ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଜମ୍ମୁ-କାଶ୍ମୀରରେ ହଟିଲା ୫ ବିଚ୍ଛିନ୍ନତାବାଦୀ ନେତାଙ୍କ ସୁରକ୍ଷା

ଜମ୍ମୁକଶ୍ମୀର(କେନ୍ୟୁଜ୍) : ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ କଠୋର ହେଉଛି ଜମ୍ମୁ କଶ୍ମୀର ପ୍ରଶାସନ। ୫ଜଣ ବିଚ୍ଛିନ୍ନତାବାଦୀ ନେତାଙ୍କ ସୁରକ୍ଷାକୁ ପ୍ରତ୍ୟାହାର କରିନେଇଛି ପୋଲିସ। ଏଥିରେ ହୁରିଆତ ନେତା ମିରୱେଜ ଉମର ଫାରୁକ ମଧ୍ୟ ଅଛନ୍ତି। ଅନ୍ୟମାନେ ହେଲେ ଅବଦୁଲ ଗନି ଭଟ୍ଟ, ବିଲାଲ ଲୋନ, ହାସିମ କ୍ୟୁରେସୀ ଏବଂ ସବିର ଶାହ। ତେବେ ପାକ୍‌ ସମର୍ଥିତ ବିଚ୍ଛିନ୍ନଚାବାଦୀ ନେତା ସୟଦ ଅଲ୍ଲୀ ଶାହା ଗିଲାନୀଙ୍କ ସୁରକ୍ଷା ନେଇ କୌଣସି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।

ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ଆଜି ସଂଧ୍ୟା ପରଠାରୁ ସେମାନଙ୍କୁ ଯୋଗାଇ ଦିଆଯାଇଥିବା ସୁରକ୍ଷା ଓ ସରକାରୀ ଗାଡ଼ିକୁ ଫେରାଇ ନିଆଯିବ। କୌଣସି ପରିସ୍ଥିତିରେ ମଧ୍ୟ ସେମାନଙ୍କୁ ସୁରକ୍ଷାକର୍ମୀ ଯୋଗାଇ ଦିଆଯିବ ନାହିଁ। ଯଦି ଅନ୍ୟ କୌଣସି ସୁବିଧା ମଧ୍ୟ ସେମାନେ ପ୍ରଶାସନ ଠାରୁ ପାଇଥିବେ ତାକୁ ମଧ୍ୟ ବନ୍ଦ କରିଦେବାକୁ ପ୍ରଶାସନର ଜାରି ନିର୍ଦ୍ଦେଶରେ ଉଲ୍ଲେଖ ହୋଇଛି। ସେହିପରି ଅନ୍ୟ ବିଚ୍ଛିନ୍ନତାବାଦୀ ନେତାଙ୍କ ସୁରକ୍ଷା ନେଇ ପୋଲିସର ସମୀକ୍ଷା ପରେ ପରବର୍ତ୍ତୀ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

11 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

11 hours ago