ଦେଖନ୍ତୁ କିପରି ପଥର ତଳେ ଦବିଯାଇଛି କୁକୁର ଛୁଆ, ବିକଳ ହୋଇ କାନ୍ଦୁଛି ମା’, ଏହି ଭିଡିଓ ଆପଣଙ୍କୁ ବି କନ୍ଦାଇ ଦେବ

ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିଲେ ଆପଣ ବି ହଡ଼ବଡ଼େଇ ଯିବେ। ଏଥିରେ ଦେଖିବାକୁ ମିଳୁଛି, ଏକ ଘରର ଭଗ୍ନାବଶେଷରେ ଚାପିହୋଇ ଯାଇଥିବା କୁକୁର ଛୁଆକୁ ମା’ କୁକୁର ଉଦ୍ଧାର କରିବା ପାଇଁ ବହୁତ ଚେଷ୍ଟା କରୁଛି। କିନ୍ତୁ ବଡ଼ ପଥର ତଳେ ଦବିଯାଇଥିବାରୁ ସେ ଛୁଆକୁ ବାହାର କରିବାରେ ଅସମର୍ଥ ହେଉଛି। ଫଳରେ ସେ ଛୁଆଟି ପାଇଁ କାନ୍ଦିବାରେ ଲାଗୁଛି। କହି ରଖୁଛୁ, ପ୍ରବଳ ବର୍ଷା ଯୋଗୁ ଏକ ବିଲ୍ଡିଂ ଗଳି ପଡ଼ିଥିଲା, ଯାହାଫଳରେ କୁକୁର ଛୁଆ ବିଲ୍ଡିଂର ଭଗ୍ନାବଶେଷ ତଳେ ଦବି ଯାଇଥିଲା। ପାଖରେ ଥିବା ଲୋକେ ମା’କୁ କାନ୍ଦୁଥିବାର ଦେଖିଥିଲେ ଏବଂ ସେମାନେ ସଙ୍ଗେ ସଙ୍ଗେ ପ୍ରାଣୀ ଉଦ୍ଧାର ଟିମ୍‌କୁ ଡକାଇଥିଲେ।

ଭାଇରାଲ ଭିଡିଓରେ ଦେଖାଯାଉଛି କି, ମା’ ଛୁଆଟି ପାଇଁ କାନ୍ଦୁଛି। ଆଉ ତାକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରୁଛି। ଖବର ପାଇ ପ୍ରାଣୀ ଉଦ୍ଧାର ଟିମ୍‌ ସେଠାରେ ପହଞ୍ଚିଥିଲା ଏବଂ ପଥରରୁ କୁକୁର ଛୁଆକୁ ଉଦ୍ଧାର କରିବାରେ ଲାଗିପଡ଼ିଥିଲା। ସବୁଠାରୁ ଅଧିକ ହୃଦୟସ୍ପର୍ଶୀ କଥା ହେଉଛି, ଟିମ୍‌କୁ ଦେଖି ମା’ କୁକୁର ମଧ୍ୟ ମାଟି ଖୋଳିବାରେ ଲାଗିପଡ଼ିଥିଲା। କିନ୍ତୁ ଟିମ୍‌ର ସଦସ୍ୟମାନେ ମା’ କୁକୁରକୁ ପଛ କରି ଛୁଆକୁ ଉଦ୍ଧାର କରିଥିଲେ। ଉଦ୍ଧାର ହେବା ପରେ ଛୁଆଟିକୁ ନିଶ୍ୱାସ ନେବାରେ କଷ୍ଟ ହୋଇଥିଲା। ଏହାପରେ ସେମାନେ ଛୁଆକୁ ଯାଞ୍ଚ ପାଇଁ ନେଇଥିଲେ ଏବଂ ମା’କୁ ହସ୍ତାନ୍ତର କରିଥିଲେ। Animal Aid Unlimited, India ଏହି ଭିଡିଓକୁ ୟୁଟ୍ୟୁବରେ ସେୟାର କରିଛି, ଯାହାକୁ ଏ ପଯ୍ୟର୍ନ୍ତ ୨ ମିଲିୟନରୁ ଅଧିକ ଲୋକ ଦେଖିସାରିଲେଣି।

ଏହାସହ ପଢ଼ନ୍ତୁ: ସ୍କୁଲରେ ହୋଇଥିଲା ମାମୁଲି ଝଗଡ଼ା, ୫୩ ବର୍ଷ ପରେ ବନ୍ଧୁମିଳନରେ ନେଲେ ଭୟଙ୍କର ପ୍ରତିଶୋଧ, ଜାଣନ୍ତୁ ଏହି ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କ କାରନାମା

ୟୁଟ୍ୟୁବରେ ଏହି ଭିଡିଓକୁ ୧ ଲକ୍ଷରୁ ଅଧିକ ଲାଇକ୍‌ ଏବଂ ୯ ହଜାରରୁ ଅଧିକ କମେଣ୍ଟସ୍‌ ମିଳିସାରିଛି। Animal Aid Unlimited, India ଟିମକୁ ଲୋକେ ଖୁବ୍‌ ପ୍ରଶଂସା କରିବାରେ ଲାଗିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ଆଜିର ସମୟରେ ମଣିଷ ନିଜ ଛୁଆକୁ ଏତେ ଭଲ ପାଇ ନ ଥାଏ’। ସେହିଭଳି ଆଉ ଜଣେ ଲେଖିଥିଲେ, ‘ଟିମ୍‌ର ଜଣେ ସଦସ୍ୟ ବହୁତ ଭଲ କାମ କରିଛନ୍ତି ଏବଂ ମା’କୁ ସଲାମ’।

Roshni

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

4 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago