ରାଜ୍ୟ

କିସ୍ ମୟୂରଭଞ୍ଜ ଶାଖା ପରିଦର୍ଶନ କଲେ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ, ପିଲାଙ୍କ ସହ ମିଶିଲେ ଭଲମନ୍ଦ ପଚାରି ବୁଝିଲେ

କେନ୍ୟୁଜ୍(ବ୍ୟୁରୋ):  ମୟୂରଭଞ୍ଜ ଜିଲ୍ଲା ବାଙ୍କିଶୋଳଠାରେ ପ୍ରତିଷ୍ଠିତ କିସ୍‌-ଭୁବନେଶ୍ୱରର ନୂଆ ଶାଖା ଆଦାନି-କିସ୍‌ ଆବାସିକ ଜନଜାତି ବିଦ୍ୟାଳୟକୁ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ପରିଦର୍ଶନ କରିଛନ୍ତି । ଶିକ୍ଷାଦାନ ଆରମ୍ଭ ହେବା ପରେ ପ୍ରଥମ ଥର ଡ. ସାମନ୍ତ ଆଜି ଆଦାନି-କିସ୍‌ କ୍ୟାମ୍ପସ ପରିଦର୍ଶନରେ ଆସିଥିଲେ । କ୍ୟାମ୍ପସରେ ପହଞ୍ଚିବା ପରେ ଡ. ସାମନ୍ତଙ୍କୁ ଜନଜାତିଙ୍କ ପାରମ୍ପରିକ ଶୈଳୀରେ ଛାତ୍ରୀମାନେ ଉଛ୍ଵସିତ ସ୍ୱାଗତ ସହ ପାଛୋଟି ନେଇଥିଲେ । କେବଳ ଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ କିସ୍‌-ମୟୂରଭଞ୍ଜ କ୍ୟାମ୍ପସରେ ଚଳିତ ଶିକ୍ଷାବର୍ଷ ଆରମ୍ଭରୁ ଛାତ୍ରୀମାନେ ନାମ ଲେଖାଇଛନ୍ତି । ଡ. ସାମନ୍ତଙ୍କୁ ପାଖରେ ପାଇ ଛାତ୍ରୀମାନେ ବେଶ ଖୁସି ଓ ଉତ୍ସାହିତ ହୋଇପଡ଼ିଥିଲେ ।

ଡ. ସାମନ୍ତ କ୍ୟାମ୍ପସ୍‌ ପରିଦର୍ଶନ କରିବା ସହ ପିଲାମାନଙ୍କଠାରୁ ସେମାନଙ୍କ ଭଲମନ୍ଦ ପଚାରି ବୁଝିଥିଲେ । ଏହି ଅବସରରେ ସେ ଛାତ୍ରୀନିବାସ ବୁଲି ଦେଖିବା ସହ ଭୁବନେଶ୍ୱରୁ ନିଜ ସାଙ୍ଗରେ ନେଇ ଯାଇଥିବା ଫଳ ଓ ମିଠା ସେମାନଙ୍କୁ ବଣ୍ଟନ କରିଥିଲେ । ପିଲାଙ୍କ ସହ ଆଲୋଚନା ସମୟରେ ସେମାନଙ୍କୁ ଠିକ୍‌ ସମୟରେ ଖାଦ୍ୟ, ସ୍ୱାସ୍ଥ୍ୟସେବା, କ୍ରୀଡ଼ା ତାଲିମ ଓ ଶିକ୍ଷାଦାନ କରାଯାଉଥିବା ପିଲାମାନେ ପ୍ରକାଶ କରିଥିଲେ । ଡ. ସାମନ୍ତ ମଧ୍ୟ ପିଲାମାନଙ୍କର ଉପଯୁକ୍ତ ଯତ୍ନ ନେବା ପାଇଁ କ୍ୟାମ୍ପସରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବୁଝାଇଥିଲେ ।

କିସ୍‌-ମୟୂରଭଞ୍ଜ କ୍ୟାମ୍ପସରେ କେବଳ ମୟୂରଭଞ୍ଜ ଜିଲ୍ଲାର ଗରିବ ଜନଜାତି ଛାତ୍ରୀମାନେ ପଢୁଛନ୍ତି । ପ୍ରଥମ ପର୍ଯ୍ୟାୟରେ କ୍ୟାମ୍ପସରେ ୬ ଶହ ଛାତ୍ରୀ ପଢୁଛନ୍ତି । ସେଠାରୁ ଦଶମ ପରୀକ୍ଷା ଉତ୍ତୀର୍ଣ୍ଣ ହେବା ପରେ ସେମାନେ କିସ୍‌ ଭୁବନେଶ୍ୱରରେ ଉଚ୍ଚଶିକ୍ଷା ଲାଭ କରିବେ । ଡ. ସାମନ୍ତ କିସ୍‌-ମୟୂରଭଞ୍ଜ କ୍ୟାମ୍ପସ୍‌ ପରିଦର୍ଶନ କରିବା ଅବସରରେ ଜିଲ୍ଲାର ପୁରାତନ କିସ୍‌ ଛାତ୍ରଛାତ୍ରୀମାନେ ଆସି ତାଙ୍କୁ ସାକ୍ଷାତ କରିଥିଲେ । ସେମାନେ କିସ୍‌ରୁ ଶିକ୍ଷା ଲାଭ କରି ବିଭିନ୍ନ କ୍ଷେତ୍ରରେ ଉଚ୍ଚ ପଦପଦବୀରେ ଅଧିଷ୍ଠିତ ହୋଇଥିବା ଜାଣି ଡ. ସାମନ୍ତ ଖୁସି ବ୍ୟକ୍ତ କରିଥିଲେ । ଏହି ଅବସରରେ ନିକଟରେ ନିଜେ ପଢ଼ିଥିବା ଉତ୍କଳ ବିଶ୍ୱବିଦ୍ୟାଳୟରୁ 50ତମ ସମ୍ମାନସୂଚକ ଡକ୍ଟରେଟ ପାଇଥିବା ଡ. ସାମନ୍ତଙ୍କୁ ଉପସ୍ଥିତ ଆବାସିକ ବିଦ୍ୟାଳୟ ପରିବାର, କିସ୍‌ ପୁରାତନ ଛାତ୍ର ଏବଂ ଅଭିଭାବକମାନେ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଏସପି ଋଶିକେଶ ଡି. ଖିଲାରୀ, ଭାରତୀୟ ବିଦେଶ ସେବା ଅଧିକାରୀ ନିଖିଲେଶ ଗିରି, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ସୁଜୟ କୁମାର ପତି ପ୍ରମୁଖ ଉପସ୍ଥିତ ଥିଲେ ।

KNews Bureau

Recent Posts

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

5 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

31 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

40 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

2 hours ago