Below header

ପାଖେଇ ଆସୁଛି ଐତିହାସିକ ମୁହୂର୍ତ୍ତ, ଚନ୍ଦ୍ରପୃଷ୍ଠର ଆହୁରି ନିକଟତର ହେଉଛି ଲ୍ୟାଣ୍ଡର ବିକ୍ରମ

ନୂଆଦିଲ୍ଲୀ(କେନ୍ୟୁଜ୍) : ପାଖେଇ ଆସୁଛି ଐତିହାସିକ ମୁହୂର୍ତ୍ତ। ଚନ୍ଦ୍ରପୃଷ୍ଠର ଆହୁରି ନିକଟତର ହେଉଛି ଲ୍ୟାଣ୍ଡର ବିକ୍ରମ। ସମୟ ପାଖେଇ ଆସିବା ସହ ସମସ୍ତଙ୍କ ହୃଦ୍‌ସ୍ପନ୍ଦନ ବଢିଛି। ଇତିହାସ ସୃଷ୍ଟି କରିବା ଅପେକ୍ଷାରେ ଇସ୍ରୋ। ଆଜି ରାତି ଗୋଟାଏରୁ ଦୁଇଟା ମଧ୍ୟରେ ଚନ୍ଦ୍ରପୃଷ୍ଠରେ ଅବତରଣ ଆରମ୍ଭ କରିବ ଲ୍ୟାଣ୍ଡର। ଚନ୍ଦ୍ରଯାନ-୨ର ଲ୍ୟାଣ୍ଡିଂ ଦେଖିବେ ଓଡ଼ିଆ ପୁଅ,ଝିଅ । ବେଙ୍ଗାଲୁରୁ ଇସ୍ରୋ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡିଂ ଦେଖିବେ ଝାରସୁଗୁଡ଼ା ବନ୍ଧବାହାଲ ଡିଏଭି ସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ର ଚିନ୍ମୟ ଚୌଧୁରୀ ଓ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଡିଏଭି ପବ୍ଲିକ ସ୍କୁଲର ଛାତ୍ରୀ ଶରଣ୍ୟା ନନ୍ଦ। ଚନ୍ଦ୍ର ପୃଷ୍ଠରେ ଲ୍ୟାଣ୍ଡର ଅବତରଣ କରାଇବାରେ ଭାରତ ହେବ ବିଶ୍ୱର ଚତୁର୍ଥ ଦେଶ। ଏଥିସହ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାରେ ଭାରତ ହେବ ପ୍ରଥମ ଦେଶ । ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପରେ ଲ୍ୟାଣ୍ଡର ବିକ୍ରମ ଠାରୁ ଅଲଗା ହେବ ରୋଭର ପ୍ରଜ୍ଞା। ଏହା ପରେ ୬ ପାଦ ବିଶିଷ୍ଟ ପ୍ରଜ୍ଞା ଚନ୍ଦ୍ର ପୃଷ୍ଠରେ ଗତି କରିବା ସହ ଇସ୍ରୋକୁ ସୂଚନା ପ୍ରଦାନ ଆରମ୍ଭ କରିବ। ସାରା ବିଶ୍ୱ ଏହି ଐତିହାସିକ ମୁହୂର୍ତ୍ତକୁ ଅପେକ୍ଷା କରିଛି। ରୋଭର ଚନ୍ଦ୍ରପୃଷ୍ଠରେ ମାଗ୍ନେସିୟମ, କାଲସିୟମ, ଆଇରନ ଭଳି ଉପାଦାନର ସନ୍ଧାନ ପାଇଁ ଚନ୍ଦ୍ରପୃଷ୍ଠରେ ଥିବା ଶିଳାର ଫଟୋ ଉଠାଇବ। ଚନ୍ଦ୍ରର ଅନ୍ଧକାର ପାର୍ଶ୍ୱକୁ ମଧ୍ୟ ଏହି ମିସନ ଅଧ୍ୟୟନ କରିବ। ସେପଟେ ଅର୍ବିଟର କିନ୍ତୁ ପ୍ରାୟ ଏକ ବର୍ଷ ଯାଏ ଚନ୍ଦ୍ର କକ୍ଷ ପଥ ଚାରିପଟେ ବୁଲିବ। ଚନ୍ଦ୍ରଯାନ-୨ ପାଇଁ ୬୦୩ କୋଟି ଓ ଜିଏସଏଲଭି ଏମକେ- ୩ ରକେଟ ପାଇଁ ୩୭୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.