ଦେଶ ବିଦେଶ

କୋଚିରେ ପ୍ରେକ୍ଷାଳୟଗୁଡ଼ିକ ବାତିଲ୍‌ କଲେ ‘ଦ କେରଳ ଷ୍ଟୋରୀ’, ଫିଲ୍ମକୁ ନେଇ ବିବାଦ ଦେଖି ଡରିଲେ ଥିଏଟର ମାଲିକ

ବିପୁଲ ଶାହ ଓ ସୁଦୀପ୍ତୋ ସେନଙ୍କ ନିର୍ଦ୍ଦେଶିତ ‘ଦ କେରଳ ଷ୍ଟୋରୀ’ ଶୁକ୍ରବାର ରିଲିଜ୍‌ ହୋଇଛି। ଫିଲ୍ମର ଟିଜର ରିଲିଜ୍ ହେବା ଦିନଠାରୁ କେରଳ ଷ୍ଟୋରୀକୁ ନେଇ ଚର୍ଚ୍ଚା ଲାଗିରହିଛି। ଉତ୍ତେଜନା ଏବଂ ବିବାଦୀୟ ସ୍ଥିତି ଦେଖି କିଛି ଥିଏଟର ମାଲିକ ‘ଦ କେରଳ ଷ୍ଟୋରୀ’ ଶୋ’କୁ ବାତିଲ କରିଛନ୍ତି।

ଖବର ମୁତାବକ, କେରଳର କୋଚି ସହରର ଦୁଇଟି ସିନେମା ହଲ୍ ବିବାଦରେ ଫସିଥିବା ‘ଦ କେରଳ ଷ୍ଟୋରୀ’ର ସ୍କ୍ରିନିଂକୁ ବାତିଲ କରିଛନ୍ତି। କୋଚିର ଲୁଲୁ ମଲ୍‌ ଓ ଓବେରନ୍ ମଲ୍‌ରେ ଥିବା ପିଭିଆର୍‌ ସିନେମା ଏବଂ ସେଣ୍ଟର୍ ସ୍କୋୟାର୍ ମଲ୍‌ରେ ଥିବା ସିନେପୋଲିସ୍ ସ୍କ୍ରିନିଂ ବାତିଲ୍ କରିଛନ୍ତି।

ତେବେ ଥିଏଟର ମାଲିକମାନେ ଏହି ନିଷ୍ପତ୍ତି ପଛର କୌଣସି କାରଣ ଦେଇନାହାନ୍ତି। ସହରରେ କେବଳ ଗୋଟିଏ ଥିଏଟର ଶେନୋୟ ଫିଲ୍ମ ସ୍କ୍ରିନ କରିବାକୁ ପ୍ରସ୍ତୁତ ଅଛି।

କହି ରଖୁଛୁ, ଦ କେରଳ ଷ୍ଟୋରୀ ରିଲିଜ୍ ହେବା ପୂର୍ବରୁ ବିତରକ ଏବଂ ଥିଏଟର ମାଲିକଙ୍କ ମଧ୍ୟରେ ଏକ ଚୁକ୍ତି ହୋଇଥିଲା, ଯାହା ଅନୁସାରେ ଫିଲ୍ମକୁ ୫୦ଟି ପରଦାରେ ଦେଖାଇବାକୁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ରିଲିଜ୍‌ର ଠିକ୍‌ ପୂର୍ବରୁ ସିନେମାଘର ପଛକୁ ହଟିଯାଇଛନ୍ତି। ପରେ ଥିଏଟରଗୁଡ଼ିକ କେବଳ ୧୭ଟି ପରଦାରେ କେରଳ ଷ୍ଟୋରୀ ଦେଖାଇବାକୁ ରାଜି ହୋଇଥିଲେ। ବର୍ତ୍ତମାନ ଫିଲ୍ମକୁ କେତୋଟି ପ୍ରେକ୍ଷାଳୟରେ ଦେଖାଯିବ, ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Roshni

Recent Posts

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

16 mins ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

47 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

49 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

52 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

59 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

1 hour ago