ଦେଶ ବିଦେଶ

ବାରାଣସୀରେ କିନ୍ନର ନେତାଙ୍କ ବଡ଼ ଘୋଷଣା! ଅଖିଳେଶ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କରାଇବେ ୧୦ ଲକ୍ଷ କିନ୍ନର

ଉତ୍ତର ପ୍ରଦେଶରେ ନିର୍ବାଚନୀ ସରଗରମ ଭିତରେ ବାରାଣସୀରୁ ବଡ଼ ଖବର ସାମ୍ନାକୁ ଆସିଛି। ୨୦୨୨ରେ ୟୁପି ବିଧାନସଭା ନିର୍ବାଚନରେ କିନ୍ନର ସମାଜ ନିଜର ସମର୍ଥନ ଅଖିଳେଶ ଯାଦବଙ୍କୁ ଦେବା ପାଇଁ ଘୋଷଣା କରିଛି। ବାରାଣସୀରେ ପରାଡକର ଭବନରେ ଏକ ପ୍ରେସ୍‌ ବାର୍ତ୍ତାରେ କିନ୍ନର ସମାଜ ନେତା ସଲମାନ କହିଛନ୍ତି, କିନ୍ନର ସମାଜର ଲୋକେ ସେ ପର୍ଯ୍ୟନ୍ତ ପରିଶ୍ରମ କରି ଚାଲିଥିବେ, ଯେ ପର୍ଯ୍ୟନ୍ତ ବିଜେପିର ବିଦାୟ ନ ହୋଇଛି। ସେ କହିଛନ୍ତି କି, କିନ୍ନର ସମାଜରେ ୧୦ ଲକ୍ଷ ଲୋକ ଅଛନ୍ତି। ଆମ ସମାଜର ସମର୍ଥନ ଅଖିଳେଶ ଯାଦବଙ୍କୁ ରହିଛି ଏବଂ ଆମର ଆଶୀର୍ବାଦ ତାଙ୍କ ଉପରେ ହିଁ ଅଛି। ସଲମାନ କିନ୍ନର କହିଛନ୍ତି, ବିଜେପି ସରକାରରେ ମହଙ୍ଗା ଉପରେ କୌଣସି ଲଗାମ୍‌ ନାହିଁ। ବିଜେପି ଗରିବମାନଙ୍କଠାରୁ ମୌଳିକ ସୁବିଧା ସବୁ ଛଡ଼ାଇ ନେଇଛି।

ସେ ଆଗକୁ କହିଥିଲେ କି, ଦରବୃଦ୍ଧି ଯୋଗୁ ଗ୍ୟାସ୍‌ ହେଉ କି ସାର ପଦାର୍ଥ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବା ତ ଦୂରର କଥା। ବିଜେପିର ଡବଲ ଇଞ୍ଜିନ ସରକାରରେ ମହଙ୍ଗା ଉପରେ କୌଣସି ନିୟନ୍ତ୍ରଣ ନାହିଁ। ଜନତା ସରକାରଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ରହିଛନ୍ତି। ସଲମାନ କିନ୍ନରଙ୍କ କହିବା ହେଲା, ୟୁପିରେ ଅପରାଧୀମାନଙ୍କର ଜାତି, ଧର୍ମ ଦେଖି ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ। ପୋଲିସ ନକଲି ଏନ୍‌କାଉଣ୍ଟର ଏବଂ ନକଲି କେସ୍‌ ବନାଇବାରେ ବଦନାମ୍‌ ଅଛି। ଜନସାଧାରଣ ଏବେ ଏହି ନିଷ୍ପତ୍ତି ନେଇଛନ୍ତି କି, ଏଥର ବିଜେପିକୁ ୟୁପିର ଜନତା କୌଣସି ବି ପରିସ୍ଥିତିରେ ଆସିବାକୁ ଦେବେ ନାହିଁ।

କହି ରଖୁଛୁ କି, କିଛିଦିନ ତଳେ ଯୋଗୀ ସରକାର କିନ୍ନର କଲ୍ୟାଣ ବୋର୍ଡ ଗଠନ କରିଥିଲେ, ଯେଉଁଥିରେ ସୋନମ୍‌ କିନ୍ନରଙ୍କୁ ଉପାଧ୍ୟକ୍ଷ କରାଯାଇଛି। ଏଥି ସହିତ ତାଙ୍କୁ ରାଜ୍ୟ ମନ୍ତ୍ରୀର ପାହ୍ୟା ମଧ୍ୟ ମିଳିଛି। ଏ ନେଇ ସେ ଖୁସି ଥିବା ବେଳେ ଉପରୋକ୍ତ ପ୍ରସଙ୍ଗରେ ସୋନମ୍‌ କିନ୍ନର କହିଛନ୍ତି କି, ଅଖିଳେଶ ଯାଦବ କେବେ ବି ସିଏମ୍‌ ହୋଇ ପାରିବେ ନାହିଁ। ସେପଟେ ସଲମାନ କିନ୍ନରଙ୍କ ସହିତ କିନ୍ନର ସମାଜର ଲୋକେ ଅଖିଳେଶ ଯାଦବଙ୍କୁ ସମର୍ଥନ କରୁଛନ୍ତି।

Roshni

Recent Posts

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

14 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

27 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

28 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

10 hours ago