Below header

ରାଜୌରୀ ଆତଙ୍କବାଦୀ ଆକ୍ରମଣରେ ହାତ ଥିବା ଘୋଷଣା କଲା ଏହି ସଂଗଠନ

ରାଜୌରୀ ଜିଲ୍ଳାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପଛରେ ନିଜର ହାତ ଥିବା କହିଲା ପାକିସ୍ତାନ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦ ସମର୍ଥିତ ସଂଗଠନ ପିଏଏଫ୍‌ଏଫ୍‌ । ଜୈସ ଓ ଲସ୍କର ସହ ପିପୁଲ୍ସ ଆଣ୍ଡ ଫାସିଷ୍ଟ ଫ୍ରଣ୍ଟ(ପିଏଏଫଏଫ୍‌) ପକ୍ଷରୁ ତା’ର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏହା ଦାବି କରିଛି ।

ନୂଆଦିଲ୍ଲୀ : ରାଜୌରୀ ଜିଲ୍ଳାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପଛରେ ନିଜର ହାତ ଥିବା କହିଲା ପାକିସ୍ତାନ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦ ସମର୍ଥିତ ସଂଗଠନ ପିଏଏଫ୍‌ଏଫ୍‌ । ଜୈସ ଓ ଲସ୍କର ସହ ପିପୁଲ୍ସ ଆଣ୍ଡ ଫାସିଷ୍ଟ ଫ୍ରଣ୍ଟ(ପିଏଏଫଏଫ୍‌) ପକ୍ଷରୁ ତା’ର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏହା ଦାବି କରିଛି ।

ସୋସିଆଲ ମିଡିଆରେ ଦାବି କରିଥିବା ଏହି ବିବୃତିରେ କହିଛି, ଆମେ ଯୋଜନା କରି ଭାରତୀୟ ସେନାକୁ ଆକ୍ରମଣ କରିବାକୁ ଚକ୍ରବ୍ୟୁହରେ ଫସାଇ ଦେଇଥିଲୁ । ଏଥିରେ ଭାରତୀୟ ସେନାର ମୃତ୍ୟୁ ହୋଇଥିବାରୁ ଆମେ ଜିତିଲୁ ବୋଲି କହିଛି ଏହି ଆତଙ୍କବାଦୀ ସଂଗଠନ ।

ଖାଲି ସେତିକି ନୁହେଁ, ଏହି ସଂଗଠନ ଆହୁରି କହିଛି ଯେ ଯଦି ବା ଆମେ ଏନକାଉଣ୍ଟରରେ ମରିଯିବୁ, ତଥାପି ଆମେ ଜିତିବୁ, କାରଣ ଆମ ଲକ୍ଷ୍ୟ ପ୍ରାପ୍ତ ହୋଇଛି । ଭାରତୀୟ ସେନାକୁ ଫସାଇବା କେତେ ସହଜ । ଆମ ଯୋଜନାରେ କେତେ ସହଜରେ ସେନା ଫସିଗଲେ ବୋଲି କହିଛି ଏହି ଆତଙ୍କାବଦୀ ସଂଗଠନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.