ଦେଶ ବିଦେଶ

ଅରୁଣ ଗୋଭିଲଙ୍କ ରୋଡ୍‌ ଶୋ’ରେ ଚୋରି; ପର୍ସ, ମୋବାଇଲ୍‌ ଫୋନ୍‌ ସହ ୩୬,୦୦୦ ଟଙ୍କା ନେଇଗଲେ ଚୋର

ନିର୍ବାଚନ ପ୍ରଚାର ରାଲିରେ ଚୋରି । ଉତ୍ତର ପ୍ରଦେଶର ମେରଟରେ ବିଜେପି ପ୍ରାର୍ଥୀ ଅରୁଣ ଗୋଭିଲଙ୍କ ରୋଡ୍ ଶୋ’ ବେଳେ ପକେଟ୍‌ ଖାଲି କରିଦେଲେ ଚୋର । ୧୦ରୁ ଅଧିକ ଲୋକଙ୍କ ପର୍ସ, ମୋବାଇଲ୍ ଫୋନ୍‌ ସହ ୩୬,୦୦୦ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏ ନେଇ ଲୋକେ ଥାନାରେ ପହଞ୍ଚି ଅଭିଯୋଗ କରିବା ପରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । କୁହାଯାଉଛି ଯେ ଚୋରି କରୁଥିବା ଏହି ଗ୍ୟାଙ୍ଗ ଦିଲ୍ଲୀରୁ ଆସିଥିଲା । ବର୍ତ୍ତମାନ ଘଟଣାର ଅଧିକ ତଦନ୍ତ ଚାଲିଛି । ଏହି ଘଟଣା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି ।

ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଗତକାଲି ମେରଟରେ ବିଜେପି ପ୍ରାର୍ଥୀ ଅରୁଣ ଗୋଭିଲଙ୍କ ରୋଡ୍ ଶୋ’ ଆୟୋଜିତ ହୋଇଥିଲା । ଟିଭି ଧାରାବାହିକ ‘ରାମାୟଣ’ରେ ଅରୁଣ ଗୋଭିଲ ରାମଙ୍କ ଚରିତ୍ରରେ ଅଭିନୟ କରିଥିଲେ । ତେଣୁ ରାଲିରେ ରାମାୟଣର ସୀତା ଦୀପିକା ଚିଖଲିଆ ଓ ଲକ୍ଷ୍ମଣ ସୁନୀଲ ଲହରି ମଧ୍ୟ ସାମିଲ ହୋଇଥିଲେ ।

ସେପଟେ ଏହି ରାଲିରେ ପ୍ରବଳ ଭିଡ଼ର ସୁଯୋଗ ନେଇ କିଛି ଚୋର ସକ୍ରିୟ ହୋଇଉଠିଥିଲେ । ସେମାନେ ଜଣେ କି ଦୁଇଜଣ ନୁହେଁ, ୧୦ ଜଣଙ୍କ ପକେଟ୍‌ ଖାଲି କରିଦେଇଥିଲେ । ରୋଡ୍‌ ଶୋ’ ବେଳେ ଲୋକଙ୍କ ମୋବାଇଲ୍ ଫୋନ୍ ଓ ପର୍ସ ଚୋରି ହୋଇଥିଲା । ଯେଉଁମାନଙ୍କ ମୋବାଇଲ୍ ଓ ପର୍ସ ଚୋରି ହୋଇଥିଲା, ସେମାନଙ୍କ ମଧ୍ୟରେ କିଛି ବିଜେପି କର୍ମୀ ଏବଂ ଗଣମାଧ୍ୟମ ପ୍ରତିନିଧି ଥିଲେ । ଏହା ବ୍ୟତୀତ କିଛି ମହିଳାଙ୍କ ପର୍ସ ମଧ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଛି ।

ଘଟଣା ଜଣାପଡ଼ିବା ପରେ ଜଣଙ୍କ ପରେ ଜଣେ ମେରଟର ନୌଚନ୍ଦି ଥାନାରେ ପହଞ୍ଚି ଅଭିଯୋଗ ଦାଖଲ କରିଥିଲେ । ସୂଚନା ମୁତାବକ, ବିଜେପିର ପଶ୍ଚିମ ଅଞ୍ଚଳ ସଂଯୋଜକ ଆଲୋକ ସିସୋଦିଆଙ୍କ ମୋବାଇଲ୍ ଫୋନ୍ ମଧ୍ୟ ଚୋରି ହୋଇଛି । କେତେକ ବ୍ୟବସାୟୀ ଚୋରଙ୍କ ଶିକାର ହୋଇଛନ୍ତି ।

ଜଣେ ପୀଡ଼ିତ ବ୍ୟକ୍ତି କହିଛନ୍ତି ଯେ ‘ମୁଁ ଦୋକାନରେ ବସିଥିଲି । ଏହି ସମୟରେ ଅରୁଣ ଗୋଭିଲଙ୍କ ନିର୍ବାଚନୀ ରାଲି ଆସୁଥିଲା । ସେଠାରେ ଅତ୍ୟଧିକ ଭିଡ଼ ଥିଲା । ଯେତେବେଳେ ମୁଁ ଜୟ ଶ୍ରୀରାମ ନାରା ଦେଇ ଫେରିଥିଲି, ଗୋଟିଏ ବି ଟଙ୍କା ନ ଥିଲା । ୩୬ ହଜାର ଟଙ୍କା ଗାଏବ ଥିଲା’ । ପୋଲିସ ମୁତାବକ, ଭିଡ଼ର ସୁଯୋଗ ନେଇ କିଛି ଅସାମାଜିକ ବ୍ୟକ୍ତି ରୋଡ୍‌ ଶୋ’ରେ ପଶିଥିଲେ । ସେମାନଙ୍କ ନିକଟରୁ ଚୋରି ହୋଇଥିବା କିଛି ମୋବାଇଲ୍‌ ଫୋନ୍‌ ଏବଂ ଏକ ଗାଡ଼ି ଜବତ କରାଯାଇଛି । ସୂଚନାଥାଉ କି, ମେରଟରେ ଏପ୍ରିଲ ୨୬ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ ।

Roshni

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

2 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

10 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

27 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

60 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago