ଦେଶ ବିଦେଶ

୧୮ ବର୍ଷ ପୂର୍ବେ ଆଜିର ଦିନରେ ହୋଇଥିଲା ଭୟଙ୍କର ସୁନାମୀ, ୧୪ଟି ଦେଶର ୨ଲକ୍ଷ ୨୭ହଜାର ୮୯୮ ଲୋକଙ୍କ ଘଟିଥିଲା ପ୍ରାଣହାନୀ

ନୂଆଦିଲ୍ଲୀ : ୨୦୦୪ ଡିସେମ୍ବର ୨୬, ସମୟ ପ୍ରାୟ ସନ୍ଧ୍ୟା ୭ଟା ୫୮ ମିନିଟ୍‌ । ୧୦୦ ଫୁଟ ଉଚ୍ଚରେ ମାଡ଼ି ଆସିଥିଲା ସମୁଦ୍ର । ପ୍ରାଣ ହରାଇଥିଲେ ୧୪ଟି ଦେଶର ୨ଲକ୍ଷ ୨୭ହଜାର ୮୯୮ ଲୋକ । ପଶୁପକ୍ଷୀଙ୍କ ମୃତ୍ୟୁର ହିସାବ ନାହିଁ । ଭାରତ ମହାସାଗରରେ ହୋଇଥିବା ଏହି ଭୟଙ୍କର ସୁନାମୀ ଇତିହାସରେ ସବୁଠୁ ଘାତକ ସୁନାମୀ ହୋଇ ରହିଛି ।

ଏଥିରେ ସମୁଦ୍ର ଉପକୂଳବର୍ତ୍ତୀ ଦେଶ ଭାରତ, ଶ୍ରୀଲଙ୍କା, ଥାଇଲାଣ୍ଡ, ଇଣ୍ଡୋନେସଆରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହା ସୁନାମୀ ଇତିହାସର ତୃତୀୟ ବଡ଼ ସୁନାମୀ ଓ ସବୁଠାରୁ ଅଧିକ ସମୟ ଅର୍ଥାତ ୧୦ ମିନିଟ ଧରି ଦୋହଲାଇଥିଲା। ଏହାକୁ ବକ୍ସଂ ଡେ ସୁନାମି ବୋଲି ମଧ୍ୟ କୁହାଯାଏ ।

ଏହି ଭୟଙ୍କର ସୁନାମୀକୁ ଆଜି ୧୮ ବର୍ଷ ପୂରିଛି । ଭାରତର ଆଣ୍ଡାମାନ ନିକୋବର, ପଣ୍ଡିଚେରୀ, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ଓ କେରଳରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ଭାରତରେ ୧୦ହଜାର ୨୨ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା । ପ୍ରାକୃତିକ ବିପର୍ଯ୍ୟୟରେ ସବୁଠାରୁ ଅଧିକ କ୍ଷୟକ୍ଷତି କରିଥିବା ପ୍ରାକୃତିକ ବିପଦ ଥିଲା ୨୦୦୪ ସୁନାମୀ ।

ଏହି ସୁନାମୀରେ ଭୟଙ୍କର ଭାବେ ପ୍ରଭାବିତ ହୋଇଥିଲା ତାମିଲନାଡୁ । ତାମିଲନାଡ଼ୁରେ ୮୦୦୯ ଜଣଙ୍କ ମୃତ୍ୟୁ ହୋଇଥିଲା। ଆଣ୍ଡାମାନ ଓ ନିକୋବରରେ ୩୫୧୩ ଜଣ, ପଣ୍ଡିଚେରୀରେ ୫୯୯, କେରଳରେ ୧୭୭ ଓ ଆନ୍ଧ୍ର ପ୍ରଦେଶରେ ୧୦୭ଜଣଙ୍କ ମୃତ୍ୟୁ ହୋଇଥିଲା।

ଏହି ସୁନାମୀର ବିଭୀଷିକା ପରେ ଭାରତ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ସୁନାମୀ ସଂପର୍କରେ ଆଗୁଆ ସୂଚନା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି। ୨୦୦୭ରେ Indian National Centre for Ocean Information Sevice ପକ୍ଷରୁ Indian Tsunami Early Warning Centre ଲଞ୍ଚ କରାଯାଇଥିଲା । ନେଟୱର୍କ, ସେନ୍ସର ମାଧ୍ୟମରେ ସମୁଦ୍ରର ଗତିବିଧି ଉପରେ ଏହା ନଜର ରଖିଥାଏ । ସେହିବର୍ଷ ଅଗଷ୍ଟ ମାସରେ, କେନ୍ଦ୍ର ଏକ ରିଅଲ୍‌-ଟାଇମ୍‌ ମଡେଲିଂ ସିଷ୍ଟମ୍‌ ଆରମ୍ଭ କରିଥିଲା ।

ପ୍ରକାଶଯୋଗ୍ୟ, ଦେଶର ପ୍ରାୟ ୨୬ ପ୍ରତିଶତ ଜନସଂଖ୍ୟା ଉପକୂଳର ୧୦୦ କିଲୋମିଟର ମଧ୍ୟରେ ବସବାସ କରନ୍ତି । ଏମାନେ କେବେ ସୁନାମି ତ ଆଉ କେତେବେଳେ ବାତ୍ୟାର ପ୍ରକୋପକୁ ସିଧାସଳଖ ସାମ୍ନା କରିଥାନ୍ତି।

Niharanjan

Recent Posts

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

3 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

28 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

37 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

2 hours ago