ଦେଶ ବିଦେଶ

ଜାଣିଶୁଣି କାରକୁ ଏକ ନାଳ ଭିତରେ ପଶାଇଦେଲେ ବ୍ଯକ୍ତି, ପୁରା ପରିବାରକୁ ଠେଲିଦେଲେ ମରଣ ମୁହଁକୁ

ନୂଆଦିଲ୍ଲୀ : ପଞ୍ଜାବର ଫିରୋଜପୁରରୁ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି। ଫେରୋଜପୁରର ବୁଦ୍ଧୱାଲା ମୋହଲ୍ଲାରେ ରହୁଥିବା ଏକ ପରିବାର ସମସ୍ତ ସଦସ୍ୟ ଆତ୍ମହତ୍ୟା କରିଛନ୍ତି। କୁହାଯାଉଛି ଯେ ଗୋଟିଏ ପରିବାରର ବାପା, ଝିଅ,ଭଣଜା ଓ ବଡ ଭାଇକୁ କାରରେ ନେଇ ଯାଉଥିବା ବେଳେ ଜାଣିଶୁଣି କାରକୁ ଏକ ନାଳ ଭିତରକୁ କାର ଖସାଇ ଦେବାରୁ ଘଟଣାସ୍ଥଳରେ ୪ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ଖବର ଅନୁସାରେ କାରଟି କେନାଲରେ ଖସିଯିବା ମାତ୍ରେ ଆଖପାଖ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। କେନାଲରେ ଜଳ ପ୍ରବାହ ଅଧିକ ଥିବାରୁ କାରରୁ ପରିବାରର ୩ ଜଣଙ୍କ ସମେତ କାର ଚାଳକଙ୍କ ମୃତଦେହକୁ ବାହାର କରିବା ପାଇଁ ପୋଲିସକୁ ବହୁ ପରିଶ୍ରମ କରିବାକୁ ପଡିଥିଲା। ଏହି ଦୁର୍ଘଟଣାରେ ସମସ୍ତ ଚାରିଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାର ତଦନ୍ତରେ ପୋଲିସ ନିୟୋଜିତ ଅଛି।

ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଘରର ଜସବିନ୍ଦର ସିଂ ଓରଫ୍ ରାଜୁ ୨ ଦିନ ପୂର୍ବରୁ ଫେସବୁକରେ ଲାଇଭ କରି ନିଜର ସବୁ ଦୁଃଖ ବଖାଣିଥିଲେ । ସେ ଜୀବନ ରଖିବାକୁ ଚାହୁଁନାହାଁନ୍ତି ବୋଲି ମଧ୍ୟ କହିଥିଲେ । ପ୍ରକୃତ କଥା ହେଉଛି ଜସବିନ୍ଦରଙ୍କ ସ୍ତ୍ରୀ କିଛି ଦିନ ପୂର୍ବରୁ ଅନ୍ୟଜଣଙ୍କ ସହ ଘର ଛାଡି ପଳାଇଥିଲେ । ଏହି ଘଟଣାକୁ ନେଇ ଜସବିନ୍ଦର ଓ ତାଙ୍କ ପୁଅ ଝିଅ ମାନସିକ ବିଷାଦରେ ରହୁଥିଲେ । ବୁଧବାର ଝିଅ, ବଡଭାଇ ଓ ଭଣଜାଙ୍କ ସହ କାରରେ ବାହାରକୁ ଯାଇଥିବାବେଳେ ଜାଣିଶୁଣି କାରକୁ ଏକ ବଡ ନାଳକୁ ଖସାଇଦେଇଥିଲେ ।

ଏହି ଘଟଣାକୁ ନେଇ ଫିରୋଜପୁର ପୋଲିସ ଷ୍ଟେସନର SHO ଅଭିନାଭ ଚୌହାନ କହିଛନ୍ତି ଯେ ପୋଲିସ ଘଟଣାର ତଦନ୍ତ କରୁଛି ଏବଂ କାରରେ ଥିବା ଲୋକଙ୍କ ମୃତଦେହକୁ ପୋଲିସ ବାହାର କରି ନେଇଛି। ସେ କହିଛନ୍ତି ଯେ ଚାରିଜଣଙ୍କର ମୃତ୍ୟୁ ହୋଇଛି।

Barsha

Recent Posts

ଆଜିଠୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ସ୍ବାଗତ ପାଇଁ ଜନ୍ମମାଟି ଭବ୍ୟ ପ୍ରସ୍ତୁତି

ଭୁବନେଶ୍ୱର (କେନ୍ୟୁଜ): ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ…

1 min ago

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

16 mins ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

26 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

35 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

50 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

59 mins ago