ଦେଖନ୍ତୁ କିପରି ପଥର ତଳେ ଦବିଯାଇଛି କୁକୁର ଛୁଆ, ବିକଳ ହୋଇ କାନ୍ଦୁଛି ମା’, ଏହି ଭିଡିଓ ଆପଣଙ୍କୁ ବି କନ୍ଦାଇ ଦେବ
ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିଲେ ଆପଣ ବି ହଡ଼ବଡ଼େଇ ଯିବେ। ଏଥିରେ ଦେଖିବାକୁ ମିଳୁଛି, ଏକ ଘରର ଭଗ୍ନାବଶେଷରେ ଚାପିହୋଇ ଯାଇଥିବା କୁକୁର ଛୁଆକୁ ମା’ କୁକୁର ଉଦ୍ଧାର କରିବା ପାଇଁ ବହୁତ ଚେଷ୍ଟା କରୁଛି। କିନ୍ତୁ ବଡ଼ ପଥର ତଳେ ଦବିଯାଇଥିବାରୁ ସେ ଛୁଆକୁ ବାହାର କରିବାରେ ଅସମର୍ଥ ହେଉଛି। ଫଳରେ ସେ ଛୁଆଟି ପାଇଁ କାନ୍ଦିବାରେ ଲାଗୁଛି। କହି ରଖୁଛୁ, ପ୍ରବଳ ବର୍ଷା ଯୋଗୁ ଏକ ବିଲ୍ଡିଂ ଗଳି ପଡ଼ିଥିଲା, ଯାହାଫଳରେ କୁକୁର ଛୁଆ ବିଲ୍ଡିଂର ଭଗ୍ନାବଶେଷ ତଳେ ଦବି ଯାଇଥିଲା। ପାଖରେ ଥିବା ଲୋକେ ମା’କୁ କାନ୍ଦୁଥିବାର ଦେଖିଥିଲେ ଏବଂ ସେମାନେ ସଙ୍ଗେ ସଙ୍ଗେ ପ୍ରାଣୀ ଉଦ୍ଧାର ଟିମ୍କୁ ଡକାଇଥିଲେ।
ଭାଇରାଲ ଭିଡିଓରେ ଦେଖାଯାଉଛି କି, ମା’ ଛୁଆଟି ପାଇଁ କାନ୍ଦୁଛି। ଆଉ ତାକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରୁଛି। ଖବର ପାଇ ପ୍ରାଣୀ ଉଦ୍ଧାର ଟିମ୍ ସେଠାରେ ପହଞ୍ଚିଥିଲା ଏବଂ ପଥରରୁ କୁକୁର ଛୁଆକୁ ଉଦ୍ଧାର କରିବାରେ ଲାଗିପଡ଼ିଥିଲା। ସବୁଠାରୁ ଅଧିକ ହୃଦୟସ୍ପର୍ଶୀ କଥା ହେଉଛି, ଟିମ୍କୁ ଦେଖି ମା’ କୁକୁର ମଧ୍ୟ ମାଟି ଖୋଳିବାରେ ଲାଗିପଡ଼ିଥିଲା। କିନ୍ତୁ ଟିମ୍ର ସଦସ୍ୟମାନେ ମା’ କୁକୁରକୁ ପଛ କରି ଛୁଆକୁ ଉଦ୍ଧାର କରିଥିଲେ। ଉଦ୍ଧାର ହେବା ପରେ ଛୁଆଟିକୁ ନିଶ୍ୱାସ ନେବାରେ କଷ୍ଟ ହୋଇଥିଲା। ଏହାପରେ ସେମାନେ ଛୁଆକୁ ଯାଞ୍ଚ ପାଇଁ ନେଇଥିଲେ ଏବଂ ମା’କୁ ହସ୍ତାନ୍ତର କରିଥିଲେ। Animal Aid Unlimited, India ଏହି ଭିଡିଓକୁ ୟୁଟ୍ୟୁବରେ ସେୟାର କରିଛି, ଯାହାକୁ ଏ ପଯ୍ୟର୍ନ୍ତ ୨ ମିଲିୟନରୁ ଅଧିକ ଲୋକ ଦେଖିସାରିଲେଣି।
ଏହାସହ ପଢ଼ନ୍ତୁ: ସ୍କୁଲରେ ହୋଇଥିଲା ମାମୁଲି ଝଗଡ଼ା, ୫୩ ବର୍ଷ ପରେ ବନ୍ଧୁମିଳନରେ ନେଲେ ଭୟଙ୍କର ପ୍ରତିଶୋଧ, ଜାଣନ୍ତୁ ଏହି ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କ କାରନାମା
ୟୁଟ୍ୟୁବରେ ଏହି ଭିଡିଓକୁ ୧ ଲକ୍ଷରୁ ଅଧିକ ଲାଇକ୍ ଏବଂ ୯ ହଜାରରୁ ଅଧିକ କମେଣ୍ଟସ୍ ମିଳିସାରିଛି। Animal Aid Unlimited, India ଟିମକୁ ଲୋକେ ଖୁବ୍ ପ୍ରଶଂସା କରିବାରେ ଲାଗିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ଆଜିର ସମୟରେ ମଣିଷ ନିଜ ଛୁଆକୁ ଏତେ ଭଲ ପାଇ ନ ଥାଏ’। ସେହିଭଳି ଆଉ ଜଣେ ଲେଖିଥିଲେ, ‘ଟିମ୍ର ଜଣେ ସଦସ୍ୟ ବହୁତ ଭଲ କାମ କରିଛନ୍ତି ଏବଂ ମା’କୁ ସଲାମ’।