ମହାରାଷ୍ଟ୍ରରେ ସୁପରଷ୍ଟାର ଅମୀର ଖାନ ଓ ମାଧୁରୀ ଦୀକ୍ଷିତଙ୍କ ସହ ମତଦାନ କରିଛନ୍ତି ଅନେକ ସେଲିବ୍ରିଟି

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ଅନେକ ସେଲିବ୍ରିଟି ଆସି ଭୋଟ୍ ଦେଇଛନ୍ତି । ସୁପରଷ୍ଟାର ଅମୀର ଖାନ୍ ବାନ୍ଦ୍ରା ୱେଷ୍ଟରେ ମତଦାନ କରିଛନ୍ତି । ସମସ୍ତେ ଆସି ନିଜର ମତଦାନ ସାବ୍ୟସ୍ତ କରିବାକୁ ଅପିଲ କରିଛନ୍ତି ଅମୀର ଖାନ୍ । ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ମଧ୍ୟ ବାନ୍ଦ୍ରା ୱେଷ୍ଟରେ ଭୋଟ୍ ଦେଇଛନ୍ତି । ସେହିପରି ଅଭିନେତା ରିତେଶ ଦେଶମୁଖ ଓ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଜେନିଲିଆ ଡିକ୍ରୁଜଙ୍କ ସହ ଆସି ମତଦାନ ସାବ୍ୟସ୍ତ କରିଛନ୍ତି । ସେହିପରି ପୂର୍ବତନ ଟେନିସ୍ ଖେଳାଳି ମହେଶ ଭୂପତି ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଲାରା ଦତ୍ତଙ୍କ ସହ ଆସି ଭୋଟ୍ ଦେଇଛନ୍ତି ।

amir

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.