ଏହି ଦୋକାନୀଙ୍କୁ ମିଳିବନି ୩୦୦୦ ଟଙ୍କା ଭତ୍ତା, ଜାଣନ୍ତୁ କାହାକୁ ମିଳିବ ପ୍ରଧାନମନ୍ତ୍ରୀ ଲଘୁ ବ୍ୟାପାରୀ ମାନଧନ ଯୋଜନାର ଲାଭ

ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଗତ ଜୁଲାଇ ୫ରେ ଉପସ୍ଥାପନ କରିଥିବା ବଜେଟରେ ଛୋଟ ଦୋକାନୀଙ୍କ ଲାଗି ‘ପ୍ରଧାନମନ୍ତ୍ରୀ ଲଘୁ ବ୍ୟାପାରୀ ମାନଧନ ଯୋଜନା’ର ଘୋଷଣା କରିଥିଲେ। ଏଥିରେ କୁହାଯାଇଥିଲା ଯେ ଏହି ପେନସନ ଯୋଜନାର ଲାଭ ସେହି ଦୋକାନୀମାନଙ୍କୁ ମିଳିବ, ଯେଉଁମାନଙ୍କର ବାର୍ଷିକ ଆୟ ଦେଢ଼ କୋଟି ଟଙ୍କା ହୋଇଥିବ। କିନ୍ତୁ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋଏଲ ଲୋକ ସଭାରେ କହିଥିଲେ କି ଆୟ କର ଦେଉଥିବା ଦୋକାନୀ ପ୍ରଧାନମନ୍ତ୍ରୀ ଲଘୁ ବ୍ୟାପାରୀ ମାନଧନ ଯୋଜନାର ଲାଭ ଉଠାଇ ପାରିବେନି। ଅର୍ଥାତ୍ ସେମାନେ ଏହି ଭତ୍ତା ପାଇଁ ନିଜକୁ ପଞ୍ଜୀକୃତ କରିପାରିବେ ନାହିଁ। ଏଠାରେ କହି ରଖୁଛୁ ଯେ ଏହି ଭତ୍ତା ଯୋଜନା ଅନୁସାରେ ଖୁଦ୍ର ବ୍ୟବସାୟୀ, ଦୋକାନୀ ଏବଂ ଆତ୍ମନିଯୁକ୍ତିଶୀଳ ବ୍ୟକ୍ତି ୬୦ ବର୍ଷ ବୟସ ହେବା ପରେ ମାସିକ ଅତି କମରେ ୩୦୦୦ ଟଙ୍କା ପେନସନ ପାଇବେ।

ଏହାସହ ପଢ଼ନ୍ତୁ: ପର୍ଯ୍ୟଟକଙ୍କ ମୁଣ୍ଡ ଉପରେ ଅତି ନିକଟରେ ଯାଉଛି ବିମାନ, ଭାଇରାଲ ହେଉଛି ଏହି ଲୋମଟାଙ୍କୁରା ଭିଡିଓ

କାହାକୁ ମିଳିବନି ପେନସନର ଲାଭ
ମନ୍ତ୍ରୀ ଗୋଏଲ କହିଥିଲେ ଯେ GSTN ପଞ୍ଜୀକୃତ ବ୍ୟକ୍ତି, ବାର୍ଷିକ ଦେଢ଼ କୋଟି ଟଙ୍କା ରୋଜଗାର କରୁଥିବା ଦୋକାନୀ, ଖୁଚୁରା ବେପାରୀ, ଆତ୍ମନିର୍ଭରଶୀଳ ବ୍ୟକ୍ତି ଯୋଜନାର ଲାଭ ଉଠାଇ ପାରିବେ। କିନ୍ତୁ ଆୟ କର ଦେଉଥିବା ବ୍ୟକ୍ତି, କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ, କର୍ମଚାରୀ ରାଜ୍ୟ ବୀମା ନିଗମ, ନ୍ୟାଶନାଲ ପେନସନ ସିଷ୍ଟମ୍, ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନରେ ଅନ୍ତର୍ଭୁକ୍ତ ଦୋକାନୀ ସରକାରଙ୍କ ଏହି ଯୋଜନାର ଲାଭ ପାଇପାରିବେ ନାହିଁ।

ଭତ୍ତା ପାଇଁ କିପରି କରିବେ ପଞ୍ଜୀକରଣ
୧୮ରୁ ୪୦ ବର୍ଷ ବୟସ ମଧ୍ୟରେ ଥିବା ବର୍ଗଙ୍କୁ ଏହି ଯୋଜନାର ଲାଭ ମିଳିବ। ପେନସନ ଯୋଜନା ଅନ୍ତର୍ଭୁକ୍ତ ହିତାଧିକାରୀ ସାରା ଦେଶରେ ଖୋଲାଯାଇଥିବା ୩.୨୫ ଲକ୍ଷ ପବ୍ଲିକ ସର୍ଭିସ୍ ସେଣ୍ଟରରେ ପଞ୍ଜୀକରଣ କରିପାରିବେ। ଯୋଜନାରେ ସାମିଲ ହେବା ପାଇଁ ନିୟମକୁ ବହୁତ ସହଜ କରାଯାଇଛି। ଏଥିପାଇଁ ଆଧାର କାର୍ଡ ଏବଂ ବ୍ୟାଙ୍କ ଆକାଉଣ୍ଟର ଆବଶ୍ୟକତା ରହିଛି।

Roshni

Recent Posts

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

2 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

11 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

11 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

29 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

29 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

33 mins ago