photo: aajtak
ଡାକ୍ତରଙ୍କର ବଡ଼ ଭୁଲ୍ ଯୋଗୁ ଜଣେ ପୁରୁଷଙ୍କୁ ନିଜର ପ୍ରାଇଭେଟ୍ ପାର୍ଟ ସମ୍ପୂର୍ଣ୍ଣ ଭାବେ ହରାଇବାକୁ ପଡ଼ିଛି। ମାମଲା ସାମ୍ନାକୁ ଆସିବା ପରେ ଏହାର ତଦନ୍ତ କରାଯାଇଥିଲା ଏବଂ ଏବେ କୋର୍ଟ ଆଦେଶ ଦେଇଛନ୍ତି ଯେ ହସ୍ପିଟାଲ ତରଫରୁ ପୀଡ଼ିତ ଯୁବକଙ୍କୁ ୫୪ ଲକ୍ଷ ଟଙ୍କା ଜରିମାନା ଦିଆଯାଉ।
ଘଟଣାଟି ଫ୍ରାନ୍ସର। ନିଜ ଚିକିତ୍ସା ବିଷୟରେ ପୀଡ଼ିତ ଯୁବକ ଏକ େଓ୍ଵବ୍ସାଇଟକୁ କହିଛନ୍ତି, ମୋତେ ଡାକ୍ତରଙ୍କ ପ୍ରତି ଘୃଣାଭାବ ଆସିଯାଇଛି, ଯିଏ ମୋ କଥା ବିଲ୍କୁଲ ବି ଶୁଣି ନ ଥିଲେ। ସେ ମୋର ଚିକିତ୍ସା ପାଇଁ ଏକ ବିପଜ୍ଜନକ ଉପାୟ ଆପଣାଇଥିଲେ।
ରିପୋର୍ଟ ଅନୁସାରେ, ଯୁବକଙ୍କ ଚିକିତ୍ସା ୨୦୧୪ରେ ନ୍ୟାନ୍ଟେସ ୟୁନିଭର୍ସିଟି ହସ୍ପିଟାଲରେ ହୋଇଥିଲା। ଯୁବକ ଜଣକ ୩ ସନ୍ତାନର ବାପା। ଯେତେବେଳେ ସେ ୩୦ ବର୍ଷର ଥିଲେ, ସେତେବେଳେ ଯାଞ୍ଚ ବେଳେ ସେ carcinomaରେ ପୀଡ଼ିତ ଥିବାର ଜଣାପଡ଼ିଥିଲା। carcinoma ହେଉଛି ଏକ ପ୍ରକାରର କ୍ୟାନ୍ସର।
ତେବେ ଏପରି ଏକ ସମ୍ବେଦନଶୀଳ ମାମଲାର ଶୁଣାଣି ବେଳେ କୋର୍ଟ କହିଥିଲେ କି, ସର୍ଜରୀ ସମୟରେ ହୋଇଥିବା ଭୁଲ୍ କାରଣରୁ ପ୍ରାଇଭେଟ୍ ପାର୍ଟରେ କ୍ୟାନ୍ସର ବ୍ୟାପି ଯାଇଥିଲା। ଏଥିଯୋଗୁ ଯୁବକଙ୍କୁ ଏତେ ଯନ୍ତ୍ରଣା ହୋଇଥିଲା ଯେ ଏକ ସମୟରେ ସେ ନିଜେ ହିଁ ପ୍ରାଇଭେଟ୍ ପାର୍ଟ ହଟାଇ ଦେବାକୁ ଉଦ୍ୟମ କରିଥିଲେ। ଯୁବକଙ୍କ କହିବା ହେଲା, ତାଙ୍କ ପତ୍ନୀ ତାଙ୍କୁ ଏଥିରୁ ଅଟକାଇଥିଲେ।
ଜଣେ ଡାକ୍ତର ଦାବି କରିଛନ୍ତି ଯେ ବର୍ଷେ ଭିତରେ ଯୁବକଙ୍କ ଟ୍ୟୁମର ଏତେ ମାତ୍ରାରେ ବଢ଼ି ଯାଇଥିଲା କି, ସେମାନଙ୍କ ପାଖରେ ପ୍ରାଇଭେଟ୍ ପାର୍ଟ ହଟାଇବା ବ୍ୟତୀତ ଅନ୍ୟ କୌଣସି ଉପାୟ ନ ଥିଲା। ଯଦି ଏମିତି ହୋଇ ନ ଥାଆନ୍ତା, ତା’ ହେଲେ ଯୁବକଙ୍କର ମୃତ୍ୟୁ ହୋଇଯାଇ ଥାଆନ୍ତା। ହେଲେ ଏବେ ଜଣାପଡ଼ିଛି, ଡାକ୍ତର ରୋଗକୁ ଚିହ୍ନିବାରେ ଭୁଲ୍ କରିଥିଲେ।
ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…
ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…
କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…
ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…
ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…
ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…