Below header

ବଚ୍ଚନ ପରିବାର ପାଇଁ କାଳହେଲା ମୁମ୍ବାଇ ବର୍ଷା, ପାଣିରେ ଭାସିଲା ବିଗବିଙ୍କ ଘର ଦେଖନ୍ତୁ ଭିଡିଓ

ମୁମ୍ବାଇରେ ଲଗାତାର ଭାବେ ହେଉଥିବା ବର୍ଷା କାରଣରୁ ସେଠାକାର ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି । ରାସ୍ତା ହେଉ କିମ୍ବା ରେଳ ଲାଇନ, କାର୍ ହେଉ କିମ୍ବା ବସ ଏଠାକାର ଲୋକମାନଙ୍କ ଘର ଭିତରେ ବି ପସିଗଲାଣି ପାଣି । ସହରର ଅଧିକାଂଶ ଅଂଚଳ ପାଣିରେ ଭାସୁଛି କହିଲେ ଚଳେ । ଏହି ବର୍ଷାକୁ ନେଇ ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରଲ ହେବାରେ ଲାଗିଛି । ଏହି ଭିଡ଼ିଓରେ ବବଲିଉଡର ପ୍ରଖ୍ୟାତ ଅଭିନେତା ଅମିତାଭ ବଚ୍ଚନଙ୍କ ଘର ପ୍ରତୀକ୍ଷା ବି ପାଣି ଘେରରେ ଥିବା ଦେଖାଯାଇଛି । ଏହା ବ୍ୟତୀତ ତାଙ୍କ ବଙ୍ଗଳା ସାମ୍ନାରେ ରାସ୍ତା ମଧ୍ୟ ସମ୍ପୂର୍ଣ ଭାବେ ପାଣିରେ ବୁଡ଼ିଯାଇଛି । ଯାହାଦ୍ୱାରା ଲୋକମାନେ ବହୁ କଷ୍ଟରେ ଯାତାୟାତ କରୁଥିବାର ଦେଖାଯାଇଛି ।

ଏହି ଭିଡିଓରେ ଦେଖାଯାଇଛି କି ଜୁହୁ ସ୍ଥିତ ଅମିତାଭ ବଚ୍ଚନଙ୍କ ବଙ୍ଗଳା ନିକଟରେ ପ୍ରାୟ ଆଂଠୁ ପର୍ଯ୍ୟନ୍ତ ପାଣି ଭାରି ଯାଇଛି । ଏହା ବ୍ୟତୀତ ବଲିଉଡ ଅଭିନେତା ଅର୍ଜୁନ ରାମପାଲ ମଧ୍ୟ ଏକ ଭିଡିଓ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିଲେ । ଯେଉଁଥିରେ ରାସ୍ତାରେ ସମ୍ପୂର୍ଣ୍ଣ ଭାବେ ପାଣି ଭରିଯିବା ସହିତ ଲୋକମାନେ ସେଥିରେ ଫସିଯାଇଥିଲେ । ଏହି ଭିଡିଓକୁ ସେୟାର କରିବା ସହ ସେ ଲେଖିଛନ୍ତି “କେବଳ ଭାରତୀୟ କାର ହିଁ ଏହି ଋତୁରେ ଚାଲି ପାରିବ, ସୁରକ୍ଷିତ ରୁହନ୍ତୁ” ଏହି ଭିଡିଓକୁ ଦେଖିବା ପରେ ଏହା କୁହାଯାଇପାରିବ ଯେ ମୁମ୍ବାଇବାସି ଏହି ସମୟରେ ବହୁତ ଅସୁବିଧାରେ ଅଛନ୍ତି ।

 

View this post on Instagram

 

Only Indian cars survive in this weather. Be safe. Drive Indian.

A post shared by Arjun (@rampal72) on

ଏଠାରେ ଅମିତାଭ ବଚ୍ଚନଙ୍କ କଥା କହିଲେ ବର୍ତ୍ତମାନ ସେ କନ ବନେଗା କରୋଡ଼ପତିରେ ନଜର ଆସୁଛନ୍ତି । ଏହି ଶୋକୁ ହୋଷ୍ଟ କରିବା ସହିତ ସେ ପ୍ରତିଯୋଗୀଙ୍କ ସାଥିରେ ନିଜ ଜୀବନ ସହ ଜଡିତ କିଛି ଅଂଶ ମଧ୍ୟ ସେୟାର କରିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.