ଦେଶ ବିଦେଶ

ବଦଳିଲା ରାଷ୍ଟ୍ରପତି ଭବନର ଆକର୍ଷଣୀୟ ମୋଗଲ ଗାର୍ଡେନର ନାମ; ଏବେ ‘ଅମୃତ ଉଦ୍ୟାନ’ ନାମରେ ହେବ ପରିଚିତ

କେନ୍ଦ୍ର ସରକାର ରାଷ୍ଟ୍ରପତି ଭବନରେ ଥିବା ମୋଗଲ ଗାର୍ଡେନର ନାମ ପରିବର୍ତ୍ତନ କରିଛନ୍ତି। ସ୍ୱାଧୀନତାର ଅମୃତ ମହୋତ୍ସବକୁ ଦୃଷ୍ଟିରେ ରଖି ସରକାର ମୋଗଲ ଗାର୍ଡେନର ନାମ ବଦଳାଇ ‘ଅମୃତ ଉଦ୍ୟାନ’ କରିଛନ୍ତି। ସୂଚନାଥାଉ କି, ଏହାପୂର୍ବରୁ ଦିଲ୍ଲୀରେ ଅନେକ ମୋଗଲ ଶାସକଙ୍କ ନାମରେ ନିର୍ମିତ ରାସ୍ତାଗୁଡ଼ିକର ନାମ ମଧ୍ୟ ପରିବର୍ତ୍ତନ କରାଯାଇଥିଲା। ଔରଙ୍ଗଜେବ ରୋଡ୍‌ର ନାମ ବଦଳାଯାଇ ଏପିଜେ ଅବଦୁଲ କଲାମ ରୋଡ୍‌ କରାଯାଇଥିଲା।

ରାଷ୍ଟ୍ରପତି ଭବନ ତରଫରୁ ଜାରି ବୟାନରେ କୁହାଯାଇଛି ଯେ ଚଳିତ ବର୍ଷ ୩୧ ଜାନୁୟାରୀରୁ ୨୬ ମାର୍ଚ୍ଚ ପର୍ଯ୍ୟନ୍ତ ଅମୃତ ଉଦ୍ୟାନ (ମୋଗଲ ଗାର୍ଡେନ୍) ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ। ଏହାପରେ ୨୮ ମାର୍ଚ୍ଚରେ କେବଳ ଚାଷୀଙ୍କ ପାଇଁ ଏବଂ ୨୯ ମାର୍ଚ୍ଚରେ କେବଳ ଦିବ୍ୟାଙ୍ଗ ଲୋକଙ୍କ ପାଇଁ ଖୋଲାଯିବ।

ସେହିପରି ୩୦ ମାର୍ଚ୍ଚରେ ପୋଲିସ, ସୁରକ୍ଷା ବାହିନୀ ଏବଂ ସେନାର ପରିବାରଙ୍କ ପାଇଁ ଗାର୍ଡେନ ଖୋଲା ରହିବ। ଏହି ସମୟରେ ଭିଜିଟରମାନେ ଏଠାରେ ଥିବା ସୁନ୍ଦର ପୁଷ୍ପ ଉଦ୍ୟାନର ଆନନ୍ଦ ଉଠାଇ ପାରିବେ। ସୂଚନାଥାଉ କି, ଅମୃତ ଉଦ୍ୟାନ (ମୋଗଲ ଗାର୍ଡେନ୍‌)ରେ ୧୨ ପ୍ରକାରର ସୁନ୍ଦର ଟୁଲିପ୍‌ ଫୁଲ ରହିଛି। ସାଧାରଣ ଲୋକଙ୍କ ପାଇଁ ଉଦ୍ୟାନ ଖୁବ୍‌ଶୀଘ୍ର ଖୋଲିବାକୁ ଯାଉଛି।

ରାଷ୍ଟ୍ରପତି ଭବନ ତରଫରୁ ଆହୁରି ମଧ୍ୟ କୁହାଯାଇଛି କି, କେବଳ ସେହି ଲୋକଙ୍କୁ ଅମୃତ ଉଦ୍ୟାନ ଯିବାକୁ ଅନୁମତି ଦିଆଯିବ, ଯେଉଁମାନେ ଅନଲାଇନ୍ ଆଡଭାନ୍ସ ବୁକିଂ ମାଧ୍ୟମରେ ପାସ୍ ଆଣିଥିବେ।

ଉଦ୍ୟାନ ସକାଳ ୧୦ଟାରୁ ୪ଟା ପର୍ଯ୍ୟନ୍ତ ଖୋଲା ରହିବ। ଅମୃତ ଉଦ୍ୟାନକୁ ଯିବା ପାଇଁ ସକାଳ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ୭ ହଜାର ୫୦୦ ଲୋକଙ୍କ ପାଇଁ ଟିକେଟ ଜାରି କରାଯିବ। ଏହାପରେ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପୁଣି ୧୦,୦୦୦ ଲୋକଙ୍କୁ ବଗିଚା ପରିଦର୍ଶନ ପାଇଁ ପାସ୍‌ ଜାରି କରାଯିବ।

Roshni

Recent Posts

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

1 hour ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

2 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

2 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

2 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

2 hours ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

2 hours ago