ଦେଶ ବିଦେଶ

ପଶ୍ଚିମବଙ୍ଗରେ ପ୍ରଥମ ଥର ପାଇଁ ରାମନବମୀ ଛୁଟି, ବନ୍ଦ ରହିବ ସମସ୍ତ ସରକାରୀ ଅଫିସ୍‌, ସ୍କୁଲ ଓ କଲେଜ

ପବିତ୍ର ରାମନବମୀ ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ଛୁଟି ଘୋଷଣା କରିଛନ୍ତି । ଆସନ୍ତାକାଲି ପଶ୍ଚିମବଙ୍ଗର ସମସ୍ତ ସରକାରୀ କାର୍ଯ୍ୟାଳୟ, ସ୍କୁଲ ଏବଂ କଲେଜ ବନ୍ଦ ରହିବ । ରାଜ୍ୟରେ ଦୁର୍ଗାପୂଜା, କାଳୀପୂଜା ଏବଂ ସରସ୍ୱତୀ ପୂଜା ବଡ଼ ଧୁମ୍‌ଧାମରେ ପାଳନ କରାଯାଉଥିବା ବେଳେ ଅନ୍ୟ କେତେକ ଉତ୍ସବରେ ମଧ୍ୟ ସାର୍ବଜନିକ ଅବକାଶ ହୋଇଥାଏ । କିନ୍ତୁ ରାମନବମୀରେ ପଶ୍ଚିମବଙ୍ଗରେ କୌଣସି ଛୁଟି ନ ଥାଏ ।

କହି ରଖୁଛୁ, ଗତ ମାର୍ଚ୍ଚ ମାସରେ ମମତା ସରକାର ଏହି ସରକାରୀ ଛୁଟି ବିଷୟରେ ଘୋଷଣା କରିଥିଲେ । ଲୋକସଭା ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଏହି ବଡ଼ ନିଷ୍ପତ୍ତି ନେଇଥିଲେ ।

ସୂଚନାଥାଉ କି, ଏପ୍ରିଲ ୧୭ରେ ରାମନବମୀ ଦିନ ଜରୁରୀକାଳୀନ ସେବାକୁ ଛାଡ଼ି ରାଜ୍ୟ ସରକାର ଏବଂ ଏହାସହ ଜଡ଼ିତ ସମସ୍ତ ବିଭାଗ ଓ ସଂସ୍ଥାନ ବନ୍ଦ ରହିବ । ଲୋକସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏହି ନିର୍ଣ୍ଣୟକୁ ମାଷ୍ଟରଷ୍ଟ୍ରୋକ୍‌ ବୋଲି କୁହାଯାଉଛି ।

ସେପଟେ ରାଜ୍ୟର ଯାଦବପୁର ବିଶ୍ୱବିଦ୍ୟାଳୟରେ ରାମନବମୀ ଉତ୍ସବ ଅବସରରେ ରାଲି ବାହାରିବ । ଛାତ୍ରମାନଙ୍କ ଦ୍ୱାରା କ୍ୟାମ୍ପସ୍‌ ଭିତରୁ ରାମନବମୀ ରାଲି ଆୟୋଜନ ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଅନୁମତି ଦେଇଛନ୍ତି । ତେବେ ଏହା ପ୍ରଥମ ଥର ଯେ ଯାଦବପୁର ବିଶ୍ୱବିଦ୍ୟାଳୟ ପରିସରରୁ ରାମନବମୀ ଶୋଭାଯାତ୍ରା ଆୟୋଜନ କରାଯିବ ।

ଅନ୍ୟପଟେ ଅଯୋଧ୍ୟାରେ ଏଥର ରାମନବମୀ ସ୍ୱତନ୍ତ୍ର ହେବାକୁ ଯାଉଛି । ରାମ ମନ୍ଦିର ନିର୍ମାଣ ପରେ ଏହା ହେଉଛି ପ୍ରଥମ ରାମନବମୀ । ଏହି ପବିତ୍ର ଦିନରେ ରାମଲାଲାଙ୍କ ଜନ୍ମ ଉତ୍ସବକୁ ଭବ୍ୟ ଉପାୟରେ ପାଳନ କରାଯିବ । ରାମନବମୀ ଦିନ ମନ୍ଦିର ଗର୍ଭଗୃହରେ ଭଗବାନ ରାମଙ୍କ ମସ୍ତକରେ ସୂର୍ଯ୍ୟ ତିଳକ ପଡ଼ିବା ନେଇ ପ୍ରସ୍ତୁତି ହୋଇଛି । ରୁର୍‌କୀର ବୈଜ୍ଞାନିକ ଦିନରାତି ଏହି ପ୍ରସ୍ତୁତି କାର୍ଯ୍ୟରେ ନିୟୋଜିତ ଥିଲେ । କହି ରଖୁଛୁ, ଅଯୋଧ୍ୟାରେ ରାମନବମୀ ଅବସରରେ ୨୦ ଘଣ୍ଟା ଧରି ଦର୍ଶନ ସୁବିଧା ମିଳିବ । ସହରର ୧୦୦ଟି ସ୍ଥାନରେ ଏଲ୍‌ଇଡି ସ୍କ୍ରିନ୍‌ରେ ରାମନବମୀର ସିଧାପ୍ରସାରଣ କରାଯିବ ।

Roshni

Recent Posts

୪ ଦିନ ଯାଏ ତାତିରୁ ନିସ୍ତାର ନାହିଁ: ପଶ୍ଚିମରେ ଡହଡହ ଖରା, ଉପକୂଳରେ ଅସହ୍ୟ ଗରମ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ତାତିରୁ ନିସ୍ତାର ନାହିଁ । ପଶ୍ଚିମରେ ଡହଡହ ଖରା ସାଙ୍ଗକୁ ଉପକୂଳରେ ଅସହ୍ୟ ଗରମ ଓ…

22 seconds ago

ଖୋଲିଲା ଶ୍ରୀମନ୍ଦିର ୪ ଦ୍ବାର, ଭକ୍ତ ଓ ଭଗବାନଙ୍କ ମଧ୍ୟରେ ହଟିଲା ପ୍ରତିବନ୍ଧକ

ପୁରୀ (କେନ୍ୟୁଜ) : ଖୋଲିଲା ଶ୍ରୀମନ୍ଦିର ୪ ଦ୍ବାର ।  ମଙ୍ଗଳ ଆଳତୀ ପରେ ପ୍ରଥମେ ଶ୍ରୀମନ୍ଦିରର ୪ ଦ୍ବାର…

19 mins ago

ଆଜିର ରାଶିଫଳ : ଏହି ରାଶିର ଲୋକଙ୍କର ଆଜି ସମାଜରେ ମାନ ସମ୍ମାନ ବଢିବ

ମେଷ: ପାରିବାରିକ ଜୀବନ ସୁଖମୟ ହେବ । ଆୟ ହ୍ରାସ ଏବଂ ଖର୍ଚ୍ଚ ବୃଦ୍ଧି ହେବ । ପ୍ରଗତିର ସମ୍ଭାବନା…

8 hours ago

ଆସନ୍ତାକାଲି ମଙ୍ଗଳ ଆଳତୀ ପରେ ଖୋଲିବ ଶ୍ରୀମନ୍ଦିରର ଚାରି ଦ୍ୱାର

ଭୁବନେଶ୍ୱର (କେନ୍ୟୁଜ୍‌) : ମୋହନ ମାଝୀଙ୍କ ବିଜେପି ସରକାର ଆଜି ଶପଥ ନେବା ପରେ କ୍ୟାବିନେଟରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ…

10 hours ago

ମା ଯଶୋଦା କଳା ପରିଷଦ ପକ୍ଷରୁ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ସଙ୍ଗୀତ ମାଧ୍ୟମରେ ଜଣାଇଲେ ଶୁଭେଚ୍ଛା

ଯାଜପୁର(କେନ୍ୟୁଜ୍‌): ନୂତନ ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ ସଙ୍ଗୀତ ମାଧ୍ୟମରେ ସ୍ୱାଗତ ଓ ସମ୍ବର୍ଦ୍ଧନା। ଯାଜପୁର ଦଶରଥପୁର ବ୍ଲକ ଅନ୍ତର୍ଗତ ମଙ୍ଗଳପୁରର ଅଗ୍ରଣୀ…

11 hours ago

ଶପଥ ଗ୍ରହଣ ପରେ ବିଜେପି ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ

ଭୁବନେଶ୍ୱର(କେନ୍ୟୁଜ୍‌): ମୋହନ ମାଝୀ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ । ଶପଥ ଗ୍ରହଣ ପରେ ବିଜେପି ସରକାରଙ୍କ ପ୍ରଥମ କ୍ୟାବିନେଟ…

11 hours ago