ଛୋଟ ଛୁଆ ଭାବି ଯାହାଙ୍କୁ କୋଳେଇ ନେଇଥିଲେ ଏହି ମହିଳା, ସେ ବାହାରିଲେ ୪୬ ବର୍ଷର ବିବାହିତ ପୁରୁଷ!

ଭିଏତ୍ନାମରେ ରହୁଥିବା ଆମେରିକାର ଜଣେ ମହିଳା ଉଦ୍ୟୋଗପତି ବ୍ରା ଟାଇକୁନ୍ ମିଶୋଲ ମୋନେଙ୍କ ସହ ଏକ ଅଜବ ଘଟଣା ଘଟିଛି। ମିଶୋଲ ସାରା ବିଶ୍ୱରେ ବ୍ରା କ୍ୱିନ୍ ନାଁରେ ଜଣାଶୁଣା।
ମିଶୋଲ ମୋନେ ନିଜ ଟୁଇଟର ଆକାଉଣ୍ଟରେ ଜଣେ ବ୍ୟକ୍ତିଙ୍କ ଫଟୋ ସେୟାର କରିବା ସମୟରେ ଏକ ଘଟଣା ବିଷୟରେ ବର୍ଣ୍ଣନା କରିଛନ୍ତି। ଘଟଣାଟି ଏହିପରି ଯେ ଉଦ୍ୟୋଗପତିଙ୍କୁ ନେଇ ଆୟୋଜିତ ଏକ କାଯ୍ୟର୍କ୍ରମକୁ ମିଶୋଲ ପରିଚାଳନା କରୁଥିଲେ। ସେଠାରେ ୩୦୦୦ ଲୋକ ଉପସ୍ଥିତ ଥିଲେ। ମିଶୋଲ ଯେଉଁ ସମୟରେ ମଞ୍ଚରେ ଉପସ୍ଥିତ ଥିଲେ, ସେହି ସମୟରେ ଏକ ଛୋଟ ଛୁଆ ମଞ୍ଚ ଉପରକୁ ଆସି ମିଶୋଲଙ୍କୁ ଏକ ଫୁଲତୋଡ଼ା ଦେଇଥିଲା।
ଫୁଲତୋଡ଼ା ନେବା ସମୟରେ ମିଶୋଲ ସେହି ଛୋଟ ଛୁଆଟିକୁ କୋଳେଇ ନେଇଥିଲେ। ଆଉ ତା’ ସହିତ ସେଲ୍ଫି ନେବାରେ ଲାଗିଥିଲେ। ହଠାତ୍ ଏହି ସମୟରେ ଜଣେ ମହିଳାଙ୍କ ପାଟି ଶୁଣିବାକୁ ମିଳିଥିଲା। ମହିଳା ଜଣକ କହୁଥିଲେ, ମିଶୋଲ ତାଙ୍କୁ ତଳକୁ ଓହ୍ଲାଇ ଦିଅନ୍ତୁ। ସେ ମୋ ସ୍ୱାମୀ ଅଟନ୍ତି। ଏହା ଶୁଣି ମିଶୋଲ ଚମକି ପଡ଼ିଥିଲେ। ଆଉ ସଙ୍ଗେ ସଙ୍ଗେ ଉକ୍ତ ବ୍ୟକ୍ତିଙ୍କୁ କୋଳରୁ ଓହ୍ଲାଇ ଦେଇଥିଲେ।
ଏହାସହ ପଢ଼ନ୍ତୁ: ରୋଗୀର ଅନ୍ତବୁଜୁଳାରେ ବୁଲୁଥିଲା ୬.୩ ଫୁଟ ଲମ୍ବାର ଜିଅନ୍ତା ପୋକ, ଦେଖିଲା ପରେ ଡାକ୍ତରଙ୍କର ଉଡିଗଲା ହୋସ୍
ଏହା ଦେଖି କାଯ୍ୟର୍କ୍ରମରେ ଉପସ୍ଥିତ ଥିବା ଦର୍ଶକ ଖୁବ୍ ଜୋର୍ରେ ହସିବାକୁ ଲାଗିଥିଲେ। ପ୍ରକୃତ କଥା ହେଲା, ମିଶୋଲ ଯାହାଙ୍କୁ ଛୋଟ ଛୁଆ ଭାବି କୋଳେଇ ନେଇଥିଲେ, ସେ ବାହାରିଥିଲେ ୪୬ ବର୍ଷର ବିବାହିତ ପୁରୁଷ। ଏହି ଘଟଣା ଏକ ହାସ୍ୟରୋଳ ପରିସ୍ଥିତି ସୃଷ୍ଟି କରିଥିଲା।