ରାଜ୍ୟ

ଅସଲି ପୋଲିସ ପଞ୍ଝାରେ ନକଲି ପୋଲିସ ଗ୍ୟାଙ୍ଗ୍‌, ନିଜକୁ ସିବିଆଇ ଅଫିସର କହି ଲୋକଙ୍କଠୁ ଲୁଟୁଥିଲେ

ଭୁବନେଶ୍ୱର (କେନ୍ୟୁଜ): କମିଶନରେଟ ପୋଲିସ ହାତରେ ନକଲି ପୋଲିସ ଗ୍ୟାଙ୍ଗ ।  ପୋଲିସ ପୋଷାକ ପିନ୍ଧି ବିଭିନ୍ନ ଅପରାଧରେ ସାମିଲ ଥିଲା ଗ୍ୟାଙ୍ଗ ।  ୭ ଜଣିଆ ନକଲି ପୋଲିସ ଗ୍ୟାଙ୍ଗକୁ ଅଟକ ରଖିଛି ସ୍ପେଶାଲ ସ୍କ୍ୱାର୍ଡ । ଗିରଫ ୭ ଅଭିଯୁକ୍ତଙ୍କ ଘର ମଧ୍ୟପ୍ରଦେଶ ବୋଲି ଜାଣିବାକୁ ମିଳିଛି ।  CBI, Customs, କହି ନକଲି କାର୍ଡ ଦେଖାଇ ଲୋକଙ୍କୁ ଭୁଆଁ ବୁଲାଉ ଥିଲେ ।  ଏହା ଏକ ଇରାନିଆନ ଗ୍ୟାଙ୍ଗ ।  ଏହି ଗ୍ୟାଙ୍ଗ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ଅପରାଧ ଘଟାଇଛନ୍ତି। ଗତ ତିନି ମାସ ହେଲା ଭୁବନେଶ୍ୱରରେ ନକଲି ପୋଲିସ ପରିଚୟ ଦେଇ ଲୋକଙ୍କୁ ଲୁଟ ଥିଲେ। ୧୧ ଟି ଲୁଟ ଘଟଣାରେ ଏହି ଗ୍ୟାଙ୍ଗ ସାମିଲ ଅଛନ୍ତି । ସେମାନଙ୍କୁ ରିମାଣ୍ଡରେ ଆଣି ତଦନ୍ତ କରିବ ସ୍ପେଶାଲ ସ୍କ୍ୱାର୍ଡ । ତେବେ ଗିରଫ ଅଭିଯୁକ୍ତ ମାନେ ହିନ୍ଦୀରେ କଥା ହେଉଥିଲେ।

ତେବେ ଟ୍ୱିନ୍ ସିଟିର ପ୍ରାୟ ୮ଟି ଥାନା ଅଞ୍ଚଳରୁ ୧୧ ରୁ ଅଧିକ ଲୁଟ୍‌ କରି କମିସନରେଟ୍‌ ପୋଲିସର ନିଦ ହଜାଇଦେଇଥିବା ଏହି ଗ୍ୟାଙ୍ଗ୍‌କୁ ଠାବ କରିବା ପରେ ବରିଷ୍ଠ ଅଧିକାରୀମାନଙ୍କ ଦ୍ୱାରା ଘନଘନ ଜେରା କରାଯାଉଛି । ତଦନ୍ତ ସରିବା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ।

Barsha

Recent Posts

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

2 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

19 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

52 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

54 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

1 hour ago