କୋଟି ଓ ଜିଏସଏଲଭି ଏମକେ- ୩ ରକେଟ ପାଇଁ ୩୭୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

KNews Bureau

Recent Posts

ପଛପଟୁ ଧକ୍କା ଦେଲା ବାଇକ, ବୃଦ୍ଧଙ୍କ ମୃତ୍ୟୁ

କେନ୍ଦ୍ରାପଡା (କେନ୍ୟୁଜ): କେନ୍ଦ୍ରାପଡା କୁଦାନଗରି ଥାନା ଗୌଡଗାଁରେ ବାଇକ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ନାଁ…

33 mins ago

ତପ୍ତପାଣି ଘାଟି ତଳକୁ ଖସିଲା ଟ୍ରକ, ଡ୍ରାଇଭର ମୃତ

ଦିଗପହଣ୍ଡି (କେନ୍ୟୁଜ): ତପ୍ତପାଣି ଘାଟିରେ ପୁଣି ଦୁର୍ଘଟଣା । ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ମାଲବାହୀ ଟ୍ରକ ।…

47 mins ago

ଭୁବନେଶ୍ବରରେ ଆଜି ପୁଣି ଥରେ ବଢିଲା ପେଟ୍ରୋଲ-ଡିଜେଲ ରେଟ୍, ଚେକ୍ କରନ୍ତୁ ନୂଆ ଦର

ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୧ ଟଙ୍କା ୦୬ ପଇସା ରହିଛି । ଡିଜେଲ ଦର ୯୨ ଟଙ୍କା ୬୪ ପଇସା…

1 hour ago

ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପରେ ଆସିଛି ବୁଥ ବାହୁଡ଼ା ମତ, ଲଗାତାର ତୃତୀୟ ଥର ପାଇଁ ହେଇପାରନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ମୋଦି । ଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ…

1 hour ago

ସୁନା ଦର ହେଉଛି ଆକାଶ ଛୁଆଁ , ଜାଣନ୍ତୁ ଭୁବନେଶ୍ୱରରେ ଆଜି ୨୪ କ୍ୟାରେଟ ସୁନାର ଦାମ୍

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

2 hours ago

କରମଣ୍ଡଳ ରେଳ ଦୁର୍ଘଟଣା: ମନେପଡିଲେ ଥରି ଉଠୁଛି ଛାତି, ଟାଙ୍କୁରି ଯାଉଛି ଲୋମ

ବାଲେଶ୍ଵର (କେନ୍ୟୁଜ): ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣାକୁ ଆଜି ପୁରିଛି ବର୍ଷେ । ୨୦୨୩  ଜୁନ୍ ୨ ଶୁକ୍ରବାର, ସମୟ…

2 hours ago