ଦେଶ ବିଦେଶ

ହତ୍ୟା ପୂର୍ବରୁ ନିକି ଯାଦବଙ୍କର ଶେଷ ସିସିଟିଭି ଫୁଟେଜ୍‌; ଫ୍ଲାଟ୍‌ ସିଡି ଚଢ଼ୁଥିବାର ଆସିଲେ ନଜର…ଦେଖନ୍ତୁ ଭିଡିଓ

ହରିୟାଣା ନିବାସୀ ୨୨ ବର୍ଷୀୟା ନିକି ଯାଦବଙ୍କୁ ତାଙ୍କ ପ୍ରେମିକ ସାହିଲ ଗେହଲତ୍‌ ଅତି ନୃଶଂସ ଭାବରେ ଗଳା ଚିପି ହତ୍ୟା କରିଛନ୍ତି, ଯାହାପରେ ତାଙ୍କ ମୃତଦେହକୁ ଏକ ଢାବାର ଫ୍ରିଜ୍‌ ଭିତରେ ଲୁଚାଇ ରଖିଥିଲେ ସାହିଲ। ଏବେ ମୃତ୍ୟୁ ପୂର୍ବରୁ ନିକିଙ୍କର ଶେଷ ଭିଡିଓ ସାମ୍ନାକୁ ଆସିଛି। ସିସିଟିଭି ଫୁଟେଜ୍‌ରେ ନିକି ନିଜ ଆପାର୍ଟମେଣ୍ଟର ସିଡି ଚଢ଼ୁଥିବାର ନଜର ଆସୁଛନ୍ତି। ଏହି କ୍ଲିପ୍‌ ଦେଖି କେହି ବି ଅନୁମାନ କରିବେନି ଯେ ଏହାର କିଛି ସମୟ ପରେ ନିକିଙ୍କୁ ହତ୍ୟା କରାଯିବ। ଏବେ ନିକି ହତ୍ୟାକାଣ୍ଡ ସହ ଜଡ଼ିତ ଏହି ଫୁଟେଜ୍‌ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ଦାବି କରାଯାଉଛି କି, ଏହି କ୍ଲିପ୍‌ ନିକିଙ୍କ ହତ୍ୟାର କିଛି ସମୟ ପୂର୍ବର। ଭିଡିଓଟି ସାଉଥ୍‌ ଦିଲ୍ଲୀର ସେହି ବିଲ୍ଡିଂର, ଯେଉଁଠି ନିକି ରହୁଥିଲେ। ଫୁଟେଜ୍‌ ୯ ଫେବୃୟାରୀର ବୋଲି କୁହାଯାଉଛି। ଭିଡିଓରେ ନିକି ସିଡି ଚଢ଼ି ଫ୍ଲାଟ୍‌କୁ ଯାଉଥିବାର ଦେଖାଯାଉଛନ୍ତି। ସୂଚନାଥାଉ କି, ନିକି ଯାଦବଙ୍କ ହତ୍ୟା ଅଭିଯୋଗରେ ପୋଲିସ ତାଙ୍କ ୨୪ ବର୍ଷୀୟ ପ୍ରେମିକ ସାହିଲ ଗେହଲତ୍‌ଙ୍କୁ ଗିରଫ କରିଛି।

ତେବେ ଅଭିଯୁକ୍ତ ପୋଲିସ ସାମ୍ନାରେ ସ୍ୱୀକାର କରିଛି କି, ୯ ଏବଂ ୧୦ ଫେବୃୟାରୀର ମଧ୍ୟବର୍ତ୍ତୀ ରାତିରେ ସେ ନିକିଙ୍କୁ ହତ୍ୟା କରିଥିଲେ। କାରଣ, ନିକିଙ୍କୁ ଜଣାପଡ଼ି ଯାଇଥିଲା ଯେ ସାହିଲ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବାକୁ ଯାଉଛନ୍ତି। ସେ ନିଜର ନିର୍ବନ୍ଧ କିମ୍ବା ବିବାହର କଥା ନିକିଙ୍କୁ କହି ନ ଥିଲେ, ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଜୋର୍‌ଦାର ଝଗଡ଼ା ହୋଇଥିଲା।

ସୂତ୍ରରୁ ଜଣାପଡ଼ିଛି, ଉଭୟେ ୯ ଫେବୃୟାରୀରେ ଦିଲ୍ଲୀ ବୁଲିବାକୁ ଯାଇଥିଲେ। ଏହାରି ଭିତରେ ଉଭୟଙ୍କ ମଧ୍ୟରେ ବିବାହକୁ ନେଇ ବିବାଦ ହୋଇଥିଲା। ଏଥିରେ ରାଗିଯାଇ ଅଭିଯୁକ୍ତ ନିଜ ମୋବାଇଲ ଫୋନର ଡାଟା କେବୁଲରେ ନିକିଙ୍କ ଗଳା ଚିପି ହତ୍ୟା କରିଥିଲେ।

Roshni

Recent Posts

୭୫ ବର୍ଷ ବୟସରେ ତିନିଚକିଆ ଗାଡିରେ ଘର ଘର ବୁଲି ପରିବା ବିକୁଛନ୍ତି ଦିବ୍ୟାଙ୍ଗ

ସୋରଡା (କେନ୍ୟୁଜ) : ଏଇ ବୋଧେ ଜୀବନ । ଆଉ ଏ ଜୀବନରେ ଇଏ ବୋଧେ ସଂଘର୍ଷ । ତିନି…

14 mins ago

ତାତି ନେଉଛି ଜୀବନ, ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ତାତି ନେଉଛି ଜୀବନ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ ହୋଇଥିବା…

14 mins ago

ତିନି ଦିନ ମଧ୍ୟରେ ୩ ଜଣଙ୍କୁ ମାରିଦେଲା ନାବାଳକ

ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…

58 mins ago

ବନ୍ଦ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟ, ପାର୍ଟନରସିପ୍ ସରିବା ପରେ ହେଲା ଖରାପ ଅବସ୍ଥା

ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ…

1 hour ago

କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିବା ପରେ ଖୁସିରେ ଡିଆଁ ମାରିଲେ ବିରଳ କୃଷ୍ଣସାର ମୃଗ

ଗୋପ (କେନ୍ୟୁଜ): କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିଲେ ବିରଳ ୧୦ କୃଷ୍ଣସାର ମୃଗ । ବନବିଭାଗ ପକ୍ଷରୁ ବିରଳ କୃଷ୍ଣସାର…

1 hour ago

ଆସନ୍ତାକାଲି ପାଇଁ ଓଡିଶାର ସମସ୍ତ ସ୍କୁଲ ସକାଳୁଆ, ୨୨ ତାରିଖରୁ ସ୍ୱାଭାବିକ ହେବ କ୍ଲାସ

କେନ୍ୟୁଜ (ବ୍ୟୁରୋ) : ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ । ଆସନ୍ତାକାଲି ସକାଳ ୬ଟା ୩୦ ରୁ…

1 hour ago