ଛୋଟ ଛୁଆ ଭାବି ଯାହାଙ୍କୁ କୋଳେଇ ନେଇଥିଲେ ଏହି ମହିଳା, ସେ ବାହାରିଲେ ୪୬ ବର୍ଷର ବିବାହିତ ପୁରୁଷ!

ଭିଏତ୍‌ନାମରେ ରହୁଥିବା ଆମେରିକାର ଜଣେ ମହିଳା ଉଦ୍ୟୋଗପତି ବ୍ରା ଟାଇକୁନ୍ ମିଶୋଲ ମୋନେଙ୍କ ସହ ଏକ ଅଜବ ଘଟଣା ଘଟିଛି। ମିଶୋଲ ସାରା ବିଶ୍ୱରେ ବ୍ରା କ୍ୱିନ୍ ନାଁରେ ଜଣାଶୁଣା।

ମିଶୋଲ ମୋନେ ନିଜ ଟୁଇଟର ଆକାଉଣ୍ଟରେ ଜଣେ ବ୍ୟକ୍ତିଙ୍କ ଫଟୋ ସେୟାର କରିବା ସମୟରେ ଏକ ଘଟଣା ବିଷୟରେ ବର୍ଣ୍ଣନା କରିଛନ୍ତି। ଘଟଣାଟି ଏହିପରି ଯେ ଉଦ୍ୟୋଗପତିଙ୍କୁ ନେଇ ଆୟୋଜିତ ଏକ କାଯ୍ୟର୍କ୍ରମକୁ ମିଶୋଲ ପରିଚାଳନା କରୁଥିଲେ। ସେଠାରେ ୩୦୦୦ ଲୋକ ଉପସ୍ଥିତ ଥିଲେ। ମିଶୋଲ ଯେଉଁ ସମୟରେ ମଞ୍ଚରେ ଉପସ୍ଥିତ ଥିଲେ, ସେହି ସମୟରେ ଏକ ଛୋଟ ଛୁଆ ମଞ୍ଚ ଉପରକୁ ଆସି ମିଶୋଲଙ୍କୁ ଏକ ଫୁଲତୋଡ଼ା ଦେଇଥିଲା।

ଫୁଲତୋଡ଼ା ନେବା ସମୟରେ ମିଶୋଲ ସେହି ଛୋଟ ଛୁଆଟିକୁ କୋଳେଇ ନେଇଥିଲେ। ଆଉ ତା’ ସହିତ ସେଲ୍ଫି ନେବାରେ ଲାଗିଥିଲେ। ହଠାତ୍ ଏହି ସମୟରେ ଜଣେ ମହିଳାଙ୍କ ପାଟି ଶୁଣିବାକୁ ମିଳିଥିଲା। ମହିଳା ଜଣକ କହୁଥିଲେ, ମିଶୋଲ ତାଙ୍କୁ ତଳକୁ ଓହ୍ଲାଇ ଦିଅନ୍ତୁ। ସେ ମୋ ସ୍ୱାମୀ ଅଟନ୍ତି। ଏହା ଶୁଣି ମିଶୋଲ ଚମକି ପଡ଼ିଥିଲେ। ଆଉ ସଙ୍ଗେ ସଙ୍ଗେ ଉକ୍ତ ବ୍ୟକ୍ତିଙ୍କୁ କୋଳରୁ ଓହ୍ଲାଇ ଦେଇଥିଲେ।

ଏହାସହ ପଢ଼ନ୍ତୁ: ରୋଗୀର ଅନ୍ତବୁଜୁଳାରେ ବୁଲୁଥିଲା ୬.୩ ଫୁଟ ଲମ୍ବାର ଜିଅନ୍ତା ପୋକ, ଦେଖିଲା ପରେ ଡାକ୍ତରଙ୍କର ଉଡିଗଲା ହୋସ୍‌

ଏହା ଦେଖି କାଯ୍ୟର୍କ୍ରମରେ ଉପସ୍ଥିତ ଥିବା ଦର୍ଶକ ଖୁବ୍ ଜୋର୍‌ରେ ହସିବାକୁ ଲାଗିଥିଲେ। ପ୍ରକୃତ କଥା ହେଲା, ମିଶୋଲ ଯାହାଙ୍କୁ ଛୋଟ ଛୁଆ ଭାବି କୋଳେଇ ନେଇଥିଲେ, ସେ ବାହାରିଥିଲେ ୪୬ ବର୍ଷର ବିବାହିତ ପୁରୁଷ। ଏହି ଘଟଣା ଏକ ହାସ୍ୟରୋଳ ପରିସ୍ଥିତି ସୃଷ୍ଟି କରିଥିଲା।

Roshni

Recent Posts

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

10 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

43 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

45 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

52 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

1 hour ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

1 hour ago