ହତ୍ୟା ପୂର୍ବରୁ ନିକି ଯାଦବଙ୍କର ଶେଷ ସିସିଟିଭି ଫୁଟେଜ୍; ଫ୍ଲାଟ୍ ସିଡି ଚଢ଼ୁଥିବାର ଆସିଲେ ନଜର…ଦେଖନ୍ତୁ ଭିଡିଓ
ନିକି ଯାଦବଙ୍କର ହତ୍ୟା ପୂର୍ବର ଭିଡିଓ ଭାଇରାଲ ହୋଇଛି। ନିଜ ଫ୍ଲାଟ୍ ସିଡିରେ ଶେଷ ଥର ନଜର ଆସିଛନ୍ତି ନିକି। ଭାଇରାଲ ହେଉଥିବା ଏହି ସିସିଟିଭି ଫୁଟେଜ୍ ୯ ଫେବୃୟାରୀର ବୋଲି କୁହାଯାଉଛି।
ହରିୟାଣା ନିବାସୀ ୨୨ ବର୍ଷୀୟା ନିକି ଯାଦବଙ୍କୁ ତାଙ୍କ ପ୍ରେମିକ ସାହିଲ ଗେହଲତ୍ ଅତି ନୃଶଂସ ଭାବରେ ଗଳା ଚିପି ହତ୍ୟା କରିଛନ୍ତି, ଯାହାପରେ ତାଙ୍କ ମୃତଦେହକୁ ଏକ ଢାବାର ଫ୍ରିଜ୍ ଭିତରେ ଲୁଚାଇ ରଖିଥିଲେ ସାହିଲ। ଏବେ ମୃତ୍ୟୁ ପୂର୍ବରୁ ନିକିଙ୍କର ଶେଷ ଭିଡିଓ ସାମ୍ନାକୁ ଆସିଛି। ସିସିଟିଭି ଫୁଟେଜ୍ରେ ନିକି ନିଜ ଆପାର୍ଟମେଣ୍ଟର ସିଡି ଚଢ଼ୁଥିବାର ନଜର ଆସୁଛନ୍ତି। ଏହି କ୍ଲିପ୍ ଦେଖି କେହି ବି ଅନୁମାନ କରିବେନି ଯେ ଏହାର କିଛି ସମୟ ପରେ ନିକିଙ୍କୁ ହତ୍ୟା କରାଯିବ। ଏବେ ନିକି ହତ୍ୟାକାଣ୍ଡ ସହ ଜଡ଼ିତ ଏହି ଫୁଟେଜ୍ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।
ଦାବି କରାଯାଉଛି କି, ଏହି କ୍ଲିପ୍ ନିକିଙ୍କ ହତ୍ୟାର କିଛି ସମୟ ପୂର୍ବର। ଭିଡିଓଟି ସାଉଥ୍ ଦିଲ୍ଲୀର ସେହି ବିଲ୍ଡିଂର, ଯେଉଁଠି ନିକି ରହୁଥିଲେ। ଫୁଟେଜ୍ ୯ ଫେବୃୟାରୀର ବୋଲି କୁହାଯାଉଛି। ଭିଡିଓରେ ନିକି ସିଡି ଚଢ଼ି ଫ୍ଲାଟ୍କୁ ଯାଉଥିବାର ଦେଖାଯାଉଛନ୍ତି। ସୂଚନାଥାଉ କି, ନିକି ଯାଦବଙ୍କ ହତ୍ୟା ଅଭିଯୋଗରେ ପୋଲିସ ତାଙ୍କ ୨୪ ବର୍ଷୀୟ ପ୍ରେମିକ ସାହିଲ ଗେହଲତ୍ଙ୍କୁ ଗିରଫ କରିଛି।
ତେବେ ଅଭିଯୁକ୍ତ ପୋଲିସ ସାମ୍ନାରେ ସ୍ୱୀକାର କରିଛି କି, ୯ ଏବଂ ୧୦ ଫେବୃୟାରୀର ମଧ୍ୟବର୍ତ୍ତୀ ରାତିରେ ସେ ନିକିଙ୍କୁ ହତ୍ୟା କରିଥିଲେ। କାରଣ, ନିକିଙ୍କୁ ଜଣାପଡ଼ି ଯାଇଥିଲା ଯେ ସାହିଲ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବାକୁ ଯାଉଛନ୍ତି। ସେ ନିଜର ନିର୍ବନ୍ଧ କିମ୍ବା ବିବାହର କଥା ନିକିଙ୍କୁ କହି ନ ଥିଲେ, ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଜୋର୍ଦାର ଝଗଡ଼ା ହୋଇଥିଲା।
ସୂତ୍ରରୁ ଜଣାପଡ଼ିଛି, ଉଭୟେ ୯ ଫେବୃୟାରୀରେ ଦିଲ୍ଲୀ ବୁଲିବାକୁ ଯାଇଥିଲେ। ଏହାରି ଭିତରେ ଉଭୟଙ୍କ ମଧ୍ୟରେ ବିବାହକୁ ନେଇ ବିବାଦ ହୋଇଥିଲା। ଏଥିରେ ରାଗିଯାଇ ଅଭିଯୁକ୍ତ ନିଜ ମୋବାଇଲ ଫୋନର ଡାଟା କେବୁଲରେ ନିକିଙ୍କ ଗଳା ଚିପି ହତ୍ୟା କରିଥିଲେ।
As per reports, this is the #CCTV footage of #NikkiYadav last seen in her building on February 9.
A 24-year old man allegedly strangled his live-in partner with a mobile phone cable and dumped her body in a refrigerator
Read more her: https://t.co/FegPai4A5D pic.twitter.com/WsJmaQfUT3
— News18 (@CNNnews18) February 15, 2023