ମୋବାଇଲ ପାଇଁ ସାଙ୍ଗକୁ ବୀଭତ୍ସ ହତ୍ୟା କଲା ସାଙ୍ଗ, ମୃତଦେହ ନିକଟରେ ଶୋଇଥିଲା ଅଭିଯୁକ୍ତ

ଜାମିନରେ ଆସି ଅଭିଯୁକ୍ତ ଗତ ୩ ତାରିଖ ରାତିରେ ବାହାଦଲପୁରରେ ଅଶୋକ ସେଠୀଙ୍କୁ ସେ ପିଟିପିଟି ମାରିଦେଇଥିଲା ।  ଏହି ମାମଲାରେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ପୂର୍ବରୁ ରେକର୍ଡ କରାଯାଇଛି । ଅଭିଯୁକ୍ତ ଜଗନ୍ନାଥ ଧୀବରକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ୱର ଖଣ୍ଡଗିରି ଥାନା ବାହାଦଲପୁର ହତ୍ୟା ଘଟଣାର ପର୍ଦ୍ଦାଫାସ । ଅଭିଯୁକ୍ତ ଜଗନ୍ନାଥ ଧୀବର ଗିରଫ । ପ୍ରଥମେ ଶିକ୍ଷୟିତ୍ରୀଙ୍କୁ ରେପ୍‌ ଆଣ୍ଡ ମର୍ଡର । ଆଉ ଏବେ ସାଙ୍ଗକୁ ହତ୍ୟା । ଦୁଇ ଦୁଇଟି ଜଘନ୍ୟ, ବୀଭତ୍ସ ହତ୍ୟାକାଣ୍ଡ। ମୋବାଇଲ ଫୋନ ପାଇଁ ସାଙ୍ଗକୁ ପିଟି ପିଟି ହତ୍ୟା କରିଥିବା ଅଭିଯୁକ୍ତ ଜଗନ୍ନାଥ ଧୀବର ଗିରଫ । ହତ୍ୟା ପରେ ମୃତଦେହ ନିକଟରେ ଶୋଇଥିଲା ଅଭିଯୁକ୍ତ । ପୂର୍ବରୁ ଅନୁଗୁଳ ଜିଲ୍ଲା ପାଲଲହଡ଼ାରେ ଅଭିଯୁକ୍ତ ଜଣେ ଶିକ୍ଷୟତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିଲା । ଜାମିନରେ ଆସି ଅଭିଯୁକ୍ତ ଗତ ୩ ତାରିଖ ରାତିରେ ବାହାଦଲପୁରରେ ଅଶୋକ ସେଠୀଙ୍କୁ ସେ ପିଟିପିଟି ମାରିଦେଇଥିଲା ।  ଏହି ମାମଲାରେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ପୂର୍ବରୁ ରେକର୍ଡ କରାଯାଇଛି । ଅଭିଯୁକ୍ତ ଜଗନ୍ନାଥ ଧୀବରକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।

ପୂର୍ବରୁ ପାଲଲହଡ଼ାରେ ଜଣେ ଶିକ୍ଷୟିତ୍ରୀଙ୍କୁ ୨୦୧୬ରେ ରେପ ଆଣ୍ଡ ମର୍ଡର କେସର ଅଭିଯୁକ୍ତ ଜଗନ୍ନାଥ । ପ୍ରମାଣ ନଷ୍ଟ ପାଇଁ ନିଆଁରେ ମୃତଦେହକୁ ଜାଳି ଦେଇଥିଲେ ଅଭିଯୁକ୍ତ । ଏହି ଘଟଣାରେ ୩ ଜଣଙ୍କର ସମ୍ପୃକ୍ତି ଥିଲା । ଜାମିନରେ ଆସିବା ପରେ ୨୦୨୦ ଓ ୨୦୨୨ରେ ଅଭିଯୁକ୍ତ ଜଗନ୍ନାଥ ନାଁରେ ଆଉ ଦୁଇଟି କେସ ରହିଛି ।

 

Leave A Reply

Your email address will not be published.