କୋଚିରେ ପ୍ରେକ୍ଷାଳୟଗୁଡ଼ିକ ବାତିଲ୍ କଲେ ‘ଦ କେରଳ ଷ୍ଟୋରୀ’, ଫିଲ୍ମକୁ ନେଇ ବିବାଦ ଦେଖି ଡରିଲେ ଥିଏଟର ମାଲିକ
ବିପୁଲ ଶାହ ଓ ସୁଦୀପ୍ତୋ ସେନଙ୍କ ନିର୍ଦ୍ଦେଶିତ ‘ଦ କେରଳ ଷ୍ଟୋରୀ’ ଶୁକ୍ରବାର ରିଲିଜ୍ ହୋଇଛି। ଫିଲ୍ମର ଟିଜର ରିଲିଜ୍ ହେବା ଦିନଠାରୁ କେରଳ ଷ୍ଟୋରୀକୁ ନେଇ ଚର୍ଚ୍ଚା ଲାଗିରହିଛି।
ବିପୁଲ ଶାହ ଓ ସୁଦୀପ୍ତୋ ସେନଙ୍କ ନିର୍ଦ୍ଦେଶିତ ‘ଦ କେରଳ ଷ୍ଟୋରୀ’ ଶୁକ୍ରବାର ରିଲିଜ୍ ହୋଇଛି। ଫିଲ୍ମର ଟିଜର ରିଲିଜ୍ ହେବା ଦିନଠାରୁ କେରଳ ଷ୍ଟୋରୀକୁ ନେଇ ଚର୍ଚ୍ଚା ଲାଗିରହିଛି। ଉତ୍ତେଜନା ଏବଂ ବିବାଦୀୟ ସ୍ଥିତି ଦେଖି କିଛି ଥିଏଟର ମାଲିକ ‘ଦ କେରଳ ଷ୍ଟୋରୀ’ ଶୋ’କୁ ବାତିଲ କରିଛନ୍ତି।
ଖବର ମୁତାବକ, କେରଳର କୋଚି ସହରର ଦୁଇଟି ସିନେମା ହଲ୍ ବିବାଦରେ ଫସିଥିବା ‘ଦ କେରଳ ଷ୍ଟୋରୀ’ର ସ୍କ୍ରିନିଂକୁ ବାତିଲ କରିଛନ୍ତି। କୋଚିର ଲୁଲୁ ମଲ୍ ଓ ଓବେରନ୍ ମଲ୍ରେ ଥିବା ପିଭିଆର୍ ସିନେମା ଏବଂ ସେଣ୍ଟର୍ ସ୍କୋୟାର୍ ମଲ୍ରେ ଥିବା ସିନେପୋଲିସ୍ ସ୍କ୍ରିନିଂ ବାତିଲ୍ କରିଛନ୍ତି।
ତେବେ ଥିଏଟର ମାଲିକମାନେ ଏହି ନିଷ୍ପତ୍ତି ପଛର କୌଣସି କାରଣ ଦେଇନାହାନ୍ତି। ସହରରେ କେବଳ ଗୋଟିଏ ଥିଏଟର ଶେନୋୟ ଫିଲ୍ମ ସ୍କ୍ରିନ କରିବାକୁ ପ୍ରସ୍ତୁତ ଅଛି।
କହି ରଖୁଛୁ, ଦ କେରଳ ଷ୍ଟୋରୀ ରିଲିଜ୍ ହେବା ପୂର୍ବରୁ ବିତରକ ଏବଂ ଥିଏଟର ମାଲିକଙ୍କ ମଧ୍ୟରେ ଏକ ଚୁକ୍ତି ହୋଇଥିଲା, ଯାହା ଅନୁସାରେ ଫିଲ୍ମକୁ ୫୦ଟି ପରଦାରେ ଦେଖାଇବାକୁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ରିଲିଜ୍ର ଠିକ୍ ପୂର୍ବରୁ ସିନେମାଘର ପଛକୁ ହଟିଯାଇଛନ୍ତି। ପରେ ଥିଏଟରଗୁଡ଼ିକ କେବଳ ୧୭ଟି ପରଦାରେ କେରଳ ଷ୍ଟୋରୀ ଦେଖାଇବାକୁ ରାଜି ହୋଇଥିଲେ। ବର୍ତ୍ତମାନ ଫିଲ୍ମକୁ କେତୋଟି ପ୍ରେକ୍ଷାଳୟରେ ଦେଖାଯିବ, ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।