ଛତିଶଗଡ଼ରେ ୨୦୦୦ କୋଟିର ମଦ ଦୁର୍ନୀତି: ପୂର୍ବତନ IAS ଅନିଲ୍‌ ଟୁଟେଜାଙ୍କୁ ଗିରଫ କଲା ED

ଛତିଶଗଡ଼ରେ ୨୦୦୦ କୋଟିର ମଦ ଦୁର୍ନୀତି ମାମଲାରେ ଇଡି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ମାମଲାରେ ଅବସରପ୍ରାପ୍ତ ଆଇଏଏସ୍‌ ଅନିଲ ଟୁଟେଜାଙ୍କୁ ଗିରଫ କରିଛି ।

ଛତିଶଗଡ଼ରେ ୨୦୦୦ କୋଟିର ମଦ ଦୁର୍ନୀତି ମାମଲାରେ ଇଡି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ମାମଲାରେ ଅବସରପ୍ରାପ୍ତ ଆଇଏଏସ୍‌ ଅନିଲ ଟୁଟେଜାଙ୍କୁ ଗିରଫ କରିଛି । ରାୟପୁରରେ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)ରେ ନିଜର ବୟାନ ରେକର୍ଡ କରାଇବା ପାଇଁ ଶନିବାର ଅନିଲ୍‌ ଟୁଟେଜା ଓ ତାଙ୍କ ପୁଅ ୟଶ୍‌ ପହଞ୍ଚିଥିଲେ । ୫ ଘଣ୍ଟାର ପଚରାଉଚରା ପରେ ଇଡି ଟିମ୍‌ ଅନିଲଙ୍କୁ ଗିରଫ କରିଥିଲା ।

ତେବେ ତଦନ୍ତରେ ସାମିଲ ହେବା ଏବଂ ନିଜର ବୟାନ ରେକର୍ଡ କରାଇବା ପାଇଁ ଇଡି ସେମାନଙ୍କୁ ଇଓଡବ୍ଲ୍ୟୁ/ ଏସିବି କାର୍ଯ୍ୟାଳୟ ଡକାଇଥିଲା । ପରେ ସେମାନଙ୍କୁ କେନ୍ଦ୍ରୀୟ ତଦନ୍ତ କାର୍ଯ୍ୟାଳୟକୁ ନିଆଯାଇଥିଲା । ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀଙ୍କୁ ପଚରାଉଚରା କରାଯିବା ପରେ PMLA ନିୟମ ଅନୁସାରେ ଗିରଫ କରାଯାଇଥିଲା । ତେବେ ପଚରାଉଚରା ପରେ ତାଙ୍କ ପୁଅ ୟଶ୍‌ଙ୍କୁ ଯିବାକୁ ଅନୁମତି ଦିଆଯାଇଥିଲା ।

ସୂତ୍ରରୁ ଜଣାପଡ଼ିଛି ଯେ ଅନିଲ ଟୁଟେଜାଙ୍କୁ ସହରରେ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ହାଜର କରାଯିବାର ଆଶା କରାଯାଉଛି । ଏଠାରେ ଏଜେନ୍ସି ତାଙ୍କର ରିମାଣ୍ଡ ଦାବି କରିପାରେ । ଅନିଲ ଟୁଟେଜା ଚଳିତ ବର୍ଷ ହିଁ କାର୍ଯ୍ୟରୁ ଅବସର ନେଇଛନ୍ତି ।

ସୂଚନାଯୋଗ୍ୟ, ନିକଟରେ ମଦ ଦୁର୍ନୀତି ମାମଲାରେ ଟଙ୍କା ହେରଫେର ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି ସୁପ୍ରିମକୋର୍ଟ ମନି ଲଣ୍ଡରିଂର ମାମଲାକୁ ରଦ୍ଦ କରିଦେଇଥିଲେ । ଇଡି ମଦ ଦୁର୍ନୀତିରେ ଏକ ନୂତନ ମନି ଲଣ୍ଡରିଂ ମାମଲା ପଞ୍ଜିକୃତ କରିିଥିଲା ।

ଗତ ବର୍ଷ ଜୁଲାଇରେ ଇଡି ରାୟପୁରର ଏକ PMLA କୋର୍ଟରେ ମଦ ଦୁର୍ନୀତି ମାମଲାରେ ଚାର୍ଜସିଟ ଦାଖଲ କରିଥିଲା, ଯେଉଁଥିରେ ଏଜେନ୍ସି ଦାବି କରିଥିଲା ଯେ ୨୦୧୯ରେ ଆରମ୍ଭ ହୋଇଥିବା ମଦ ଦୁର୍ନୀତିରେ ୨,୧୬୧ କୋଟି ଟଙ୍କାର ଦୁର୍ନୀତି ହୋଇଛି । ଏହି ରାଶି ରାଜ୍ୟ ରାଜକୋଷକୁ ଯିବା ଉଚିତ୍ । କହି ରଖୁଛୁ କି, ବର୍ତ୍ତମାନ ଉଭୟ ଏଜେନ୍ସି ଇଡି ଓ ଇଓଡବ୍ଲ୍ୟୁ ମଦ ଦୁର୍ନୀତିର ତଦନ୍ତ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.